IBN ଓଡ଼ିଶା ବ୍ୟୁରୋ

ଆଳୁ ସୋରିଷ ତରକାରୀ ଅନେକ ଥର ଖାଇଥିବେ, ଜାଣନ୍ତୁ ଏହାକୁ ସଠିକ ଭାବେ ପ୍ରସ୍ତୁତ କରିବେ କେମିତି

ଆଳୁ ସୋରିଷ ତରକାରୀ ତ ଆପଣ ନିଶ୍ଚିତ ଖାଇଥିବେ କିନ୍ତୁ ଏହା ପ୍ରସ୍ତୁତ କରିବାର ସଠିକ୍‌ ତରିକା ଯଦି ଆପଣ ଜାଣିଥିବେ, ତେବେ ଏହା ଆହୁରି ଅଧିକ ସ୍ୱାଦିଷ୍ଟ ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ..

ଆବଶ୍ୟକ ସାମଗ୍ରୀ :  ସିଝା ଆଳୁ: ୫ଟା( କଟା ହୋଇଥିବା), ଦହି(୧/୨ କପ୍‌), ୨ ଚାମଚ ସୋରିଷ ଗୁଣ୍ଡ, ୨ ଚାମଚ ସୋରିଷ ତେଲ, ୧/୨ ଚାମଚ ଜିରା, ୧/୨ ପାନମଧୁରୀ, ୧/୨ ଲଙ୍କା ପାଉଡର, ୧/୨ ହଳଦୀ, ଲୁଣ, ହେଙ୍ଗୁ, ତେଲ ଆବଶ୍ୟକ ଅନୁଯାୟୀ, ପାଣି ଆବଶ୍ୟକ ଅନୁସାରେ।

allo

ପ୍ରସ୍ତୁତି ପ୍ରଣାଳୀ: ଆଳୁ ସୋରିଷ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସୋରିଷକୁ ଭଲ ଭାବେ ପେଷ୍ଟ କରି ଦହି ସହିତ ମିଶାଇ ଦିଅନ୍ତୁ ଏବଂ ୪-୫ ଘଣ୍ଟା ପର୍ଯ୍ୟନ୍ତ ଅଲଗା ରଖିଦିଅନ୍ତୁ। ତା’ ପରେ ହଳଦୀ, ଲଙ୍କା ପାଉଡର, ଲୁଣକୁ ଭଲ ଭାବେ ଆଳୁରେ ଗୋଳାଇ ଦିଅନ୍ତି। ଏବେ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଜିରା, ପାନମଧୁରୀ ଏବହ ହେଙ୍ଗୁ ପକାଇ ଅଳ୍ପ ଭାଜନ୍ତୁ। ତା’ ପରେ ସେଥିରେ ଆଳୁକୁ ପକାଇ ଭାଜନ୍ତୁ। ଆଳୁ ଭାଜି ହୋଇଗଲା ପରେ ପୂର୍ବରୁ ପ୍ରସ୍ତୁତ ରଖିଥିବା ଦହିକୁ ସେଥିରେ ମିଶାଇ ଦିଅନ୍ତୁ। ଏଥିରେ ପାଣି ଦିଅନ୍ତୁ, ପାଣି ଫୁଟି ଆସିବା ପରେ ଓହ୍ଲାଇଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆଳୁ ସୋରିଷ ତରକାରୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button