ଦେଶ

ଶରୀରରେ ରକ୍ତର ଅଭାବ ଦୂର କରିବା ସହ ମାରାତ୍ମକ ରୋଗରୁ ରକ୍ଷା କରିଥାଏ କିସମିସ୍‌, ଜାଣନ୍ତୁ କିପରି କରିବେ ସେବନ

କିସମିସ୍‌ ଏକ ପ୍ରକାର ଡ୍ରାଇ ଫ୍ରୁଟ୍‌, ଯାହା ଅଙ୍ଗୁରକୁ ସୁଖାଇ ପ୍ରସ୍ତୁତ କରାଯାଏ। ଏହା ଖାଇବାକୁ ଯେତିକି ଟେଷ୍ଟି ଲାଗିଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭକାରୀ ହୋଇଥାଏ। କିସମିସ୍‌ ରେ ଥିବା ଆଇରନ୍‌, ପୋଟାସିୟମ ଏବଂ ଫାଇବର ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଏହାକୁ ସେବନ କରିବା ଦ୍ୱାରା ପାଚନ ପକ୍ରିୟା ମଜବୁତ ହେବା ସହ ହାଡ ଶକ୍ତ ହୋଇଥାଏ। ଦେଖିବାକୁ କିସମିସ୍‌ ଛୋଟ ହୋଇଥିଲେ ମଧ୍ୟ ଏହାର ଅନେକ ଫାଇଦା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଜାଣନ୍ତୁ ଶରୀରରେ କଣ ଫାଇଦା ଦେଇଥାଏ ଏହି ଛୋଟ କିସମିସ୍‌।

କିସମିସ୍‌ ପାଣି ଶରୀରରେ ରକ୍ତ ସଂଚାଳନକୁ ବଢାଇଥାଏ। ଏହି ପାଣି ପିଇବା ଦ୍ୱାରା ପେଟର ଅନ୍ତବୁଜୁଳା ମଜବୁତ୍‌ ହୋଇଥାଏ। ସେହିଭଳି ଯଦି କୌଣସି ଲୋକଙ୍କ ପେଯ ଖରାପ ହୋଇଥାଏ ତେବେ କିସମିସ୍‌ ପାଣି ସେବନ କରିବା ଉଚିତ। କାରଣ ଏହାକୁ ନିୟମିତ ସେବନ କରିବା ଦ୍ୱାରା କବଜ, ଏନିମିଆ ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

kissmissପାଣି ପ୍ରସ୍ତୁତ କରିବା ଉପାୟ:

କିସମିସ୍‌ ପାଣି ତିଆରି କରିବା ପାଇଁ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ୧୦ ରୁ ୧୨ ଟି କିସମିସ୍‌ କାଚ ଗ୍ଲାସର ଅଧା ଗ୍ଲାସ ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ବ୍ରଶ କରିବା ପରେ ସେହି କିସମିସ୍‌ କୁ ଚୋବାଇ ଖାଇବା ପରେ ସେହି ପାଣିକୁ ପିଅନ୍ତୁ।

ପ୍ରତ୍ୟେକ ଦିନ କିସମିସ୍‌ ସେବନ କ୍ୟାନସର ଭଳି ଭୟଙ୍କର ରୋଗରୁ ରକ୍ଷା କରିଥାଏ। ଏଥିସହ ଆଜିକାଲି ଭୁଲ ଖାଦ୍ୟ-ପାନୀୟ ଯୋଗୁ ଏସିଡିଟି ସମସ୍ୟା ପ୍ରାୟତଃ ଲୋକମାନଙ୍କ ପାଖରେ ଦେଖାଯାଉଛି। ଯଦି ଆପଣ ଏହିସମସ୍ୟାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ବାହାର ଖାଦ୍ୟରୁ ଦୂରେଇ ରହନ୍ତୁ। ଯଦି ଏ ପରି କରିବା ପରେ ଏସିଡିଟି ସମସ୍ୟା ଦେଖାଯାଇଥାଏ ତେବେ ଆପଣ ପ୍ରତ୍ରେକ ଦିନ ସକାଳୁ ଖାଲି ପେଟରେ କିସମିସ୍‌ ଖାଇବା ସହ ତାର ପାଣି ସେବନ କରନ୍ତୁ। ଏପରି କରିବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ।

କିସମିସ୍‌ ରେ ଥିବା ଓଲିଆନୋଲିକ୍‌ ଏସିଡ ତତ୍ତ୍ୱ ଦାନ୍ତକୁ ମଜବୁତ ରଖିବାରେ ସାହଯ୍ୟ କରିଥାଏ। ଏହାବ୍ୟତୀତ ଦୀର୍ଘ ଦିନ ପାଇଁ ଦାନ୍ତ ନଭାଙ୍ଗିବା, ଦାନ୍ତ ଯନ୍ତ୍ରଣା ଏବଂ କ୍ୟାବେଟିଜ୍‌ ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ କିସମିସ୍‌ ସେବନ କରନ୍ତୁ। ଏହା ଦାନ୍ତକୁ ମୂଳରୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button