ରାଜ୍ୟ

ଅଲଗା ହେବେନି ବର୍ଷା-ଅନୁଭବ! – Ibnodisha

[ad_1]

barsha - anubhab divorce petition

କଟକ: ସିନେ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଆଜି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି । କୋର୍ଟ ଲଢେଇରେ ଅନୁଭବଙ୍କୁ ଝଟକା ଲାଗିଛି । ଅଭିନେତା ତଥା ସାଂସଦ ଅନୁଭବ ଦାଖଲ କରିଥିବା ଛାଡପତ୍ର ପିଟିସନକୁ. କଟକ ଫାମିଲି କୋର୍ଟ ଖାରଜ କରିଦେଇଛନ୍ତି । ତେବେ କେବଳ ଅନୁଭବ ନୁହେଁ ବରଂ ବର୍ଷାଙ୍କ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିବା ଅନୁଭବଙ୍କ ଓକିଲ କହିଛନ୍ତି । ବର୍ଷାଙ୍କୁ ଛାଡ଼ପତ୍ର ଦେବାଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ।

ଯାହାକୁ ହାଇକୋର୍ଟରେ ବର୍ଷା ଚ୍ୟାଲେଞ୍ଜ କରିଥିଲେ । ପରେ କଟକ ଫାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ । କଟକ ପରିବାର ଅଦାଲତରେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା, ଯାହାର ରାୟ ଆଜି ପ୍ରକାଶ ପାଇଛି । ତେବେ ରାୟ ପ୍ରକାଶ ପାଇବା ପରେ ସାଂସଦ ଅନୁଭବ କହିଛନ୍ତି ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ଅଛି । ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ତେଣେ ପରିବାର ଅଦାଲତଙ୍କ ରାୟକୁ ସେମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ । ତେବେ ଏ ସଂକ୍ରାନ୍ତରେ ପ୍ରତିପକ୍ଷ ବର୍ଷା କିମ୍ବା ତାଙ୍କ ଓକିଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

The post ଅଲଗା ହେବେନି ବର୍ଷା-ଅନୁଭବ! appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button