ଦେଶ

ରୋଷେଇ ଘରୁ ଆସୁଛି କି କଡ଼ା ଦୁର୍ଗନ୍ଧ? ପାଣିରେ ଅଳ୍ପ ଭିନେଗାର ମିଶାଇ ପ୍ରତିଦିନ ଲଗାନ୍ତୁ ପୋଛା, ଏହାସହ ଜାଣି ରଖନ୍ତୁ ୫ଟି ସହଜ ଟିପ୍ସ

ଗୃହିଣୀମାନଙ୍କୁ ରୋଷେଇ ଘର ସଫାସୁତରା ଉପରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ଯଦି ରୋଷେଇ ଘର ପରିଷ୍କାର ପରିଚ୍ଛନ୍ନ ନ ରୁହେ, ତେବେ ଏହାର ଖରାପ ପ୍ରଭାବ ଘରର ସଦସ୍ୟମାନଙ୍କ ଉପରେ ପଡ଼ିଥାଏ। ଖାଦ୍ୟ ରାନ୍ଧି ସାରିବା ପରେ ଏମିତି କିଛି ଗନ୍ଧ ଆସିଥାଏ, ଯାହାକି ଘର ସାରା ଖେଳେଇ ହୋଇଯାଏ। ସେହିପରି ଅଇଁଠା ବାସନକୁସନ ହେଉ କି କିଛି ଫଳ, ପନିପରିବାର ଗନ୍ଧ, ବେଳେବେଳେ ଏହା ଅଣନିଃଶ୍ୱାସୀ କରିଦିଏ। ଆଜି ଆମେ ଏଥିରୁ ମୁକ୍ତି ପାଇବାର କିଛି ଘରୋଇ ଟିପ୍ସ ଆପଣଙ୍କୁ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ରୋଷେଇ ଘରୁ ବାହାରୁଥିବା ଦୁର୍ଗନ୍ଧକୁ କିପରି ଦୂର କରିହେବ।

k1

୧. ଗୋଟିଏ ପାତ୍ରରେ ୧ କପ୍‌ ପାଣି ନେଇ ଧିମା ଆଞ୍ଚରେ ଗରମ କରିନିଅନ୍ତୁ। ଏଥିରେ କମଳା ଚୋପା ମିଶାଇ ୨ ମିନିଟ୍‌ ଯାଏ ଫୁଟିବାକୁ ଦିଅନ୍ତୁ। ଏବେ ଡାଲଚିନି ମିଶାନ୍ତୁ। ଆପଣ ଚାହିଁଲେ ଗୁଜରାତି ମଧ୍ୟ ପକାଇ ପାରିବେ। ଏହି ପାଣିରୁ କିଚେନ୍‌ର ଦୁର୍ଗନ୍ଧ ଦୂର ହୋଇଯିବ।

୨. ରୋଷେଇ ଘରେ ଖାଦ୍ୟ ରାନ୍ଧି ସାରିବା ପରେ ଏହାର ଗନ୍ଧ ହାତ ଏବଂ କିଚେନ୍‌ରୁ ଜଲ୍‌ଦି ଯାଇ ନ ଥାଏ। ବିଶେଷ କରି ସିଫୁଡ୍‌ ତିଆରି କରିସାରିବା ପରେ କିଚେନ୍‌ରେ ସୁଗାର ସୋପ୍‌ ରଖି ଦିଅନ୍ତୁ। ଏଥିରେ ହିଁ ହାତ ଧୁଅନ୍ତୁ।

୩. ଟୋଷ୍ଟର ମହକରେ କିଚେନ୍‌ର ଦୁର୍ଗନ୍ଧ ଦୂର ହୋଇଯିବ। ଏଥିପାଇଁ ଆପଣ ଏକ ଟୋଷ୍ଟକୁ ବାହାର କରି କିଚେନ୍‌ରେ ସେମିତି ଖୋଲା ଛାଡ଼ି ଦିଅନ୍ତୁ।

v22

୪. ଖାଦ୍ୟ ତିଆରି ହେବା ସ୍ଥାନରେ ବେକିଂ ସୋଡା ଛିଞ୍ଚି ଦିଅନ୍ତୁ। ଏପରି କି, ଏହା ଚୁଲ୍ଲିରେ ପୋଡ଼ିଗଲେ ବି ଦୁର୍ଗନ୍ଧ ବାହାରିବ ନାହିଁ।

୫. ପାଣିରେ ସାମାନ୍ୟ ଭିନେଗାର ମିଶାଇ ପ୍ରତିଦିନ ଏଥିରେ ପୋଛା ଲଗାନ୍ତୁ। ଏଥିରୁ ରୋଷେଇ ଘରର ଦୁର୍ଗନ୍ଧ ହୋଇଯାଇଥାଏ।

୬. ରୋଷେଇ ଘରର ଏକ କୋଣରେ ଲେମ୍ବୁ ପାଣି ପାତ୍ର ରଖିଦିଅନ୍ତୁ। ଦେଖିବେ କୌଣସି ପ୍ରକାର ଦୁର୍ଗନ୍ଧ ଆସିବ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button