IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବହୁତ ରୋମାଣ୍ଟିକ ହୋଇଥାନ୍ତି ଏହି ୫ ରାଶିର ପୁରୁଷ, କଣ ଏହି ତାଲିକାରେ ସାମିଲ ଅଛନ୍ତି କି ଆପଣଙ୍କ ସାଥୀ

ସବୁ ଝିଅ ଚାହାନ୍ତି ତାଙ୍କ ସାଥୀ ବିଶ୍ବାସଯୋଗ୍ୟ ଏବଂ ବହୁତ ରୋମାଣ୍ଟିକ ହୋଇଥାନ୍ତୁ। ଆପଣ ନିଜର ସାଥୀଙ୍କର ପର୍ସନାଲିଟୀ, ଡ୍ରେସିଙ୍ଗ ସେନ୍ସ ଏବଂ ସ୍ବଭାବକୁ ଦେଖି ତାଙ୍କୁ ପସନ୍ଦ କରିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ତାଙ୍କର ରାଶି ତାଙ୍କ ବିଷୟରେ କଣ କହୁଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଅଧିକ ରୋମାଣ୍ଟିକ ଏବଂ ନିଜର ସାଥୀଙ୍କ ପ୍ରତି କେତେ ଭରଷାଯୋଗ୍ୟ ହୋଇଥାନ୍ତି।

ତୁଳା :

husbandତୁଳା ରାଶିର ପୁରୁଷମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଏମାନଙ୍କ ସ୍ତ୍ରୀ ଏମାନଙ୍କ ପ୍ରତି ବହୁତ ଖୁସି ରହିଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କୁ ଭଲଭାବେ ଜଣାଥାଏ ଯେ ବିବାହର ବର୍ଷ ପରେ ମଧ୍ୟ ସମ୍ପର୍କକୁ କେମିତି ପ୍ରେମ ଏବଂ ଭଲପାଇବା ସହିତ ରଖାଯାଇପାରିବ। ଏହି ରାଶିର ପୁରୁଷ ନିଜର ସାଥୀଙ୍କ ପ୍ରତି ବହୁତ ବିଶ୍ବାସଯୋଗ୍ୟ ହୋଇଥାନ୍ତି।

ଧନୁ :

husbandଧନୁ ରାଶିର ପୁରୁଷ ମାନେ ପରଫେକ୍ଟ ସ୍ବାମୀ ଭାବରେ ପ୍ରମାଣିତ ହୋଇଥାନ୍ତି। ଏମାନେ ରୋମାଣ୍ଟିକ ସହିତ ପ୍ରାକ୍ଟିକାଲ ମଧ୍ୟ ହୋଇଥାନ୍ତି। ସ୍ତ୍ରୀକୁ କେିତି ଖୁସିରେ ରଖାଯାଇପାରିବ ଏହା ଏମାନଙ୍କୁ ଭଲଭାବେ ଜଣାଥାଏ। ଏମାନେ ନିଜ ସ୍ତ୍ରୀଙ୍କର ତାଙ୍କ ବାପା ଭଳି ଯତ୍ନ ନେଇଥାନ୍ତି। ଅବଶ୍ୟ ଏହି ରାଶିର ପୁରୁଷ ମାନେ ବହୁତ ଜଲଦି ରାଗିଯାନ୍ତି।

ବୃଷ :

romanticବୃଷ ରାଶିର ପୁରୁଷ ସ୍ତ୍ରୀଙ୍କୁ ବହୁତ ଗେହ୍ଲା କରିଥାନ୍ତି। ଏମାନେ ସ୍ତ୍ରୀ ମାନଙ୍କର ଭରଷାଯୋଗ୍ୟ ସ୍ବାମୀ ପ୍ରମାଣିତ ହୋଇଥାନ୍ତି। ସେମାନେ କେବେବି ଧୋକା ଦିଅନ୍ତି ନାହିଁ କି ନିରାଶ କରନ୍ତି ନାହିଁ। ଏମିତି ପୁରୁଷ ମାନଙ୍କ ସ୍ତ୍ରୀ ମାନେ କାବୁ କରି ରଖିବା ବହୁତ ସହଜ ହୋଇଥାଏ। ଏହି ରାଶିର ପୁରୁଷ ମାନଙ୍କୁ ଯେତେ ପର‌୍ୟ୍ୟନ୍ତ କିଛି ନ କୁହାଯାଏ, ସେତେ ପର‌୍ୟ୍ୟନ୍ତ ସେମାନେ ଶାନ୍ତ ହୋଇ ରହିଥାନ୍ତି।

କୁମ୍ଭ :

pexelsକୁମ୍ଭ ରାଶିର ପୁରୁଷ ମାନେ ମଧ୍ୟ ଭଲ ସ୍ବାମୀ ଭାବରେ ପ୍ରମାଣିତ ହୋଇଥାନ୍ତି। ଏମାନେ ତାଙ୍କର ସ୍ତ୍ରୀ ମାନଙ୍କୁ କେବେବି ଦୁଃଖୀ ଦେଖିବାକୁ ଚାହାନ୍ତି ନାହିଁ। କିନ୍ତୁ ଏମାନେ ତାଙ୍କ ଦୁନିଆରେ ବିନ୍ଦାସ ହୋଇ ରହିବାକୁ ପସନ୍ଦ କରିଥାନ୍ତି। ଯେଉଁ କାରଣରୁ ଏମାନଙ୍କ ସ୍ତ୍ରୀ ମାନଙ୍କୁ ଧର‌୍ୟ୍ୟ ଏବଂ ସହନଶୀଳତା ରଖିବାକୁ ପଡିବ । ଯେପରି ତାଙ୍କ ସ୍ବାମୀଙ୍କର ଧ୍ୟାନ ଅଧିକରୁ ଅଧିକ ସ୍ତ୍ରୀ ପାଇଁ ଏବଂ ଘର ମାମଲାରେ ପଡିବ।

ମକର :

Romanticଯଦି ଆପଣ କୌଣସି ମକର ରାଶିର ବ୍ୟକ୍ତିଙ୍କୁ ଡେଟ କରୁଛନ୍ତି, ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି। ଏହି ରାଶିର ପୁରୁଷମାନେ ସ୍ମାର୍ଟ, ହ୍ୟାଣ୍ଡସମ ଏବଂ ଚାର୍ମିଙ୍ଗ ହୋଇଥାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମାନେ ତାଙ୍କର ଆକର୍ଷଣୀୟତା ବଜାୟ ରଖିଥାନ୍ତି। କିନ୍ତୁ ଏମାନଙ୍କର ସବୁଠୁ ବଡ ଖରାପ ଗୁଣ ଏହା ହେଉଛି ଯେ ଏମାନେ କେବେବି ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହାନ୍ତି ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button