IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାତ୍ରାଧିକ କେଶ ସମସ୍ୟା ନେଇ ଚିନ୍ତିତ କି, ତେବେ ତୁରନ୍ତ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

ଅନିୟମିତ ଶୈଳୀ ହେଉ ଅବା ବେପରୁଆ ଦିନଚର୍ଯ୍ୟା କାରଣରୁ ହେଉ ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର କେଶ ଝଡ଼ିବା ପରି ସମସ୍ୟା ଦେଖାଦେଉଛି । ଯଦି ପ୍ରତିଦିନ ନିର୍ଦ୍ଦିଷ୍ଟ ମାତ୍ରରେ ଛୁଟି ଝଡ଼େ ତ ଠିକ ଅଛି । କିନ୍ତୁ ଯଦି କେଶ ଝଡ଼ିବା କଣ୍ଟ୍ରୋଲ ବାହାରକୁ ଚାଲିଯାଏ ତେବେ ଚିନ୍ତା ବଢିଯାଏ । ଆଉ ଯଦି ଝଡ଼ିବା ସହ ନୂଆ କେଶ ନଉଠେ ତେବେ ଚିନ୍ତା ଦୁଇ ଗୁଣା ବଢିଯାଏ । ଯଦି ଏମିତି ସମସ୍ୟା ଲାଗି ରହୁଥାଏ ତେବେ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଭିଟାମିନ-ଇ, ଜିଙ୍କ କେଶର ସ୍ୱାସ୍ଥ୍ୟ ପାଇଁ ନିହାତି ଜରୂରୀ । ତେବେ ଜାଣି ରଖନ୍ତୁ କେଶକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟ ପେୟରେ କଣ କଣ ସାମିଲ କରିବା ଉଚିତ ।
ପ୍ରୋଟିନ ମାତ୍ରା:

-ନିଜ ଖାଦ୍ୟ ତାଲିକାରେ ପ୍ରୋଟିନ ସାମିଲ କରନ୍ତୁ । ପ୍ରୋଟିନ ଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ଖାଆନ୍ତୁ ।

 

-ଓମେଗା ଥ୍ରୀ ଫ୍ୟାଟି ଏସିଡ ଯୁକ୍ତ ଖାଦ୍ୟ ଯେମିତିକି ମାଛ, ଅଖରୋଟ, ସୋୟାବିନ, କେନେଲା ଅଏଲ, ଫ୍ଲେକ୍ସ ପରି ଖାଦ୍ୟ ନିୟମିତ ସେବନ କରନ୍ତୁ ।

-ଛୁଟି ଝଡ଼ିବା କମ କରିବା ପାଇଁ ଭିଟାମିନ-ଏ ବିଶେଷ ଲାଭଦାୟକ ହୋଇଥାଏ । ଚୁଟି ପତଳା ହେବା ପ୍ରକ୍ରିୟାକୁ ଏହା କମ କରିଥାଏ । ଗାଜର, ଟମାଟୋ, ଅଣ୍ଡା, କ୍ଷୀର ଭିଟାମିନ ଏର ମୂଳ ଉତ୍ସ ।

-କେଶକୁ ସୁସ୍ଥ ରଖିବାରେ ଜିଙ୍କର ବି ଏକ ମୁଖ୍ୟ ଭୂମିକା ରହିଛି । ରାଶି, ଅଣ୍ଡା , ଚଣା, ମଟର, ଲୋବିଆ, ଦହି ଆଦିରୁ ଆପଣ ଭରପୁର ମାତ୍ରାରେ ଜିଙ୍କ ପାଇପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button