IBN ଓଡ଼ିଶା ବ୍ୟୁରୋ

ଆଙ୍ଗୁଠି କଳାପଣ ଯୋଗୁଁ ଚିନ୍ତାରେ ରହିଛନ୍ତି କି ? ଦୁଇଦିନରେ ଦୂର କରନ୍ତୁ ଏଭଳି ସମସ୍ୟା

ଆପଣଙ୍କ ଆଙ୍ଗୁଠି ସୁନ୍ଦର ଦେଖାଗଲେ ଆପଣଙ୍କ ହାତ ମଧ୍ୟ ସୁନ୍ଦର ଦେଖାଯାଏ। ଯଦି ଆପଣଙ୍କ ଆଙ୍ଗୁଠି କଳା ଦେଖାଯାଏ ତେବେ ଆପଣ ଯେତେ ମହଙ୍ଗା ଜୁଏଲାରୀ ପିନ୍ଧନ୍ତୁ ନା କାହିଁକି, ସବୁ ଫିକା ଦେଖାଯାଏ। ଆଙ୍ଗୁଠି କଳା ଦେଖାଯିବା ଏକ ସାଧାରଣ ସମସ୍ୟା। ଏପରି କେତେକ ଘରୋଇ ଉପାୟ ରହିଛି, ଯାହାକୁ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

oil

ବାଦାମ ତେଲ : ରାତିରେ ଶୋଇବା ପୂର୍ବରୁ କିଛି ବାଦାମ ତେଲକୁ ଗୋଲାପ ଜଳରେ ମିଶାଇ ହାତ ଏବଂ ଆଙ୍ଗୁଠିରେ ମସାଜ କରନ୍ତୁ। ପରେ ଏହାକୁ ଅଳ୍ପ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ। ଏହାକୁ ସପ୍ତାହକୁ ଦୁଇଥର କରନ୍ତୁ।

ଲେମ୍ବୁ ଏବଂ ମହୁ : ଲେମ୍ବୁ ରସରେ ଅଳ୍ପ ମହୁ ମିଶାଇ ଆଙ୍ଗୁଠିରେ ଲଗାନ୍ତୁ। ଫଳରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବେ।

lemon

ବେକିଂ ସୋଡା : ଏକ ଚାମଚ ବେକିଂ ସୋଡାକୁ ଗରମ ପାଣିରେ ମିଶାଇ ଦିଅନ୍ତୁ। ଏବେ ଏହି ପାଣିରେ ୧୫ ମିନିଟ୍‌ ହାତକୁ ବୁଡାଇ ରଖନ୍ତୁ। ତା’ ପରେ ହାତକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ୨ କିମ୍ବା ୩ ଥର ଏପରି କରନ୍ତୁ।

soda

ବେସନ : ଅଧା ଚାମଚ ବେସନରେ ଏକ ଚାମଚ ପାଣି ମିଶାନ୍ତୁ। ଏହି ପେଷ୍ଟକୁ ଆଙ୍ଗୁଠିରେ ମସାଜ କରନ୍ତୁ। ୧୫ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଶୁଖିବାକୁ ଦିଅନ୍ତୁ ଏବଂ ପରେ ରଗଡି କରି ସଫା କରିଦିଅନ୍ତୁ। ପରେ ହାତକୁ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ। ଏହି ଉପାୟକୁ ସପ୍ତାହକୁ ୨ରୁ ୩ ଥର କରନ୍ତୁ।

tamato

ଟମାଟର ଏବଂ ଲେମ୍ବୁ : ତ୍ୱଚାକୁ ଚମକ କରିବା ପାଇଁ ଟମାଟର ଏବଂ ଲେମ୍ବୁ ବଡ କାମରେ ।ସିଥାଏ। ଏହା ବ୍ଲିଚିଂ ଏଜେଣ୍ଟ ଭାବେ କାମ କରିଥାଏ। ଯାହା ସ୍କିନକୁ ସଫା କରି ଗୋରା କରିଥାଏ। ଆପଣ ପ୍ରତିଦିନ ଏକ ଛୋଟ ଟମାଟ କିମ୍ବା ଲେମ୍ବୁ ଖଣ୍ଡ ହାତରେ ଘସିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button