IBN ଓଡ଼ିଶା ବ୍ୟୁରୋ

ଆଚାର୍ଯ୍ୟ ଚାଣକ୍ୟଙ୍କର ଏମିତି ୧୦ ଟି ବିଚାର, ଯାହା ଆପଣଙ୍କ ଜୀବନକୁ ବଦଳେଇଦେବ, ଥରୁଟେ ନିଶ୍ଚୟ ପଢନ୍ତୁ

ଆପଣ ଜାଣିବା ନିମନ୍ତେ କହିଦେଉଛୁ ଯେ ଆମର ଶାସ୍ତ୍ରରେ ଆମର ଜୀବନର ଆଧାର ରହି ଅଛି । ଆମର ଶାସ୍ତ୍ରରେ ବ୍ୟକ୍ତିର ଜୀବନ ପାଇଁ ଅଲଗା ଅଲଗା ମହତ୍ଵ ବିଷୟରେ କୁହା ଯାଇଅଛି । ଶାସ୍ତ୍ରରେ ଲେଖା ହୋଇଥିବା ଏହି କଥା ଗୁଡିକ ବ୍ୟକ୍ତିର ଜୀବନରେ କେତେ ଗୁଣା ଭଲ କରି ପାରିବ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟଙ୍କର ଏମିତି ୧୦ ଟି ବିଚାର ବିଷୟରେ କହିବୁ ଯାହାଦ୍ଵାରା କୌଣସି ବ୍ୟକ୍ତିର ଜୀବନ ବଦଳି ଯିବ ।

ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ୧୦ ଟି ବିଚାର :

·    ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ ସେ ନିଜର ଆୟ ବିଷୟରେ ଅନ୍ୟ ବ୍ୟକ୍ତିମାନଙ୍କୁ କହିନଥାଏ ଯଦି ସେ ଏଭଳି କରୁଛି ତେବେ ଲୋକମାନଙ୍କ ମଧ୍ୟରେ ତାହାର ସମ୍ପର୍କ ଖରାପ ହୋଇ ଥାଏ ।

·    ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ ସେ ନିଜର ସ୍ତ୍ରୀ ର ଖରାପ ଏବଂ ଭଲ ଗୁଣ ବିଷୟରେ ଅନ୍ୟ ଲୋକମାନଙ୍କୁ କହି ନଥାଏ ।

·    ବହୁତ ଲୋକମାନେ ନିଜର ସବୁ ଛୋଟ ଏବଂ ବଡ ଅସୁବିଧା କୁ ଅନ୍ୟ ବ୍ୟକ୍ତିଲୋକଙ୍କୁ କହିଥାଏ ପରନ୍ତୁ ଯିଏ ବୁଦ୍ଧିମାନ ହୋଇଥାଏ ସେ ଏହା କେବିବି କରି ନଥାଏ ଏହା କରିବା ଦ୍ଵାରା ଲୋକମାନେ ଆପଣଙ୍କୁ କମଜୋର ଭାବିବେ ।

·    ଆପଣଙ୍କୁ କହିଦେଉଛୁ ଯେ ମନୁଷ୍ୟ ଏକୁଟିଆ ଜନ୍ମ ନେଇଥାଏ ଓ ଏକୁଟିଆ ମଧ୍ୟ ମରିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କର ମତରେ ନିଜର ଭଲ ଏବଂ ଖରାପ କାମର ଫଳ ନିଜକୁ ହିଁ ଭୋଗୀବାକୁ ପଡିଥାଏ । ଏବଂ ସେ ହିଁ ନର୍କ କିମ୍ବା ସ୍ଵର୍ଗ କର୍ମ ଅନୁସାରେ ପାଇଥାଏ ।

·    ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଭଗବାନ ମୂର୍ତିରେ ମିଳନ୍ତି ନାହିଁ ଆପଣଙ୍କର ଅନୁଭୂତି ହିଁ ଆପଣଙ୍କର ଇଶ୍ଵର ଏବଂ ଆତ୍ମା ଆପଣଙ୍କର ମନ୍ଦିର ଅଟେ ।

·    ଏହି କଥାକୁ କାହାକୁ କହିବେ ନାହିଁ କି ଆପଣ କଣ କରିବା ପାଇଁ ବିଚାର କରିଛନ୍ତି ଏବଂ ବୁଦ୍ଧିମାନ ସହିତ ଏହାକୁ ଚୁପଚାପ ରଖନ୍ତୁ ଏବଂ ଦୃଢତାର ସହ କାମଟିକୁ କରିବା ଉଚିତ ।

·    ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଶିକ୍ଷା ସବୁଠୁ ଭଲ ମିତ୍ର ହୋଇଥାଏ ।

·    ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେମିତି ଭୟ ଆପଣଙ୍କ ପାଖକୁ ଆସିବ ତାହା ଉପରେ ଆକ୍ରମଣ କରି ତାକୁ ନଷ୍ଟ କରି ଦିଅନ୍ତୁ ।

·    ଜଣେ ମୂର୍ଖ ବ୍ୟକ୍ତି ପାଇଁ ବହି ସେତେ ଦରକାର ଅଟେ ଯେମିତି ଜଣେ ଅନ୍ଧ ବ୍ୟକ୍ତି ପାଇଁ ଆଇନା ଦରକାର ଅଟେ ।

·    ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେମିତି ଗୋଟିଏ ଶୁଖିଲା ଗଛରେ ଯଦି ନିଆଁ ଲଗାଇ ଦିଆଯାଏ ତେବେ ତାହ ପୁରା ଜଙ୍ଗଲକୁ ନଷ୍ଟ କରି ଦେଇଥାଏ ଠିକ ସେହିପରି ଗୋଟିଏ ପାପୀ ପୁତ୍ର ପୁରା ପରିବାର କୁ ବର୍ବାଦ କରିଦେଇ ଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button