ଗଣପତି ବପ୍ପାଙ୍କ ମୂର୍ତ୍ତି ନାଲି: କପିଲଙ୍କ ପରିବାର ସମସ୍ତ ସଦସ୍ୟ ପିନ୍ଧିଲେ ଏହି ଗୋଟାଏ ରଂଗର ପୋଷାକ – Ibnodisha

[ad_1]

ମୁମ୍ବାଇ: ନିକଟରେ ଅନେକ ବଲିଉଡ୍ ସେଲିବ୍ରିଟି ସେମାନଙ୍କ ଘରେ ଗଣେଶ ପୂଜା ପାଳନ କରିଛନ୍ତି। କମେଡି କିଙ୍ଗ୍ କପିଲ୍ ଶର୍ମାଙ୍କୁ ବି ନିଜ ଘରେ ଗଣେଶ ଚତୁର୍ଥୀ ପାଳନ କରିବାର ଦେଖିବାକୁ ମିଳିଛି। ଏହି ଅବସରରେ କମେଡି କିଙ୍ଗ୍ କପିଲ୍, ତାଙ୍କ ପତ୍ନୀ ଗିନ୍ନି, ତାଙ୍କର ଦୁଇ ପିଲା ସମସ୍ତେ ନାଲି ରଂଗର ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଛି।
ଗିନ୍ନି ଓ ତାଙ୍କ ଝିଅ ନାଲି ରଂଗର ସାଲ୍ୱାର୍ ସୁଟ୍ ପିନ୍ଧିଥିବା ବେଳେ କୁର୍ତ୍ତା, ପାଇଜାମା ପିନ୍ଧିଛନ୍ତି କପିଲ୍ ଓ ତାଙ୍କ ପୁଅ। କେବଳ କପିଲ୍, ତାଙ୍କ ପତ୍ନୀ ଓ ପିଲା ନୁହଁନ୍ତି, ଗଣପତି ବାପା ବି ନାଲି ରଂଗର ବୋଲି ଫଟୋରେ ଦେଖିବାକୁ ମିଳିଛି।
କପିଲ୍ଙ୍କ ଫ୍ୟାମିଲି ଫଟୋ ଦେଖି ଲୋକ ଖୁବ୍ ପ୍ରଶଂସା କରିଛନ୍ତି। ନାଲି ରଂଗର ସୁଟ୍ ଓ ଲାଇଟ୍ ମେକ୍ଅପ୍ ଲୁକ୍ରେ ଏକଦମ ଆକର୍ଷଣୀୟ ଦିଶୁଛନ୍ତି ଗିନ୍ନି। ତାଙ୍କ ସୌନ୍ଦର୍ଯ୍ୟ ଦେଖି ଆପଣ ତାଙ୍କ ଚେହେରାରୁ ନଜର ହଟାଇ ପାରିବେ ନାହିଁ।
ଗିନ୍ନି ତାଙ୍କ ପୁଅକୁ କାଖେଇ ଥିବା ବେଳେ ଝିଅକୁ କାଖେଇଛନ୍ତି କପିଲ୍। ସମସ୍ତେ କ୍ୟାମେରା ସାମ୍ନାକୁ ଚାହିଁ ପୋଜ୍ ଦେଇଥିବାର ନଜର ଆସିଛନ୍ତି। କପିଲ୍ ତାଙ୍କ ଇନ୍ଷ୍ଟାରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଭିଡିଓରେ ସେ କଣ୍ଠଶିଳ୍ପୀ ମିକା ସିଂହଙ୍କ ସହ ମିଶି ଢୋଲ ବଜାଉଛନ୍ତି।
ଗଣପତି ବପ୍ପାଙ୍କ ଆଗମନରେ ସମସ୍ତେ ମିଶି ଉତ୍ସବମୁଖର ହୋଇ ପଡ଼ିଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। କାମ କଥା କହିବାକୁ ଗଲେ, କପିଲ୍ ଏବେ ତାଙ୍କର କମେଡି ସୋ’ରୁ ବିରତି ନେଇଛନ୍ତି। ନିକଟ ଅତୀତରେ ହିଁ ସେ ନିଜ ଟୁର୍ରୁ ଫେରିଛନ୍ତି।
[ad_2]