କରୋନା କଟକଣା କୁ ଅବମାନନା କଲେ ଅଣ୍ଟିଆ ଡିଲର

IBN ଓଡିଶା(ବ୍ୟୁରୋ):-ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ୍ ଅନ୍ତର୍ଗତ ଅଣ୍ଟିଆ ଡିଲର ଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆ ରେ ବୁଲିବାରେ ଲାଗିଛି।ସ୍ୱଚନା ଥାଉକି କରୋନା ମହାମାରୀ ସମୟ ରେ ନିଜକୁ ସୁରକ୍ଷିତ କରିବା ପାଇଁ ଉଭୟ ସରକାର ନିଜ ଜୀବନ କୁ ବାଜି ଲଗାଇ ଅନେକ ପଦକ୍ଷେପ ନେଉଛନ୍ତି।ଆଉ ସଚେତନ ପାଇଁ ଅନେକ ଗାଇଡ଼ ଲାଇନ ମଧ୍ୟ ଜାରି କରିଛନ୍ତି।ଯାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ୍ ଅନ୍ତର୍ଗତ ଅଣ୍ଟିଆ ପଂଚାୟତର। ତେବେ ସୁଚାନ ରୁ ପ୍ରକାଶ ଯେ ଅଣ୍ଟିଆ ର ଡିଲର ଚକ୍ରଧର ବଳ ଙ୍କ ନାମରେ ଆଜି ଗ୍ରାମବାସୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।ଏପଟେ ସଭା ସମିତି ନହେବା ପାଇଁ ସରକାର ବଡ ଘୋଷଣା କରିଥିବା ବେଳେ ସଭା ସମିତି ଆଉ ଗ୍ରାମରେ ଲୋକ ଙ୍କୁ ଏକଜୁଟ ନକରିବାକୁ ସରକାର ନିୟମ କରିଥିବା ବେଳେ ଅଣ୍ଟିଆ ଡିଲର ଚକ୍ରଧର ବଳ ସେ ଗ୍ରାମରେ ଏକ ଜରୁରୀ ପୁଣି ଗୁପ୍ତ ସଭା ଗ୍ରାମରେ ବସାଇଛନ୍ତି।ଜିଲ୍ଲା ପ୍ରଶାସନ ର ନିୟମକୁ ବେଖାତିର କରି ନିଜକୁ ନିଜେ ହିରେ ଦେଖାଉଛନ୍ତି ଡିଲର।ତେବେ କରୋନା କୁ ନିମନ୍ତ୍ରଣ କରିଛନ୍ତି ଡିଲର।ଏବେ କରୋନା କଟକଣା ସବୁଆଡେ ଜାରି ହୋଇଥିବା ବେଳେ ଡିଲର ବାବୁ କାହିଁକି ଏମିତି କଲେ ତାହା ଏବେ ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।ଖାଲି ସେତିକି ନୁହଁ ଯେଉଁ ପ୍ରଶାସନ କରୋନା କଟକଣା ପାଇଁ ଅନେକ ରୋକ ଲଗାଉଥିବା ବେଳେ ଉକ୍ତ ଡିଲର କିପରି ଗ୍ରାମରେ ସମ ଦୂରତା କୁ ବେଖାତିର କରି ନିଜକୁ ନିଜେ ଗ୍ରାମର ହିରୋ ଦେଖେଇ ଏପରି କଲେ ତାହା ବୁଦ୍ଧିଜୀବୀରେ ଚର୍ଚ୍ଚା ଜୋର ଧରିଛି।ଖାଲି ସେତିକି ନୁହଁ ଗ୍ରାମବସୀ ମଧ୍ୟ ସନ୍ଧ୍ୟା ସମୟରେ ନିକଟସ୍ତ ଜେନାପୁର ଥାନା କୁ ଖବର ଦେଇଥିଲେ ମଧ୍ୟ ଥାନା ବାବୁ ଜାଣିଶୁଣି ଆସିନଥିଲେ ଯାହା ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ତୁରନ୍ତ ଏ ଡିଲର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବସୀ ଦାବି କରିଛନ୍ତି।