ରାଜ୍ୟ

ଟିକସ ଫାଙ୍କିବାକୁ ବେଦାନ୍ତର ସାଂଘାତିକ ଷଡ଼୍‌ଯନ୍ତ୍ର: ବ୍ୟବହାରଠାରୁ କମ୍‌ ଦର୍ଶାଇ ଜଳକର ହଡ଼ପ – Ibnodisha

[ad_1]

ଉତ୍ପାଦନ ବଢ଼ିଛି ୬ ଗୁଣା, ଜଳ ବ୍ୟବହାର କମିଛି ୨୭%

ଝାରସୁଗୁଡ଼ା: ଝାରସୁଗୁଡ଼ା ଭୁର୍କାମୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ୍‌ ୧୩ କୋଟିର ଜଳକର ଠକେଇ ମାମଲାର ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସରକାରୀ ଟିକସ ଫାଙ୍କିବାକୁ ସାଂଘାତିକ ଷଡ଼୍‌ଯନ୍ତ୍ରର ଅଭିଯୋଗ ହୋଇଛି। ୨୦୦୬ ମସିହା ତୁଳନାରେ ବର୍ତ୍ତମାନ ବେଦାନ୍ତର ଆୟତନ ପ୍ରାୟ ୧୦ ଗୁଣା ବୃଦ୍ଧି ହୋଇଥିବା ବେଳେ ସରକାରୀ ରେକର୍ଡରେ ଜଳ ବ୍ୟବହାର ୨୭ ପ୍ରତିଶତ ହ୍ରାସ ପାଇଛି। ଏଭଳି ସ୍ଥିତିରେ ବେଦାନ୍ତ କେଉଁଠୁ ପାଣି ଆଣି ନିଜର ଆବଶ୍ୟକତା ମେଣ୍ଟାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ, ବେଦାନ୍ତ ଭୂତଳ ଜଳ ଚୋରି କରିବା ନେଇ ଆଜି ପ୍ରକାଶିତ ଖବର ଆଧାରରେ ଜଳସମ୍ପଦ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

୨୦୦୬ ମସିହାରେ ବେଦାନ୍ତ କାରଖାନାର ସ୍ଥାପନ ସମୟରେ କମ୍ପାନି ୭୨୦ ମେଗାୱାଟ୍‌ ତାପଜ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରୁଥିଲା। ଏହା ବୃଦ୍ଧି ପାଇ ଏବେ ୨୮୦୦ ମେଗାୱାଟ୍ କ୍ଷମତାରେ ପହଞ୍ଚିଛି। ଅର୍ଥାତ୍‌ ତାପଜ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ କମ୍ପାନିର କ୍ଷମତା ପ୍ରାୟ ୪ ଗୁଣା ବୃଦ୍ଧି ହୋଇଛି। ସେହିପରି କମ୍ପାନି ବାର୍ଷିକ ୨.୮ ଲକ୍ଷ ଟନ୍‌ ଆଲୁମିନିୟମ୍‌ ଉତ୍ପାଦନ କ୍ଷମତା ମଧ୍ୟ ପ୍ରାୟ ୬ ଗୁଣା ବୃଦ୍ଧି ପାଇ ୧୮ ଏଲ୍‌ଟିପିଏରେ ପହଞ୍ଚିଛି। ଉଭୟ ତାପଜ ବିଦ୍ୟୁତ୍‌ ଓ ଆଲୁମିନିୟମ୍‌ ଉତ୍ପ‌ାଦନ ବୃଦ୍ଧି ପାଇଥିବା ବେଳେ ଜଳ ବ୍ୟବହାର ବି ବୃଦ୍ଧି ହେବା ସାଧାରଣ କଥା। କିନ୍ତୁ ବେଦାନ୍ତ ଟିକସ ଫାଙ୍କିବାକୁ ଯାଇ ଜଳର ବ୍ୟବହାର ହ୍ରାସ ଦର୍ଶାଇଛି। ୨୦୧୩ ସେପ୍ଟେମ୍ବର ୯ ତାରିଖରେ କମ୍ପାନି ଏ ସଂକ୍ରାନ୍ତରେ ଜଳସମ୍ପଦ ବିଭାଗକୁ ଚିଠି କରି ହୀରାକୁଦ ଜଳଭଣ୍ଡାରରୁ ତାକୁ ପ୍ରଦାନ କରାଯାଉଥିବା ୫୪.୯ କ୍ୟୁସେକ୍‌ ପାଣି ବଦଳରେ ୪୦.୯ କ୍ୟୁସେକ୍‌ ପାଣିର ଆବଶ୍ୟକତା ହେଉଥିବା ନେଇ ଦର୍ଶାଇଥିଲା। ଯାହାକି ୨୭ ପ୍ରତିଶତ କମ। ଏହାକୁ ଜଳସମ୍ପଦ ବିଭାଗ ମଞ୍ଜୁରି ଦେଇଥିଲା ଓ ୨୦୨୦ ମସିହା ଅଗଷ୍ଟ ୨୬ ତାରିଖରେ ନବୀକରଣ ଚୁକ୍ତିରେ ଏହାକୁ ସ୍ଥାନୀତ କରାଯାଇଥିଲା।

୨୦୧୩ ମସିହାରୁ ବେଦାନ୍ତ ଭୂତଳ ଜଳ ଚୋରି କରିବା ବନ୍ଦ କରିଦେଇଥିବା ନେଇ ଜଳସମ୍ପଦ ବିଭାଗର ଚିଠି କହୁଛି। ଅନ୍ୟପଟରେ, ସେହି ୨୦୧୩ ମସିହାରୁ ବେଦାନ୍ତର ଆବଶ୍ୟକତା ବୃଦ୍ଧି ପାଇଥି‌ଲେ ହେଁ ସରକାରୀ ସ୍ତରରେ ପାଣିର ବ୍ୟବହାର ହ୍ରାସ ପାଇଛି। ଯାହାକି ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ସରକାରୀ ଭାବେ ବେଦାନ୍ତ ନିଜର ଜଳର ଆବଶ୍ୟକତା କମାଇଥିବା ବେଳେ ଜଳକର ଠକେଇ ପାଇଁ ବେଆଇନ ଭାବେ ଭୂତଳ ଜଳର ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି। ବେଦାନ୍ତ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଳସମ୍ପଦ ବିଭାଗ ଜିଲ୍ଲା ପ୍ରଶାସନକୁ ଏକାଧିକ ଚିଠି ବି କରିଛି। ମାତ୍ର ବେଦାନ୍ତ ପାଣି ଚୋରି ବନ୍ଦ କରୁନି କି ସରକାରୀ ଟିକସ ପୈଠ କରୁନଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବେଦାନ୍ତର ଜଳଚୋରି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ କେବଳ ଲୋକ ଦେଖାଣିଆ ଭାବେ ଫାଇଲ ଚାଷରେ ସୀମିତ ରହିଯାଇଛି। ଫଳସ୍ବରୂପ ଅଣମୌସୁମୀ ସମୟରେ ଏହାର ପ୍ରଭାବ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳୁଛି। ସହରାଞ୍ଚଳରୁ ନେଇ ଗ୍ରାମାଞ୍ଚଳ ଯାଏ ଜଳ ସଙ୍କଟ ଦେଇ ଲୋକେ ଗତି କରୁଛନ୍ତି। ଏହା ବିରୋଧରେ ଝାରସୁଗୁଡ଼ାର ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛି। ତେଣୁ ସରକାର ଏଦିଗରେ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ରାଜଧାନୀରେ ସଂଘ ବିକ୍ଷୋଭ କରିବ ବୋଲି ମଧ୍ୟ ଚେତାବନୀ ଦେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button