ରାଜ୍ୟ

ଦିନକରେ ପୁଣି ୮୬ ଡେଙ୍ଗୁ ପଜିଟିଭ ଚିହ୍ନଟ – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀରେ ଆଜି ଗୋଟିଏ ଦିନରେ ପୁଣି ୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଡେଙ୍ଗୁ ରୋଗୀ ସଂଖ୍ୟା ୪ ହଜାର ପାର କରିଛି । ଅଗଷ୍ଟ ମାସରେ ୧୯ ଶହ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୨୧ ଦିନରେ ୨୬୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ସହିଦନଗରୁ ୨୫୦ ଚିହ୍ନଟ ହେଲେଣି ।

କ୍ୟାପିଟାଲ ହସ୍ପିଟାଲ, ପଟିଆ ଏବଂ ନୂଆପଲ୍ଲୀ ୟୁପିଏଚ୍‌ସିରୁ ଗତକାଲି ମୋଟ୍ ୫୨୬ଟି ନମୁନା ସଂଗ୍ରହ କରାଯାଇଥିଲା । ସେଥିରୁ ୮୬ଟି ପଜିଟିଭ ଆସିଛି । ରାଜଧାନୀରେ ଡେଙ୍ଗୁ ହୁ ହୁ ହୋଇ ମାଡ଼ିଚାଲିଛି । ୧୭ ତାରିଖରେ ୧୨୬ ରୋଗୀ ଚିହ୍ନଟ ହୋଇଥିଲେ । ୧୮ରେ ସଂଖ୍ୟା ୧୪୮ ରେ ପହଞ୍ଚିଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଡେଙ୍ଗୁ ଲଗାମ ଆଉ ବିଏମ୍‌ସି ହାତରେ ନାହିଁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button