ଦେଶ

ମାତ୍ର ୫ ମିନିଟ୍‌ରେ ପାଆନ୍ତୁ ଡେଡ୍‌ସ୍କିନରୁ ମୁକ୍ତି, ତ୍ୱଚାରେ ଆସିବ ଉଜ୍ୱଳତା

ଆପଣଙ୍କ ତ୍ୱଚା ନିୟମିତ ଭାବେ ପରିବର୍ତ୍ତନ ହୋଇଥାଏ। ଏମିତିରେ ପ୍ରତିଦିନ ତ୍ୱଚାରେ ମୃତ କୋଷିକାକୁ ବାହାର କରି ସେହି ସ୍ଥାନରେ ନୂଆ ତ୍ୱଚାର ନିର୍ମାଣ କରିଥାଏ। ବେଳେ ବେଳେସ ତ୍ୱଚାରେ ଥିବା ଡେଡ୍‌ ସେଲ୍ସ ଜମା ହୋଇଥାଏ, ଯାହା ତ୍ୱଚାର ଉଜ୍ୱଳତା ଏବଂ ରୁକ୍ଷପଣ ନଜର ଆସିଥାଏ।

ଯାହାକୁ ନିୟମିତ ରୂପେ ସଫା କରିବା ଉଚିତ। ଆପଣ ଯଦି ଭାବୁଥାନ୍ତି କି, ଭଲ ଫେସଓ୍ଵାସରେ ମୁହଁ ସଫା କରିବା ପରେ ସବୁ ସମସ୍ୟା ଠିକ୍‌ ହୋଇଯାଉଛି, ତେବେ ଏହା ଆପଣଙ୍କର ଭ୍ରାନ୍ତ ଧାରଣା। ସ୍କିନରେ ଜମା ଥିବା ମୃତ କୋଷିକାକୁ ବାହାର କରିବା ପାଇଁ ଭଲଭାବେ ସ୍କ୍ରବ କରିବା ଉଚିତ। ଆସନ୍ତୁ ଜାଣିବା, କିପରି ଓ କେଉଁ ଉପାୟରେ ମୁହଁକୁ ସ୍କ୍ରବ କରିବା ଉଚିତ…

face

ଡ୍ରାଏ ବ୍ରସିଂ :

ଏହି ପ୍ରକ୍ରିୟାରେ ମୁଲାମ ତ୍ୱଚା ମିଳିବା ସହିତ ମୃତ କୋଷିକାକୁ ହଟାଇବାରେ ସହଜ ହୋଇଥାଏ। ଏପରି କରିବା ପାଇଁ ପ୍ରଥମେ ନିଜ ତ୍ୱଚାକୁ ପ୍ରଥମେ ଅଳ୍ପ ଓଦା କରିଦିଅନ୍ତୁ। ତା’ ପରେ ସେଥିରେ ଡ୍ରାଏ ବ୍ରସ ସାହାଯ୍ୟରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଗୋଲ ଗୋଲ ସର୍କଲରେ ସ୍କ୍ରବ କରନ୍ତୁ। ଏପରି କଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

cc

ସ୍କ୍ରବ ବ୍ୟବହାର କରନ୍ତୁ :

ସ୍କ୍ରବ କରିବା ଦ୍ୱାରା ତ୍ୱଚାରୁ ମୁକ୍ତ କୋଷିକା ଦୂର ହୋଇଥାଏ। ଆପଣଙ୍କ ତ୍ୱଚାକୁ ସୁଟ୍‌ କରୁଥିବା ସ୍କ୍ରବ କିଣି ଆପଣ ବ୍ୟବହାର କରିପାରିବେ। ସପ୍ତାହକୁ ଦୁଇ କିମ୍ବା ୩ ଥର ଏପରି କରନ୍ତୁ। ସ୍କ୍ରବ କରିବା ସମୟରେ ହାଲକା ଭାବେ କୋମଳ ହାତରେ କରନ୍ତୁ।

କଫି ସ୍କ୍ରବ : ୧ ଚାମଚ କଫି ପାଉଡର ଏବଂ ନଡିଆ ତେଲ, ଅଧା ଚାମଚ ଲେମ୍ବୁ ରସ ମିଶାଇ ଏକ ଗାଢ ପେଷ୍ଟ କରି ଏହାକୁ ମୁହଁରେ ସ୍କ୍ରବ କରନ୍ତୁ।

sugar

ବ୍ରାଉନ ସୁଗାର ସ୍କ୍ରବ : ଆପଣ ବ୍ରାଉନ ସୁଗାର କିମ୍ବା ଚିନି ସହିତ ମହୁ ମିଶାଇ ସ୍କ୍ରବ ପ୍ରସ୍ତୁତ କରିପାରିବେ। ବ୍ରାଉନ ସୁଗାରରେ ମହୁ ସହିତ କିଛି ଅଲଭି ଅଏଲ ମିଶାଇ ଏହାକୁ ମୁହଁରେ ଧୀରେ ଧୀରେ ସ୍କ୍ରବ କରନ୍ତୁ। ସମସ୍ୟାରୁ ମୁକ୍ତି ମିଳିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button