IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭୁଲରେ ଫ୍ରିଜରେ ରଖନ୍ତୁ ନାହିଁ ଏହି ସବୁ ଖାଦ୍ୟ ପଦାର୍ଥ, ସ୍ୱାସ୍ଥ୍ୟ ଉପରେ ପଡିପାରେ କୁପ୍ରଭାବ

ସାଧାରଣତଃ ଆମେ ବଜାରରୁ ଆଣିଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ସତେଜ ରଖିବା ପାଇଁ ଆମେ ଫ୍ରିଜ ବ୍ୟବହାର କରିଥାଉ । କିନ୍ତୁ ଏମିତି କିଛି ସାମଗ୍ରୀ ଅଛି ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ସ୍ୱାଦ ଓ ସତେଜତା ଶୀଘ୍ର ନଷ୍ଟ ହୋଇଯାଇଥାଏ । ସେଗୁଡିକର ରଙ୍ଗରେ ବି ପରିବର୍ତ୍ତନ ଆସିଥାଏ । ତେବେ ଆସନ୍ତୁ ସେହି ଗୁଡିକ କଣ କଣ ଜାଣି ରଖିବା:

କଦଳୀ:

ପାଚିଲା କଦଳୀ ଫ୍ରିଜରେ ଆଦୌ ରଖିବା ଉଚିତ ନୁହେଁ । ଫ୍ରିଜରେ ରହିଲେ ଏହି ଫଳରେ ଏକ ପ୍ରକାର ରାସାୟନିକ ପରିବର୍ତ୍ତନ ଆସିଥାଏ । ଆଉ ମଧ୍ୟ ଫ୍ରିଜରେ ରହିଲେ କଦଳୀର ଉପରି ଭାଗ କଳା ପଡିଯାଇଥାଏ । କାରଣ କଦଳୀ ସାଧାରଣତଃ ଗ୍ରୀଷ୍ମ ପ୍ରଧାନ ଅଂଚଳ ମାନଙ୍କରେ ହୋଇଥାଏ । ଏହାର ଉପରି ଭାଗରେ ଥଣ୍ଡାରୁ ସୁରକ୍ଷା ନେଇ କୌଣସି ପ୍ରକାର ପ୍ରାକୃତିକ ସୁରକ୍ଷା କବଚ ନଥାଏ । ଏଣୁ ଥଣ୍ଡା ତାପମାତ୍ରାରେ ରହିବା ଦ୍ୱାରା ଚୋପା ଏକ ପ୍ରକାର ଢିଲା ପଡି ଯାଇଥାଏ ।

Bananas: Health benefits, tips, and risks

ରସୁଣ:

ଭାରତୀୟ ମସଲାରେ ଏକ ପ୍ରମୁଖ ଭୂମିକା ନିଭେଇଥିବା ରସୁଣକୁ ବି ଫ୍ରିଜରେ ରଖିବା ଉଚିତ ନୁହେଁ । ଫ୍ରିଜରେ ରଖିବା ଦ୍ୱାରା ତାର ଚୋପା ଶୁଖିବା ସହ ଭିତରଟା ମଧ୍ୟ ପଚି ଯାଏ । ସାଧାରଣ ରୁମ ତାପମାତ୍ରା କିମ୍ବା କୌଣସି ଅନ୍ଧାର ଘରେ ଏହାକୁ ସରଂକ୍ଷିତ କରି ରଖିବା ହେଉଛି ସର୍ବତ୍କୃଷ୍ଟ ମାଧ୍ୟମ । ସବୁବେଳେ ଧ୍ୟାନ ଦେବେ ରୁମ ଏମିତି ହେବା ଆବଶ୍ୟକ ଯେଉଁଠି ବାୟୁ ଓ ସୂର୍ଯ୍ୟାଲୋକ ଭଲ ଭାବେ ପଡି ପାରୁଥିବ ।

Hearty No-Yeast Bread Recipe - Gemma's Bigger Bolder Baking

ବ୍ରେଡ:

ବ୍ରେଡକୁ ରେଫ୍ରିଜିରେଟରରେ ରଖିବା ଜମା ଉଚିତ ନୁହେଁ | ଏହାକୁ ଫ୍ରିଜରେ ଅଧିକ ଦିନ ରଖିଲେ ଏହାର ସ୍ୱାଦ ବି ନଷ୍ଟ ହୋଇଯାଇଥାଏ ।ଥଣ୍ଡା ତାପମାତ୍ରାରେ ଷ୍ଟାର୍ଚ୍ଚ ନିର୍ମାଣ ହୋଇଥାଏ | ଯାହା ଫଳରେ ଫ୍ରିଜରେ ବ୍ରେଡ ରଖିବା ଫଳରେ ସୁଖୀ ଯାଇଥାଏ ।

ଆଳୁ;

ଆଳୁକୁ ସାଧାରଣତଃ ଶୁଖିଲା ଓ ସାଧାରଣ ତାପମାତ୍ରାରେ ରଖିବା ଉଚିତ । ରେଫରୀଜିରେଟରରେ ରଖିବା ଦ୍ୱାରା ଆଳୁ ଭିତରେ ଥିବା ଷ୍ଟାର୍ଚ୍ଚ ସୁଗାର ପାଲଟି ଯାଏ । ଏହା ସହ ଏଥିରେ ରାସାୟନିକ ପରିବର୍ତ୍ତନ ହୋଇ ଏହାର ରଙ୍ଗ ମଧ୍ୟ ବଦଳିଯାଏ । ଆଳୁ ପାଇଁ ୪୫ ଡିଗ୍ରୀ ତାପମାତ୍ରାକୁ ସର୍ବତ୍କୃଷ୍ଟ ଧରାଯାଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button