ମନୋରଞ୍ଜନ

ଆଜି ସନ୍ଧ୍ୟାରେ ଟ୍ରାଏ କରନ୍ତୁ କିଛି ନୂଆ, ମାତ୍ର ୧୦ ମିନିଟ୍‌ରେ ବନାନ୍ତୁ ‘ବନ୍ଧାକୋବି ଆମଲେଟ୍‌’

ସବୁବେଳେ ଚିରାଚରିତ ସାଦା ଆମଲେଟ୍‌ ଖାଇ ଖାଇ ଆପଣ ବୋର ହୋଇଯାଇଥିବେ ନିଶ୍ଚୟ। ପିଲାମାନେ ବି କିଛି ନୂଆ ଟେଷ୍ଟ ଚାହୁଁଥିବେ। ଏଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱାଦିଷ୍ଟ ତଥା ନୂଆ ଆମଲେଟ୍‌ ‘ବନ୍ଧାକୋବି ଆମଲେଟ୍‌’ ନେଇ ଆସିଛୁ। ଏହା ବନାଇବାକୁ ସହଜ ଓ ସରଳ ହେବା ସହ ଟେଷ୍ଟି ବି ଲାଗିବ। ବର୍ଷା ପାଗରେ ଏହି ଆମଲେଟ୍‌ ଆପଣଙ୍କୁ ନୂଆ ଟେଷ୍ଟ ଦେବା ସହ ଭରପୂର ପ୍ରୋଟିନ୍‌ ବି ଯୋଗାଇବ। ତେବେ ଆସନ୍ତୁ ଜାଣିବା ବନ୍ଧାକୋବି ଆମଲେଟ୍‌ର ପ୍ରସ୍ତୁତି ପ୍ରଣାଳୀ…

omelette

 

ଆବଶ୍ୟକୀୟ ସାମଗ୍ରୀ:

ଦୁଇଟି ଅଣ୍ଡା, ଧନିଆ ପାଉଡର, ଜିରା ପାଉଡର, କଟା ଅଦା, ରସୁଣ, ଲଙ୍କା, ଗୋଲମରିଚ ଗୁଣ୍ଡ, ତେଲ ଓ ଲୁଣ ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ଦୁଇଟି ଅଣ୍ଡାକୁ ଭାଙ୍ଗି ସେଥିରେ ଅଳ୍ପ ଧନିଆ ପାଉଡର ଓ ଜିରା ପାଉଡର ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ପ୍ୟାନ୍‌ ଗରମ କରି ଅଳ୍ପ ତେଲ ଗରମ କରି ସେଥିରେ କଟା ହୋଇ ରଖାଯାଇଥିବା ବନ୍ଧାକୋବି ପକାଇ ଅଳ୍ପ ଭାଜନ୍ତୁ। ଏବେ ଏଥିରେ କଟା ଅଦା, ରସୁଣ, ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ ପକାଇ ଭାଜନ୍ତୁ। ଏହା ଉପରେ ଗୋଳାଇ ରଖିଥିବା ଅଣ୍ଡାକୁ ଆମଲେଟ୍‌ ଭଳି ଢାଳନ୍ତୁ। ଗୋଟେ ପଟ ବ୍ରାଉନ୍‌ ହୋଇଗଲେ ଆର ପଟକୁ ଓଲଟାଇ ଦିଅନ୍ତୁ। ଉଭୟ ପଟ ସିଝିଗଲେ ପାତ୍ରକୁ କାଢ଼ି ସର୍ଭ କରନ୍ତୁ ବନ୍ଧାକୋବି ଆମଲେଟ୍‌।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button