ମନୋରଞ୍ଜନ

ପିଲା ଠାରୁ ବଡ ସମସ୍ତଙ୍କୁ ଆସିବ ପସନ୍ଦ, ଯଦି ଏପରି ପ୍ରସ୍ତୁତ କରିବେ ‘Ice Cream Oreo Shake’

ପିଲାମାନେ ବିସ୍କୁଟ ଖାଇବାକୁ ବହୁତ ପସନ୍ଦ କରନ୍ତି। କିନ୍ତୁ କିଛି ପିଲା ଏହାକୁ ଖାଇବାକୁ ଇଚ୍ଛା କରନ୍ତିନାହିଁ। ଏମିତିରେ ସେମାନଙ୍କୁ କିଛି ନୂଆ ଷ୍ଟାଇଲର ଡିସ୍‌ ବନାଇ ଖୁଆଇ ପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓରିଓ ଆଇସକ୍ରୀମ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ସାମଗ୍ରୀ

  1. ଆଇସକ୍ରିମ – ୩ ସ୍କୁପ
  2. କ୍ଷୀର – ୧/୨ କପ୍‌
  3. ଓରିଓ ବିସ୍କୁଟ – ୫
  4. ହ୍ଵିପଡ୍‌ କ୍ରିପ
  5. ଓରିଓ କୁକିଜ୍‌ ପାଉଡର

ପ୍ରସ୍ତୁତି ପ୍ରଣାଳୀ

ଏକ ଗ୍ରାଇଣ୍ଡିଂ ଜାରରେ ୩ ସ୍କୁପ ଆଇସ୍‌ କ୍ରୀମ, ୧/୨ କପ୍‌ କ୍ଷୀର ଏବଂ ୫ ଓରିଓ ବିସ୍କୁଟ ପକାଇ ଏକ ସ୍ମଥ୍‌ ବ୍ଲେଣ୍ଡ କରିଦିଅନ୍ତୁ। ଏହି ମିଶ୍ରଣକୁ ଏକ ଗ୍ଲାସରେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣ ଉପରେ ହ୍ଵିପଡ୍‌ କ୍ରିମ ପକାଇ ଦିଅନ୍ତୁ। ଏହାପରେ ଏହାକୁ ଅରିଓ କୁକିଜ୍‌ ପାଉଡର ପକାଇ ଦିଅନ୍ତୁ। ଏବେ ଆପଣଙ୍କର ଓରିଓ ସେକ ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button