ଭଲିବଲ୍: କ୍ୱାର୍ଟରରେ ଭାରତ ପୁରୁଷ ଦଳ – Ibnodisha

[ad_1]
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଭଲିବଲ୍ ଦଳ ତା’ର ପ୍ରଭାବୀ ପ୍ରଦର୍ଶନ ଜାରି ରଖି ୨୦୨୩ ଏସୀୟ କ୍ରୀଡ଼ାରେ ଶୁକ୍ରବାର ଚାଇନିଜ୍ ତାଇପେଇକୁ ୩-୦ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦକ୍ଷିଣ କୋରିଆ ବିପକ୍ଷରେ ଚମତ୍କାର ବିଜୟ ପରେ ଭାରତ ଶୁକ୍ରବାର ଏକ ଘଣ୍ଟା ୨୫ ମିନିଟର ମୁକାବିଲାରେ ଚାଇନିଜ୍ ତାଇପେଇକୁ ୨୫-୨୨, ୨୫-୨୧ରେ ହରାଇ ଷଷ୍ଠ ଦଳ ଭାବେ ପ୍ଲେଅଫରେ ସ୍ଥାନ ପକ୍କା କରିଛି । ଭାରତ ରବିବାର ଜାପାନ କିମ୍ବା କାଜାଖସ୍ତାନ ବିପକ୍ଷରେ ଖେଳିବ । ଚାଇନିଜ ତାଇପେଇ ବିପକ୍ଷରେ ଭାରତ ଆରମ୍ଭରୁ ୬-୧୦ରେ ପଛୁଆ ରହିଥିଲା । ଏରିନ୍ ଭର୍ଗିସଙ୍କ ସହାୟତାରେ ଦଳ ୧୧-୧୩ରେ ବ୍ୟବଧାନକୁ କମାଇ ଦେଇଥିଲା ।
ଅଧିକାଂଶ ସମୟ ପଛୁଆ ରହିବା ପରେ ଶେଷରେ ଭାରତ ୨୧-୨୧ରେ ସମତା ଆଣିବା ପରେ ଭାର୍ଗିସ ଓ ଅଶୱାଲ ରାୟ ଶେଷ ଦୁଇ ପଏଣ୍ଟ ହାସଲ କରି ଭାରତକୁ ଅଗ୍ରଣୀ ଦେଇଥିଲେ । ଦ୍ୱିତୀୟ ସେଟରେ ଭାରତ ପ୍ରଥମେ ୩-୦ରେ ଆଗୁଆ ଥିଲେ ମଧ୍ୟ ଚାଇନିଜ୍ ତାଇପେଇ ୧୭-୧୭ରେ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲା । ତେବେ ଭାରତୀୟ ଖେଳାଳି ଶେଷ ମୁହୂର୍ତ୍ତରେ ଲଗାତାର ପଏଣ୍ଟ ହାସଲ କରି ୨୫-୨୨ ପଏଣ୍ଟରେ ଆଗୁଆ ରହିଥିଲେ । ନିର୍ଣ୍ଣାୟକ ମୁକାବିଲାରେ ଭାରତ ୧୦-୪ରେ ଆଗୁଆ ରହିଥିଲା । ଚାଇନିଜ୍ ତାଇପେଇ ଏହାକୁ ୧୦-୧୨ରେ ସୀମିତ ରଖିବାରେ ସଫଳ ହେବା ପରେ ୧୪-୧୪ରେ ସ୍ଥିତି ବରାବର କରିଥିଲା । ଭାରତ କିନ୍ତୁ ୨୧-୧୮ରେ ଆଗକୁ ବଢ଼ିବା ପରେ ସହଜରେ ୨୫-୨୧ରେ ନିଜ ସ୍ଥିତି ଜାହିର କରିଥିଲା ।
[ad_2]