IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହିସବୁ ରୋଗ ପାଇଁ ରାମବାଣ ଗଜା ଶୋଲା, ଏମିତି କରନ୍ତୁ ବ୍ଯବହାର

ବର୍ତ୍ତମାନ ଚାରିଆଡେ କରୋନାର ପ୍ରକୋପ ବ୍ଯାପିବାରେ ଲାଗିଛି। ଏନେଇ ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବା ପାଇଁ କିଛି ଉପାୟ ବତାଇବାକୁ ଯାଉଛୁ। ସିଝା ଶୋଲା ପିତ୍ତ ତଥା କଫ ସମସ୍ଯା ଦୂର କରିଥାଏ କିନ୍ତୁ ଗଜା ଶୋଲା କୋମଳ, ଭୋକ ବଢାଇବା, ବୀର୍ଯବର୍ଦ୍ଧକ, ଶକ୍ତି ବର୍ଦ୍ଧକ ଏବଂ ରକ୍ତ ସଫା କରିଥାଏ। ଏହି ଶୋଲାରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ। ତେବେ ଆସନ୍ତୁ ଜାଣିବା ଗଜା ଶୋଲା ଖାଇବା ଦ୍ବାରା କେଉଁ ସବୁ ଲାଭ ମିଳିଥାଏ।

sprouted-ଶାରୀରିକ ଦୁର୍ବଳତା ଦୂର କରିବା ସହ ଶରୀରକୁ ମଜବୁତ କରିଥାଏ ଗଜା ଶୋଲା।

-ହାର୍ଟ ସମସ୍ଯା ଥିବା ବ୍ଯକ୍ତିମାନେ ପ୍ରତ୍ଯେକ ଦିନ ଗଜା ଶୋଲା ଖାଇବା ଉଚିତ। ଚଣାରେ ପ୍ରଚୁର ମାତ୍ରାରେ ମ୍ଯାଗ୍ନେସିୟମ ଏବଂ ଫଲେଟ ରହିଥାଏ, ଯାହା କୋଲେଷ୍ଟ୍ରଲ କମ କରିବାରେ ସହାୟକ ହୋଇଥାଏ।

Sprouts-ମହିଳାମାନଙ୍କ ପାଖରେ ଅଧିକାଂଶ ଅନିମିୟା ରୋଗ ଦେଖାଯାଇଥାଏ। ଏହିକାରଣରୁ ମହିଳାମାନେ ଗଜା ଶୋଲା କିମ୍ବା ଯେକୌଣସି ରୂପେ ନିଶ୍ଚୟ ଚଣା ସେବନ କରିବା ଉଚିତ।

-ସେହିଭଳି ଉଚ୍ଚ ରକ୍ତଚାପ ଥିବା ବ୍ଯକ୍ତିମାନେ ଗଜା ଶୋଲା ଖାଇବା ଉଚିତ। କାରଣ ଏହା ରକ୍ତବାହିକାକୁ ସାମାନ୍ଯ କରିଥାଏ, ଯାହାଦ୍ବାରା ଉଚ୍ଚ ରକ୍ତଚାପର ସମସ୍ଯା ଦୂର କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button