ହସପିଟାଲରେ ଲାଗୁ ହେବ ୧୦୦% କ୍ୟାସଲେସ୍ ସୁବିଧା – Ibnodisha

[ad_1]

ନୂଆଦିଲ୍ଲୀ: ଖୁବଶୀଘ୍ର ସ୍ବାସ୍ଥ୍ୟବୀମା ପଲିସିଧାରୀମାନେ ୧୦୦ ପ୍ରତିଶତ କ୍ୟାସଲେସ୍ ସୁବିଧାର ଲାଭ ପାଇବେ, ଯାହା ଅଧୀନରେ ଡାକ୍ତରଖାନାଗୁଡ଼ିକ ବିନା ଦେୟରେ ଚିକିତ୍ସା କରିବେ। ବର୍ତ୍ତମାନ ପଲିସିଧାରୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଗଲେ ହସପିଟାଲଗୁଡ଼ିକ ରୋଗୀମାନଙ୍କୁ କିଛି ଟଙ୍କା ଜମା କରିବାକୁ ବାଧ୍ୟ କରୁଛନ୍ତି । କିନ୍ତୁ ଏଣିକି ଏହି ବ୍ୟବସ୍ଥା ସଂପୂର୍ଣ୍ଣଭାବେ ଉଠାଇବାକୁ ବୀମା ନିୟାମକ ଆଇଆରଡିଏଆଇ ଯୋଜନା କରୁଛନ୍ତି ।
ଆଇଆରଡିଏଆଇ ସମସ୍ତ ଡାକ୍ତରଖାନାରେ କ୍ୟାସଲେସ୍ ସେଟଲମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ସାଧାରଣ ବୀମା ପରିଷଦ (ଜିଆଇସି) ଗଠନ କରିଛି ଏବଂ ଶେଖର ସମ୍ପତ୍ କୁମାରଙ୍କୁ ଏହାର ସ୍ୱାସ୍ଥ୍ୟ ବୀମା ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ଏହି ବ୍ୟବସ୍ଥା କୁ କାର୍ଯ୍ୟକାରୀ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି ।
ବୀମା ନିୟାମକ ଆଇଆରଡିଏଆଇ ହସ୍ପିଟାଲଗୁଡ଼ିକର ସାଧାରଣ ପ୍ୟାନେଲ୍ ପ୍ରକ୍ରିୟା ଏବଂ ୧୦୦% କ୍ୟାସଲେସ୍ କମିଟିକୁ ଦେଶର ଡାକ୍ତରଖାନାଗୁଡ଼ିକରେ ସମ୍ପୂର୍ଣ୍ଣ କ୍ୟାସଲେସ୍ ଚିକିତ୍ସା ବୀମା ସମାଧାନ କାର୍ଯ୍ୟକାରୀ କରିବା ଉପରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ବର୍ତମାନ ୪୯ ପ୍ରତିଶତ ହସ୍ପିଟାଲରେ କ୍ୟାସଲେସ୍ ସେଟଲମେଣ୍ଟ ସୁବିଧା ଉପଲବ୍ଧ ରହିଛି। ଏଭଳି ହସ୍ପିଟାଲ ସଂଖ୍ୟା ପାଖାପାଖି ୨୫ ହଜାର।
ବୀମା ନିୟାମକଙ୍କ କହିବା ଅନୁଯାୟୀ, ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ପାଖାପାଖି ୪୦ କୋଟି ସ୍ବାସ୍ଥ୍ୟବୀମା ପଲିସିଧାରୀ ଉପକୃତ ହେବେ ବୋଲି ଆକଳନ କରାଯାଇଛି।
[ad_2]