IBN ଓଡ଼ିଶା ବ୍ୟୁରୋ

ଶୀତ ଦିନରେ ଆପଣଙ୍କ ହାତ ପାଦ ଅଧିକ ଥଣ୍ଡା ହେଇ ଯାଉଛି କି, ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଏବେ ଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି । କେତେକ ସ୍ଥାନରେ ତ ପାରଦ ୨ ଡିଗ୍ରୀ ସେଲ୍ସିୟସ ତଳକୁ ଖସିଯାଉଛି । ଏହି ସମୟରେ ସାଧାରଣତଃ ଲୋକେ କମ୍ବଳ ରେଜେଇ ପରି ଶୀତ ବସ୍ତ୍ରରେ ନିଜକୁ ଢାଙ୍କି କରି ରଖିଥାନ୍ତି । କିନ୍ତୁ ଏପରି କଲେ ହୁଏତ କିଛି ମାତ୍ରାରେ ଥଣ୍ଡା କମିଯାଏ କିନ୍ତୁ ୧୦୦ ପ୍ରତିଶତ ସୁରକ୍ଷା ପାଇପାରି ନଥାଉ । କିଛି ଲୋକଙ୍କର ତ ଯେତେ ଶୀତ ବସ୍ତ୍ର ପିନ୍ଧିଲେ କି ଘୋଡେଇଲେ ବି ହାତ ପାଦ ଖୁବ ଅଧିକ ପରିମାଣରେ ଥଣ୍ଡା ହେଇଯାଏ । ଏମିତିକି ବରଫ ପରି ଥଣ୍ଡା ହୋଇଯାଏ । ଏହି ଧରଣର ଲୋକମାନେ ଶୀତ ଦିନରେ ଗଭୀର ସମସ୍ୟା ଦେଇ ଗତି କରିଥାନ୍ତି । ବିଶେଷ ଭାବେ ନର୍ଭସ ସିଷ୍ଟମ ଦୁର୍ବଳ ଥିବା, ଡାଇବେଟିସ ରୋଗରେ ପୀଡିତ ବ୍ୟକ୍ତି ହିଁ ଏହି ସମସ୍ୟା ଅଧିକ ଭୋଗିଥାନ୍ତି । ତେବେ ଆସନ୍ତୁ ଜାଣିବା କଣ କଣ ଉପଚାର କଲେ ଆପଣଙ୍କ ହାତ ପାଦ ଅପେକ୍ଷାକୃତ ଉଷୁମ ରହିବ ।

hand

୧. ସବୁଠୁ ସହଜ ତଥା ସରଳ ଉପଚାର ହେଉଛି ଗରମ ତେଲରେ ହାତ ଓ ପାଦକୁ ମାଲିସ କରିବା । ଏହା ଦ୍ୱାରା ହାତ ପାଦରେ ହାତ ପଦାକୁ ଅକ୍ସିଜେନ ପହଂଚି ପାରିଥାଏ ।

୨. ସ୍ନାନ କରୁଥିବା ସମୟରେ ନିଜ ପାଣିରେ କିଛି ସୈନ୍ଧର୍ବ ଲବଣ ପକାଇ ଦିଅନ୍ତୁ । ପରେ ସେହି ପାଣିରେ ସ୍ନାନ କରନ୍ତୁ । ଏହା ଆପଣଙ୍କ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ମ୍ୟାଗନେସିୟମ ଯୋଗାଇବ ।

୩. ବିଶେଷ ଭାବେ ଶୀତ ଋତୁରେ ଆଇରନରେ ଭରପୁର ଖାଦ୍ୟ ଖାଇବା ଉଚିତ । ଖଜୁରୀ, ସୋୟାବିନ, ପାଳଙ୍ଗ, ସେଓ, ଅଖରୋଟ, ବାଦାମ ପାରି ଖାଦ୍ୟ ଗୁଡିକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରିବା ଉଚିତ ।

hand

୪. ସୁଗାର ଓ ଫ୍ୟାଟ ଜାତୀୟ ଖାଦ୍ୟ ଖାଇବା ଯଥା ସମ୍ଭବ କମ କରିଦିଅନ୍ତୁ ।

୫. ଏମିତିରେ ତ ଆମେ ଗରମ ଦିନରେ ପର୍ଯ୍ୟପ୍ତ ପରିମାଣରେ ପାଣି ପିଇଥାଉ । କିନ୍ତୁ ଶୋଷ ନ ଲାଗିବାରୁ ଶୀତ ଦିନେ ଆମର ପାଣି ପିଇବା କମିଯାଇଥାଏ | ପ୍ରକୃତରେ ଶୀତ ଦିନରେ ବି ଆବଶ୍ୟକତା ଅନୁସାରେ ପାଣି ପିଇବା ଉଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button