ବର୍ଷ ଆରମ୍ଭରେ ହୋଇଥାଏ ସବୁଠାରୁ ଅଧିକ ହାର୍ଟ ଆଟାକ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଖୁବ୍ ଉତ୍ସାହ ଉଦ୍ଦୀପନାର ସହ ସଭିଏଁ ନୂଆବର୍ଷକୁ ସ୍ୱାଗତ କରିଥାନ୍ତି। କିନ୍ତୁ ଏହି ଖୁସି ମଧ୍ୟରେ ଏକ ଏଭଳି କଥା ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏକ ରିସର୍ଚ୍ଚ ମୁତାବକ ଜାନୁୟାରୀ ମାସରେ ସବୁଠାରୁ ଅଧିକ ଲୋକ ହୃଦଘାତର ଶିକାର ହୋଇଥାନ୍ତି। ଦେଶର ପ୍ରମୁଖ ଡାକ୍ତରଙ୍କ କହିବାନୁସାରେ ଡିସେମ୍ବର ଶେଷ ଓ ଜାନୁୟାରୀ ପହିଲାରେ ସବୁଠାରୁ ଅଧିକ ଲୋକଙ୍କୁ ହାର୍ଟଆଟାକ୍ ହୋଇଥାଏ। ଖାସ୍ କରି ଜାନୁୟାରୀ ମାସର ପ୍ରଥମ ସପ୍ତାହରେ ଏହି ହାର ଅଧିକ ଥାଏ।

ଡାକ୍ତରଙ୍କ କହିବାନୁସାରେ ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଏହି ମାସରେ ଅଧିକ ଲୋକ ହୃଦଘାତର ଶିକାର ହୋଇଥାନ୍ତି। ଏହାର ବୈଜ୍ଞାନିକ କାରଣ ହେଉଛି ତାପମାତ୍ରା କମିଯିବା ହେତୁ ଆର୍ଟରିଜ୍ ସଙ୍କୋଚିତ ହୋଇଯାଏ। ଏହା ଦ୍ୱାରା ପ୍ରବଳ ଯନ୍ତ୍ରଣା ଅନୁଭୂତ ହୋଇଥାଏ ଓ ରକ୍ତ ଜମାଟ ବାନ୍ଧିବାକୁ ଲାଗେ। ଫଳରେ ହାର୍ଟକୁ ଠିକ୍ଭାବେ ରକ୍ତ ପ୍ରବାହିତ ହୋଇପାରେ ନାହିଁ ଓ ହାର୍ଟଆଟାକ୍ ହୋଇଥାଏ।

ସ୍ୱିଡେନ୍ର ଏକ ସଂସ୍ଥା ୧୯୯୮ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ୨.୮୦ ଲକ୍ଷ ଲୋକଙ୍କ ଉପରେ ଏହି ରିସର୍ଚ୍ଚ କରିଥିଲା। ସେଥିରୁ ଅର୍ଦ୍ଧାଧିକ ଲୋକ କହିଥିଲେ ଯେ ସେମାନଙ୍କୁ ଜାନୁୟାରୀ ମାସରେ ଅଧିକ ହାର୍ଟଆଟାକ୍ ଆସିଛି।

ବର୍ତ୍ତମାନ ଦିଲ୍ଲୀ ସମେତ ସାରା ଉତ୍ତର ଭାରତର ତାପମାତ୍ରା ୧ ଡିଗ୍ରୀରୁ ବି କମ୍ ରହିଛି। ଏଣୁ ଏଠାକାର ଲୋକ ନିଜର ଧ୍ୟାନ ରଖିବା ଜରୁରୀ। ଯଦି ବିନା କାରଣରେ ଆପଣଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହେଉଛି ତେବେ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ। ଏଥିସହ ଶୀତଦିନେ ବ୍ୟାୟାମ କରନ୍ତୁ। କାରଣ ଏକ୍ସରସାଇଜ୍ କରିବା ଦ୍ୱାରା ହିଁ ଶରୀର ଆକ୍ଟିଭ୍ ରହିଥାଏ। ତେବେ ଧ୍ୟାନ ରଖିବେ ଥଣ୍ଡା ଅଧିକ ଥିଲେ ସକାଳେ ବାହାରକୁ ଚାଲିବାକୁ ଯାଆନ୍ତୁ ନାହିଁ।




