ମନୋରଞ୍ଜନ

ନୂଆ ଷ୍ଟାଇଲରେ ପ୍ରସ୍ତୁତ କରନ୍ତୁ ‘ବ୍ରେଡ ଚିଲା’, ସ୍ୱାଦ ଏକଦମ ଜବରଦସ୍ତ

ଟିଫିନରେ ଚିଲା, ବ୍ରେଡ ରୋଲ କିମ୍ବା ସାଣ୍ଡଓ୍ଵିଚ ତ ବହୁତ ଭଲ ଲାଗିଥାଏ। କିନ୍ତୁ କେବେ କେବେ ଇଚ୍ଛା ହୋଇଥାଏ କିଛି ଅଲଗା ବନାଇ ଖାଇବାକୁ। ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ‘ବ୍ରେଡ ଚିଲା’ ରେସିପି ନେଇ ଆସିଛୁ। ଯାହାକୁ ବନାଇବା ବହୁତ ସହଜ ଆଉ ବହୁତ କମ୍‌ ସମୟ ମଧ୍ୟ। ତାହେଲେ ଆସନ୍ତୁ ଜାଣିବା ଏହାକୁ ବନାଇବାର ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ
ବ୍ରେଡ ସ୍ଲାଇସ – ୮

ସୁଜି -୧୫୦ ଗ୍ରାମ

ଦହି – ୧୦୦ ଗ୍ରାମ

ଲୁଣ – ଆବଶ୍ୟକ ଅନୁଯାୟୀ

ହଳଦି – ୧/୪ ଚାମଚ

ପିଆଜ – ଛୋଟ କଟା ହୋଇଥିବା

ଟମାଟୋ – ୨ଟି

ସିମଲା ଲଙ୍କା – ୨ ଟି ଛୋଟ କଟା ହୋଇଥିବା

ଗାଜର – ୨ ଟି କଦ୍ଦୁକସ୍‌ ହୋଇଥିବା

ସ୍ୱିଟ କର୍ଣ୍ଣ – ୪୦ ଗ୍ରାମ

ଗ୍ରେଟେଡ୍‌ ପନୀର – ୫୦ ଗ୍ରାମ

କଞ୍ଚା ଲଙ୍କା -ଗୋଟିଏ

ଧନିଆ ପତ୍ର – ୧/୨ ଟେବୁଲ ଚାମଚ କଟା ହୋଇଥିବା

ତେଲ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ବ୍ରେଡ ସ୍ଲାଇସ, ସୁଜି, ଦହି, ୫୦୦ ମିଲି ଗ୍ରାମ ପାଣି ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏହି ମିଶ୍ରଣକୁ ୧୦ ମିନିଟ୍‌ ପଯ୍ୟର୍ନ୍ତ ଅଲଗା ରଖିଦିଅନ୍ତୁ। ଏହାପରେ ଏଥିରେ ରସୁଣ ପେଷ୍ଟ, ପିଆଜ, ଟମାଟୋ, ସିମଲା ଲଙ୍କା, ଗାଜର, ସ୍ୱିଟ କର୍ଣ୍ଣ, ଗ୍ରେଟେଡ୍‌ ପନୀର, କଞ୍ଚା ଲଙ୍କା ଏବଂ ଧନିଆ ପତ୍ର ପକାଇ ଭଲ ଭାବରେ ମିଶା ଦିଅନ୍ତୁ। ଏହାପରେ ଏକ ତାଓ୍ଵାରେ ଅଳ୍ପ ତେଲ ପକାନ୍ତୁ। ଯେତେବେଳେ ତାଓ୍ଵା ଗରମ ହୋଇଯିବ ସେଥିରେ ଏହି ଘୋଳକୁ ପକାଇ ପିଠା ଭଳି ମେଲାଇ ଦିଅନ୍ତୁ। ଏବେ ଏହାକୁ ମିଡିୟମ ଆଞ୍ଚରେ ପାଞ୍ଚ ମିନିଟ ପଯ୍ୟର୍ନ୍ତ ସେକିଦିଅନ୍ତୁ। ଏହାପରେ ଧୀରେ ଧୀରେ କରି ଓଲଟାନ୍ତୁ। ଏହାଉପରେ ଅଳ୍ପ ତେଲ ପକାନ୍ତୁ। ଏହା ଦୁଇ ପାଖରୁ ଭଲଭାବେ ହୋଇଗଲା ପରେ ପ୍ଲେଟକୁ ବାହାର କରି ସର୍ଭ କରନ୍ତୁ। ଏହାକୁ ସସ୍‌ କିମ୍ବା ଚଟଣୀ ସହିତ ଖାଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button