୩୦ ବର୍ଷ ପରେ ହେବ ନାହିଁ ରକ୍ତ କମ୍, ଏହି ସବୁ ଜିନିଷ ଖାଆନ୍ତୁ

ନିରୋଗୀ ଓ ସ୍ୱାସ୍ଥ୍ୟବାନ ରହିବାକୁ ହେଲେ ଶରୀରରେ ରକ୍ତର ମାତ୍ରା ଠିକ୍ ରହିବା ଜରୁରୀ । ହେଲେ ଠିକ୍ ଢ଼ଙ୍ଗରେ ଖାଦ୍ୟ ପାନୀୟ ନନେବା ଯୋଗୁ ଶରୀରରେ ରକ୍ତ ମାତ୍ରା କମ୍ ହୋଇଯାଏ । ଶରୀରରେ ରକ୍ତ କମ୍ ହେବା ଯୋଗୁ ଦୁର୍ବଳତା, ମୁଣ୍ଡ ଘୁରାଇବା, ଅନିଦ୍ରା, କ୍ଲାନ୍ତ ଭଳି ସମସ୍ୟା ଦେଖା ଯାଇଥାଏ ।
ପୁରୁଷଙ୍କ ତୁଳନାରେ ଏହି ସମସ୍ୟା ମହିଳଳାଙ୍କ ଠାରେ ଅଧିକ ଦେଖାଯାଇଥାଏ । ପ୍ରାୟ ୭୦ ପ୍ରତିଶତ ଭାରତୀୟ ମହିଳାଙ୍କ ଠାରେ ରକ୍ତ କମ୍ ଥିବା ଦେଖାଯାଏ । ଯେଉଁଠାରେ ୩୦ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ସଂଖ୍ୟା ଅଧିକ । ଭାରତରେ ପ୍ରାୟ ୫୭.୮ % ଗର୍ଭବତୀ ମହିଳା ଏନିମିୟାରେ ପୀଡିତ ରହିଥାନ୍ତି । ତେଣୁ ଜାଣନ୍ତୁ କ’ଣ ଖାଇବା ଜରୁରୀ ।
ଆଇରନ୍ଯୁକ୍ତ ଖାଦ୍ୟ ଖାଇବା ଜରୁରୀ :
ଆଇରନ୍ଯକ୍ତ ଖାଦ୍ୟ ରକ୍ତ କୋଷରେ ଅକ୍ସିଜେନ୍ ଏକାଠି କରି ହେମୋଗ୍ଲୋବିନ୍ ତିଆରି କରିବାରେ ସାହାଯ୍ୟ କରିଥାଏ । ଏଥି ପାଇଁ ଚୁନା ମାଛ, ଚିକେନ୍, ମସୁର ଡାଲି, ଖଜୁରୀ,ବାଦାମ,ଅଖରୋଟ୍, ରାଶି ଓ କଖାରୁ ମଞ୍ଜି ଆଦି ଖାଇପାରିବେ । ଅନ୍ୟ ଖାଦ୍ୟ ମଧ୍ୟରେ ରହିଛି –

ପାଳଙ୍ଗ ଶାଗ : ଏଥିରେ ଭିଟାମିନ ବି ୬, ଏ,ଆଇରନ୍, କ୍ୟାଲ୍ସିୟମ୍ ଓ ଫାଇବର ଭରପୁର ରହିଥିବାରୁ ଶରୀରରେ ରକ୍ତ ମାତ୍ରା ବୃଦ୍ଧି କରିଥାଏ ।

ଟମାଟର ଓ ବିଟ୍ : ଶରୀରରେ ରକ୍ତ ବୃଦ୍ଧି କରିବା ପାଇଁ ଟମାଟର ଓ ବିଟ୍ ବହୁତ ଉପକାରୀ ହୋଇଥାଏ । ଗୋଟିଏ ଗ୍ଲାସ ବିଟ୍ ରସରେ ୧ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ରକ୍ତ ଅଭାବ ପୂରଣ କରିଥାଏ ।

ଅଳାଁ, ଗୁଡ, ବ୍ରୋକୋଲି ଓ ଗିଲୋଇ : ଗୁଡ ସହ ବାଦାମ ମିଶାଇ ଖାଇଲେ ଯଥେଷ୍ଟ ଆଇରନ୍ ମିଳିଥାଏ । ଅଳାଁ ଓ ଜାମ୍ମୁ କୋଳି ରସ ସମାନ ମାତ୍ରାରେ ପିଇବା ଦ୍ୱାରା ରକ୍ତ ହୀନତା ରୋଗରୁ ମୁକ୍ତି ମିଳିଥାଏ । ଗିଲୋଇ ରକ୍ତ ଅଭାବ ପୂରଣ କରିବା ସହ ଏହାର ରସ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ଏଥିପାଇଁ ଗିଲୋଇ ଖଣ୍ଡ ରାତି ସାରା ପାଣିରେ ଭିଜାଇ ସକାଳୁ ଏହାକୁ ଛାଣି ପିଇ ପାରିବେ । ଏହା ଦ୍ୱାରା ଶରୀରରେ ଖୁବ୍ ଶୀଘ୍ର ରକ୍ତ ମାତ୍ରା ବୃଦ୍ଧି ହୋଇଥାଏ ।





