ମନୋରଞ୍ଜନ

‘ଜେଲର’ ପାଇଁ ପ୍ରଥମ ପସନ୍ଦ ନଥିଲେ ରଜନୀକାନ୍ତ, ଏହି ଅଭିନେତାଙ୍କୁ ଦିଆଯାଇଥିଲା ଅଫର – Ibnodisha

[ad_1]

ଚେନ୍ନାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଲେ ରଜନୀକାନ୍ତ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ନିଜର ଅଭିନୟ ବଳରେ ଅଭିନେତା ଆଜି କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଅଗଷ୍ଟ ୧୦ରେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜେଲର’ ରିଲିଜ ହୋଇଥିବା ବେଳେ ଏହାକୁ ଦର୍ଶକଙ୍କ ଭଲପାଇବା ମିଲିଥିଲା। ରିଲିଜ୍ ପରେ ବକ୍ସ ଅଫିସରେ ଧମାଲ କରିଥିଲା ରଜନୀକାନ୍ତଙ୍କ ଫିଲ୍ମ।

ସୂଚନା ମିଳିଥିଲା ଯେ, ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବିଶ୍ବ ସ୍ତରରେ ୫୬୪.୩୫କୋଟି ଟଙ୍କା ଆୟ କରିଥିଲା। ରଜନୀକାନ୍ତଙ୍କ ପାଇଁ ଫିଲ୍ମଟି ଭଲ ଆୟ କରିଥିବା ବେଳେ ଏବେ ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ପ୍ରଥମେ ରଜନୀକାନ୍ତଙ୍କୁ ନୁହେଁ ସୁପରଷ୍ଟାର ଚିରଞ୍ଜିବିଙ୍କୁ ନେବାକୁ ନିଷ୍ପତ୍ତି ନେଇଥିଲେ ନିର୍ମାତା। ହେଲେ ଫିଲ୍ମରେ କୌଣସି ଗୀତ ବା ନୃତ୍ୟ ନଥିବାରୁ ଚିରଞ୍ଜିବି ଫିଲ୍ମ କରିବାକୁ ଇଚ୍ଛାପ୍ରକାଶ କରିନଥିଲେ। ସେ ନିର୍ମାତାଙ୍କୁ ପ‌ରେ ଚିନ୍ତା କରିବା କହି ଦିନ ଗଡ଼ାଇଥିଲେ। ଏହା ପରେ ନିର୍ମାତା ରଜନୀକାନ୍ତଙ୍କୁ ଫିଲ୍ମ କରିବାର ଅଫର ଦେଇଥିଲେ। ତେବେ ଏହି ସୂଚନାରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇନାହିଁ।

ତେବେ ରଜନୀକାନ୍ତଙ୍କ ପାଇଁ ଫିଲ୍ମଟି ଭଲ ଆୟ କରିଥିବାରୁ ଏହାର ଫଳ ଅଭିନେତାଙ୍କ ସମତେ ଫିଲ୍ମର ସମସ୍ତ କ୍ରୁ ସଦସ୍ୟଙ୍କୁ ମିଳିଥିଲା। ସନ୍ ପିକ୍ଚର୍ସର ନିର୍ମାତା କାଲାନିଥୀ ମାରନ୍ ପୂର୍ବରୁ ରଜନୀକାନ୍ତଙ୍କୁ ଭେଟି ୧୦୦କୋଟିର ଚେକ୍ ଦେଇଥିବା ବେଳେ ୩୦୦କ୍ରୁ ସଦସ୍ୟଙ୍କୁ ଗୋଟିଏ ଲେଖାଏ ସୁନା କଏନ ଦେଇଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button