ମନୋରଞ୍ଜନ

ବିବାହ ସ୍ମୃତିକୁ ସାଇତି ରଖିବା ପାଇଁ ପୁରୁଷ ଓ ମହିଳା ନିଶ୍ଚୟ କରନ୍ତୁ ଏହି ୫ କାମ

ବିବାହ ଋତୁ ଚାଲୁଛି। ଯାହା ସବୁ ବ୍ୟକ୍ତିଙ୍କ ଜୀବନର ଏକ ଖାସ୍‌ ମୂହୁର୍ତ୍ତ ହୋଇଥାଏ। କିନ୍ତୁ ଥରେ ଭାବନ୍ତୁ ଯଦି ଆପଣ ନିଜ ବିବାହରେ ରୋଗରେ ପଡିଗଲେ ତେବେ କେତେ ସମସ୍ୟାଦାୟକ ହେବ। ବିବାହରେ ବହୁତ ପ୍ରକାର ପରମ୍ପରା ରହିଥାଏ, ଯେଉଁଥିପାଇଁ ଆପଣ ପୂରା ଥକି ଯାଆନ୍ତି। ଏମିତି ପରିସ୍ଥିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ। କାହିଁକି ନା ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ଥିଲେ ଆପଣ ବିବାହ ସମାରୋହର ଆନନ୍ଦ ଉଠାଇପାରିବେନି ଏବଂ ଆପଣଙ୍କର ଫଟୋ ମଧ୍ୟ ଭଲ ଆସିବ ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଏମିତି ଟିପ୍ସ ଯାହା ଆପଣଙ୍କୁ ବହୁତ ଫାଇଦା ଦେବ।

brideଆକ୍ଟିଭ ରୁହନ୍ତୁ

ଯେତେ ସମ୍ଭବ ଆପଣ ନିଜକୁ ଆକ୍ଟିଭ ରଖନ୍ତୁ। ଖୁବ୍‌ ବ୍ୟାୟାମ କରନ୍ତୁ। ଶରୀରରୁ ଯେତେ ଝାଳ ବାହାରିବ ଆପଣଙ୍କ ଶରୀର ସେତେ ପରିମାଣର କ୍ୟାଲେରୀ ବର୍ଣ୍ଣ କରିବ। ଯାହାଫଳରେ ଆପଣଙ୍କ ବଡି ସେପ ଆକ୍ଟିଭ ରହିବ।

drink waterଡିଟକ୍ସଟେସନ୍‌

ଦିନରେ ଅତି କମରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ। ପାଣି ଶରୀରରେ ଥିବା ବିଷଲ୍ୟ ପଦାର୍ଥକୁ ଶେଷ କରିବାରେ ସାହାଯ୍ୟ କରିଥାଏ।

ତାଜା ଖାଦ୍ୟ ଖାଆନ୍ତୁ

ଚେହେରା ଏବଂ ଉତ୍ତମ ଫିଗର ପାଇଁ ଆପଣ ଯେତେ ହୋଇପାରୁଛି ଫ୍ରେସ୍‌ ଖାଦ୍ୟ ଖାଆନ୍ତୁ। ବାସି ଖାଦ୍ୟ ଶରୀରକୁ କ୍ଷତି ପହଁଚାଇଥାଏ ଏବଂ ତ୍ୱଚାକୁ ମଧ୍ୟ କ୍ଷତି କରିଥାଏ। ଏଥିପାଇଁ ବିବାହ ଦିନରେ ଏକଦମ୍‌ ଫ୍ରେସ୍‌, ଆକ୍ଟିଭ୍‌ ଆଣ୍ଡ୍‌ ସ୍ଲିମ୍‌ ଦେଖାଯିବା ପାଇଁ ତାଜା ଖାଦ୍ୟ ଖାଆନ୍ତୁ।

avoid sweetମିଠା ଜିନିଷରୁ ଦୂରେଇ ରୁହନ୍ତୁ

ଯଦି ଆପଣ ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତେବେ ମିଠା ଜିନିଷ ଠାରୁ ଦୂରେଇ ରୁହନ୍ତୁ।

ଖାଦ୍ୟରେ ସାମିଲ କରନ୍ତୁ ଭିଟାମିନ୍‌ ସି

ତାଜା ଡାଏଟ୍‌ ସହିତ ନିଜ ଖାଦ୍ୟ ପାନୀୟରେ ଭିଟାମିନ୍‌ ସିକୁ ସାମିଲ କରନ୍ତୁ। ଗାଢ଼ ରଙ୍ଗର ଫଳ ଏବଂ ପରିବାରେ ଅଧିକ ଭିଟାମିନ୍‌ ସି ରହିଥାଏଲ, ଯାହା ଆପଣଙ୍କ ଇମ୍ୟୁନ୍‌ ସିଷ୍ଟମକୁ ଦୃଢ଼ କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଆପଣଙ୍କ ତ୍ୱଚା ଟାଇଟନ୍‌ ଏବଂ ବ୍ରାଇଟନ୍‌ ରହିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button