ଦେଶ

ଏନଡିଏରେ ସାମିଲ ହେଲା ଏଚ୍ ଡି କୁମାରସ୍ୱାମୀଙ୍କ ଦଳ ଦଳ ଜେଡିଏସ୍ – Ibnodisha

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପି ନେତୃତ୍ବାଧୀନ ଏନଡିଏ ଆହୁରି ସୁଦୃଢ ହୋଇଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କ ଦଳ ଜେଡିଏସ୍ (ଜେଡିଏସ୍) ଏନଡିଏରେ ଯୋଗ ଦେଇଛି । ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ସଭାପତି ଜେପି ନଡ୍ଡା ଟୁଇଟ କରି ସୂଚନା ଦେଇଛନ୍ତି । ଶୁକ୍ରବାରଦିନ କୁମାରସ୍ବାମୀ ନୂଆଦିଲ୍ଲୀଠାରେ ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ।

ନିଜ ଟୁଇଟରେ ନଡ୍ଡା ଲେଖିଛନ୍ତି “କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚଡି କୁମାରସ୍ୱାମୀଙ୍କୁ ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭେଟିଛନ୍ତି। ଆମେ ତାଙ୍କୁ ଏନଡିଏରେ ହୃଦୟର ସହ ସ୍ୱାଗତ କରୁଛୁ। ଏହା ଏନଡିଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନୂଆ ଭାରତ, ଶକ୍ତିଶାଳୀ ଭାରତ’ର ସ୍ୱପ୍ନକୁ ଆହୁରି ମଜବୁତ କରିବ।“

ଏନଡିଏରେ ଜେଡିଏସର ଯୋଗଦାନ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ଏନଡିଏକୁ ମଝବୁତ କରିବ । ସେଠାରେ ଶାସନ କରୁଥିବା କଂଗ୍ରେସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।

ଏନଡିଏରେ ଜେଡିଏସର ଯୋଗଦାନ ପାଇଁ ଗତ କିଛି ମାସ ହେଲା ବିଜେପି ଓ ଜେଡିଏସ ମଧ୍ୟରେ ଆଲୋଚନା ଜାରି ରହିଥିଲା ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button