ଦେଶ

ଭାରତ ବିରୋଧରେ କାନାଡା ‘ଫାଇବ ଆଇଜ୍‌’ ଇଣ୍ଟେଲ ଗ୍ରହଣ କରିଛି: ଆମେରିକା – Ibnodisha

[ad_1]

ନୂଆଦିଲ୍ଲୀ: ଭାରତ ବିରୋଧରେ ପାଞ୍ଚ ଆଖି ଇଣ୍ଟେଲ ଗ୍ରହଣ କରିଛି କାନାଡା । ଏନେଇ ଶନିବାର ଏକ ରିପୋର୍ଟରେ ଆମେରିକାର ଜଣେ ବରିଷ୍ଠ କୂଟନିତୀଜ୍ଞ ନିଶ୍ଚିତ କରିଛନ୍ତି । ଯେ କାନାଡାରେ ଜଣେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରଙ୍କ ହତ୍ୟା ମାମଲାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆପତ୍ତିଜନକ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ କାନାଡା ଏବଂ ଭାରତ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି । ଆଉ ଏହି ସମୟରେ ଆମେରିକାର ଜଣେ ବରିଷ୍ଠ କୂଟନିତିଜ୍ଞ ପ୍ରଥମ ଥର ପାଇଁ ଏହାକୁ ସ୍ୱୀକାର କରିଛନ୍ତି । ଯେ, ଏହି ପ୍ରସଙ୍ଗରେ “ଫାଇବ ଆଇଜ’୍ ଇଣ୍ଟେଲ ମଧ୍ୟରେ ଗୁପ୍ତ ସୂଚନା ଆସିଛି । ଯାହାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଘଟଣାରେ ଭାରତୀ ଏଜେଣ୍ଟଙ୍କ ସମ୍ପୃକ୍ତିକୁ ଦାୟି କରିଛନ୍ତି । ତେବେ ଘଟଣାରେ କାନାଡାର ଏକ ଗଣମାଧ୍ୟମ ସିଟିଭି ଆମେରିକାର ରାଷ୍ଟ୍ରଦୂତ ଡେଭିିଡ କୋହେନଙ୍କ ଉଦ୍ଦେଶ୍ୟରେ କହିଛି ଯେ, “ଫାଇବ ଆଇଜ୍‌’ଇଣ୍ଟେଲ ମଧ୍ୟରେ କିଛି ଗୁପ୍ତ ତଥ୍ୟ ବଣ୍ଟାଯାଇଛି, ଯାହାକି ଟ୍ରୁଡୋଙ୍କୁ ଭାରତ ସରକାର ଏବଂ କାନାଡା ନାଗରିକଙ୍କ ହତ୍ୟା ଘଟଣା ସମ୍ବନ୍ଧରେ ସାର୍ବଜନୀନ ଅଭିଯାଗକୁ ସୂଚିତ କରୁଛି ।
“ଫାଇବ ଆଇଜ୍‌’ ନେଟୱାର୍କ ହେଉଛି ଏକ ଗୁପ୍ତଚର ସହଯୋଗୀ ଦଳ, ଯେଉଁଥିର ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ, କାନାଡା ଏବଂ ନ୍ୟୁଜିଲ୍ୟାଣ୍ଡ ଅନ୍ତର୍ଭୁକ୍ତ । ଏହା ଉଭୟ ସିସିଟିଭି ଆଧାରିତ ସିଗନାଲ ଇଣ୍ଟେଲିଜେନ୍ସ (ଏସଆଇଜିଆଇଏନଟି)କୁ ବୁଝାଏ । ତେବେ ସେପ୍ଟେମ୍ବର ୧୮ରେ ଟ୍ରୁଡୋ ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ଆତଙ୍କୀ ହାର୍ଦ୍ଧିକ ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠାଇଥିଲେ ଟ୍ରୁଡୋ । ଆଉ ତାଙ୍କ ଅଭିଯାଗ ଅନୁଯାୟୀ ନିଜ୍ଜାରଙ୍କୁ ଚଳିତ ବର୍ଷ ଜୁନ୍ ୧୮ର ହତ୍ୟା କରାଯାଇଥିବା ଦର୍ଶାଯାଇଥିଲେ ଟ୍ରୁଡୋ । ଅନ୍ୟପଟେ ଟ୍ରୁଡୋଙ୍କ ଏହି ଅଭିଯୋଗକୁ ଅଯୌକ୍ତିକ ଏବଂ ଉଦ୍ଦେଶ୍ୟରତ କହି ପ୍ରତ୍ୟାଖ୍ୟାନ କରିଛି ଭାରତ । ତେବେ ଏହି ପରିପ୍ରେକ୍ଷୀରେ କାନାଡା ଜଣେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ ବହିଷ୍କାର କରିଥିଲା । ଯାହାର ଜବାବରେ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ କାନାଡୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ୨୦୨୦ର ଭାରତ ପକ୍ଷରୁ ନିଜ୍ଜାରଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା ।

ରବିବାର ପ୍ରସାରିତ ହେବାକୁ ଥିବା ସିଟିଭିର ଏକ ସାକ୍ଷାତକାର କ୍ୱଶ୍ଚିନ ପିରିୟଡ ଉଇଥ୍ ଭାସି କପୋଲସ୍ କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରଦୂତଙ୍କ ବିଶେଷ ଆଲୋଚନା ଏହି ଘଟଣା ଉପରେ ଆଧାରିତ । ଯେଉଁଥିରେ ସିଟିଭି ପକ୍ଷରୁ କୋହେନଙ୍କ ଉଦ୍ଦେଶ୍ୟର କୁହାଯାଇଛି ଯେ “ଫାଇବ ଆଇଜ ଇଣ୍ଟେଲ ‘ମଧ୍ୟରେ ଏକ ଗୁପ୍ତଚର ବଣ୍ଟାଯାଇଛି, ଯାହା କାନାଡା ପ୍ରଧାନମନ୍ତ୍ରୀଙ୍କୁ ସାର୍ବଜନୀନ ବୟାନ ଦେବାରେ ସହାୟକ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button