IBN ଓଡ଼ିଶା ବ୍ୟୁରୋ

ଫୋର୍ଡର ବ୍ୟବହାରରେ ଅପମାନିତ ହୋଇ ଚୁପ ରହିଥିଲେ ରତନ ଟାଟା, ଏହି ପ୍ରକାରରେ ନେଲେ ବେଇଜ୍ଜତୀର ବଦଲା

ଏହି ଦୁନିଆରେ ସମସ୍ତଙ୍କ ଜୀବନରେ କେବେ ନା କେବ ଖରାପ ସମୟ ଆସିଥାଏ । ଯେଉଁଥିରେ ସେ ନିଜକୁ ହାରିଯାଇଛି ବୋଲି ଭାବିଥାଏ । କିନ୍ତୁ ଏହା ଭାବିବା ଉଚିତ କି ସମୟ ଯଦି ଆପଣଙ୍କୁ ତଳେ ପକାଇ ଥାଏ, ସେହି ସମୟ ହିଁ ଦିନେ ନା ଦିନେ ଆପଣଙ୍କୁ ଉପରକୁ ଉଠାଇଥାଏ । ଏମିତି ହିଁ କିଛି ହୋଇଥିଲା, କିଛି ବର୍ଷ ପୂର୍ବେରୁ ଭାରତର ବିଜନେସ ଟାୟକୂନ ରତନ ଟାଟାଙ୍କ ସହିତ ।

ସମୟ ତାଙ୍କୁ ଅନ୍ୟଙ୍କ ସାମନାରେ ମୁଣ୍ଡ ତଳକୁ କରିବା ପାଇଁ ବାଧ୍ୟ କରି ଦେଇଥିଲା ଏବଂ ତାହାର ଲାଭ ଉଠାଇ ସାମନାରେ ଥିବା ବ୍ୟକ୍ତି ତାଙ୍କୁ ହୃଦୟ ଭାଙ୍ଗି ଯିବା ଭଳି କଥା କହିଥିଲେ । ଫୋର୍ଡକୁ ବ୍ୟବହାରରେ ଅପମାନିତ ହୋଇ ରହିଥିଲେ ରତନ ଟାଟା, ଏହା ପରେ ସେ ଏହାର ପ୍ରତିଶୋଧ ନିଜର କଷ୍ଟ ଏବଂ ଇଛା ସହିତ ଦେଇଛନ୍ତି ଯାହାକୁ ଫୋର୍ଡ କମ୍ପାନୀର ମାଲିକ ଆଜି ବି ମନେ ରଖିଥିବେ ।

ଫୋର୍ଡର ବ୍ୟବହାରରେ ଅପମାନ ହୋଇଥିଲେ ରତନ ଟାଟା

୨୮ ଡିସେମ୍ବର, ୧୯୩୭ରେ ଗୁଜୁରାଟର ସୁରଟରେ ଜନ୍ମ ଗ୍ରହଣ କରିଥିବା ରତନ ଟାଟାଙ୍କ ପୁରା ନାମ ରତନ ନବଲ ଟାଟା ଅଟେ । ସ୍ଵଭାବରେ ଲାଜୁକ ଏବଂ ବହି ମାନଙ୍କୁ ନିଜର ସାଙ୍ଗ କରୁଥିବା ଟାଟା ମୁମ୍ବାଇରେ ଗୋଟିଏ ଫ୍ଲାଟରେ ଏକୁଟିଆ ରହୁଥିଲେ । ଏହି କଥା ୧୯୯୮ ମସିହାର ଅଟେ ଯେତେବେଳେ ରତନ ଟାଟା ନିଜର ଟାଟା ମୋଟର୍ସ କମ୍ପାନୀର ନୂଆ କାର ଟାଟା ଇଂଡିକା ଲଞ୍ଚ କରିଥିଲେ ଏବଂ ଏହି ପ୍ରୋଜେକ୍ଟରେ ସେ ବହୁତ ଲାଭ ପାଇବେ ବୋଲି ଆଶା କରିଥିଲେ କିନ୍ତୁ ଏଥିରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଲା ।

କିନ୍ତୁ କିଛି ସମୟ ପରେ ଭଲ ପରିସ୍ଥିତି ହେବା ପରେ କମ୍ପାନୀର ଶେୟର ହୋଲ୍ଡର୍ସମାନେ କମ୍ପାନୀକୁ ସଠିକ ସମୟ ଭିତରେ ହିଁ ବିକ୍ରି କରିବାର ରାୟ ଟାଟାଙ୍କୁ ଦେଇଥିଲେ । ଟାଟା ଏହି କଥାକୁ ସହମତି ଦେଇ ନିଜେ ଏହି ଡିଲ କରିବା ପାଇଁ ଆମେରିକା ଗଲେ । ସେଠି ହୋଇଥିବା ତିନି ଘଣ୍ଟାରେ ମିଟିଙ୍ଗରେ ଫୋର୍ଡ କମ୍ପାନୀର ଚେୟାରମ୍ୟାନ ଟାଟାଙ୍କ ସହିତ ବହୁତ ଖରାପ କଥାବାର୍ତ୍ତା କରିଥିଲେ ଏବଂ କହିଲେ କି ଯେତେବେଳେ ଆପଣଙ୍କୁ ବିଜନେସ କରିବାର ଜ୍ଞାନ ନାହିଁ ତେବେ ଏହି କାର ପଛରେ ଏତେ ଟଙ୍କା କାହିଁକି ଲଗାଉ ଥିଲେ ।

ବର୍ତ୍ତମାନ ଆମ ଏହି କମ୍ପାନୀକୁ କିଣି ଆପଣଙ୍କ ଉପରେ ବହୁତ ବଡ ସାହାର୍ଯ୍ୟ କରୁଛି । ଟାଟା ନିଜ କମ୍ପାନୀରେ ହୋଇଥିବା କ୍ଷତି ଯୋଗୁ ବହୁତ ଚିନ୍ତିତ ଥିଲେ ଏବଂ ଫୋର୍ଡ କମ୍ପାନୀର ଏହି କଥା ତାଙ୍କୁ ବହୁତ ଖରାପ ଲାଗିଥିଲା ।

ରତନ ଟାଟା ଏହି ଡିଲ କ୍ୟାନ୍ସଲ କରି ଭାରତକୁ ଫେରି ଆସିଥିଲେ ଏବଂ ସେ ପୁଣିଥରେ ସେହି ପ୍ରୋଜେକ୍ଟ ଉପରେ କାମ କରିବା ଆରମ୍ଭ କରିଦେଲେ ଏବଂ ଦିନ ରାତି କାମ କରି ୨୦୦୮ରେ ନିଜର କମ୍ପାନୀକୁ ଏକ ଭଲ ପୋଜିସନରେ ଆଣିଲେ । ସେ କହିଲେ କି ସମସ୍ୟାରେ ଥିବା ସମୟରେ ମଣିଷକୁ ଧର୍ଯ୍ୟ ରଖିବା ଉଚିତ କାରଣ ଭଲ ସମୟ ଯେତେବେଳ ଆସିଥାଏ ତେବେ ତାହା ସମସ୍ତଙ୍କର ସମୟ ବଦଳାଇ ଦେଇଥାଏ ।

ସମୟ ବଦଳିଲା ଏବଂ ଟାଟା ଏହାର ରାଜା ହେଲେ

ଗୋଟିଏ ସମୟ ଥିଲା ଯେତେବେଳେ ଟାଟା ବହୁତ ନିରାଶ ଥିଲେ । କିନ୍ତୁ ସଂଯମ ରଖି କାମ କରିଲେ ଏବଂ କମ୍ପାନୀକୁ ଛିଡା କରିବା ପାଇଁ ଲାଗିଗଲେ । ବର୍ଷ ୨୦୦୮ରେ କମ୍ପାନୀ ବିପୁଳ ପରିମାଣରେ ଲାଭ ମିଳିଲା ଏବଂ ଅନ୍ୟ ପଟେ ଫୋର୍ଡ କମ୍ପାନୀର ଦେବାଳିଆ ହୋଇଗଲା । ଏହି ସମୟ ଟାଟାଙ୍କର ଥିଲା ଏବଂ ସେ ଏହି ପ୍ରୋଜେକ୍ଟକୁ କିଣିବା ପାଇଁ ଫୋର୍ଡ ସାମାନାରେ ପ୍ରସ୍ତାବ ରଖିଲେ ।

ଏହି ପ୍ରୋଜେକ୍ଟରେ ଲ୍ୟାଣ୍ଡରୋବର ଏବଂ ଜାଗୁଆର ଥିଲା । ଏହାକୁ ବିକ୍ରି କରିବା ପାଇଁ ଫୋର୍ଡର ଚେୟାରମ୍ୟାନ ଭାରତ ଆସିଥିଲେ ଏବଂ ପୁଣି ଥରେ ସେହି କଥାକୁ କହିଲେ ଫୋର୍ଡ ଯେଉଁ କଥାକୁ କହି ଟାଟାଙ୍କୁ ଅପମାନିତ କରିଥିଲେ । ବିଲ ଫୋର୍ଡ ରତନ ଟାଟାଙ୍କୁ କହିଥିଲେ କି ଏହି ଡିଲ କରି ଆପଣ ଆମ କମ୍ପାନୀ ଉପରେ ଦୟା କରୁଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button