IBN ଓଡ଼ିଶା ବ୍ୟୁରୋ

ଝିଅର ବାହାଘର ଦିନ ହିଁ ହୋଇଗଲା ମାର ମୁର୍ତ୍ୟୁ, ହେଲେ ଛୋଟ ଭଉଣୀ ଯାହା କରିଲା ଜାଣି ସମସ୍ତେ କରୁଛନ୍ତି ସଲାମ

ଭାରତ ଦେଶରେ ପୁଅ ମାନଙ୍କର ସମସ୍ତ ଜିନିଷକୁ ମହତ୍ଵ ଦିଆ ଯାଇଥାଏ, ପୁଣି ସେ ଝିଅ ମାନଙ୍କର ବାହାଘରରେ, ମାତା ପିତାଙ୍କୁ କାନ୍ଧ ଦେବା କିମ୍ବା ତାଙ୍କର ବୁଦ୍ଧ ସମୟରେ ବାଡି ହେବା ଏହି ସବୁକିଛି ପୁଅମାନେ ହିଁ କରିଥାନ୍ତି । କିନ୍ତୁ ଯେତେବେଳେ ଗୋଟିଏ ପୁଅର କର୍ତବ୍ୟ ଏକ ଝିଅ କରିଥାଏ ତେବେ ପୁରା ଦୁନିଆ ତାହାର ଏହି ସାହାସକୁ ସଲାମ କରିଥାଏ ।

ଆମେ ଆପଣଙ୍କୁ ଏମିତି ଏକ କାହାଣୀ ଶୁଣାଇବାକୁ ଯାଉଛୁ ଯିଏ ନିଜ ବଡ ଝିଅ ଆଞ୍ଚଳକୁ କନ୍ୟା ରୂପରେ ଦେଖିବାର ସ୍ଵପ୍ନ ଆଖିରେ ନେଇ ଚାଲିଗଲେ ଏବଂ ତାଙ୍କର ଦ୍ଵିତୀୟ ଝିଅ ନିଜ ମାର ସ୍ଵପ୍ନକୁ ପୁରା କରିଛନ୍ତି ଏବଂ ଗୋଟିଏ ଭାଇର ଦାୟିତ୍ଵକୁ ବି ନିଭାଇଛନ୍ତି । ଝିଅର ବାହାଘର ଦିନ ହିଁ ମାର ମୁର୍ତ୍ୟୁ ହୋଇଗଲା, ଏହା ପରେ ଯାହା ହେଲା ତାହାକୁ ପଢି ଆପଣଙ୍କର ଆଖିରେ ବି ଲୁହ ଚାଲିଆସିବ ।

ଝିଅର ବାହାଘର ଦିନ ହିଁ ହୋଇଗଲା ମାର ମୁର୍ତ୍ୟୁ

Image courtesy: Google

ରାଜସ୍ଥାନର ଶ୍ରୀଗଙ୍ଗାନଗରର ରାମସିଂହପୁରର ନିବାସୀ ବେଦ ପ୍ରକାଶ ବାଘଲାଙ୍କର ଦୁଇଟି ଝିଅ ଏବଂ ବଡ ଝିଅ ଆଞ୍ଚଳଙ୍କର ବାହାଘର ୯ ଫେବ୍ରୁୟାରୀ ମାନେ ଶନିବାର ଦିନ ରାତିରେ କରିଥିଲେ । ଏହି ସମୟରେ ଆଞ୍ଚଳଙ୍କର ମାଙ୍କର ଅଚାନକ ଶରୀରର ଅସୁସ୍ଥ ହୋଇଗଲା ଏବଂ ତାଙ୍କୁ ପାଖରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଗଲା । ଏବଂ ବ୍ଲଡ ପ୍ରେସର କମ ଥିବାରୁ ତାଙ୍କର ସେଠି ମୁର୍ତ୍ୟୁ ହୋଇଗଲା । ସେହି ସମୟରେ ଝିଅ ମଣ୍ଡପରେ ଫେରେ ନେଇ ନିଜର ନୂତନ ଜୀବନର ଆରମ୍ଭ କରିବାକୁ ଯାଉଥିଲା ।

ଏହିଭଳି ପରିସ୍ଥିତିରେ ବେଦପ୍ରକାଶ ଘରେ କାହାକୁ କିଛି କହିଲେ ନାହିଁ । ମାତା ପିତାଙ୍କର ବିନା ଉପସ୍ଥିତିରେ ଛୋଟ ଝିଅ ଅଞ୍ଜଲି ନିଜ ଭଉଣୀର ବାହାଘରର ପୁରା ଦାୟିତ୍ଵ ଉଠାଇ ଏବଂ ନିଜ ଦୁଖକୁ ଭିତରେ ରଖି ବାହାଘରର ସବୁ ପରମ୍ପରାକୁ କରିଥିଲା ।

ଝିଅମାନେ ବୁଝାଇଥାନ୍ତି ଦାୟିତ୍ଵ ବିଷୟରେ

ସ୍ଟେଜ ଉପରେ ଜୟମାଳାର ଆୟୋଜନ ହେଲା ଏବଂ ଫେରେ ପରେ ଅଞ୍ଜଲି ହିଁ କନ୍ୟାଦାନ କରିଲେ । ଏତିକି ନୁହେଁ ସକାଳେ ଭଉଣୀର ଡୋଲିକୁ ମଧ୍ୟ କାନ୍ଧ ଦେଲେ । ବିଦାଇର କିଛି ସମୟ ପରେ ତାଙ୍କ ମାଙ୍କର ଶବ ଏମ୍ବୁଲେନ୍ସରେ ଘରେ ପହଞ୍ଚିଲା । ଏହା ଦେଖି ସମସ୍ତ ମୁଣ୍ଡ ଉପରେ ଯେମିତି ଏକ ପାହାଡ ଖସି ପଡିଲା । ସନ୍ଧ୍ୟା ସମୟରେ ସେହି ଝିଅ ନିଜର ମାର ଅର୍ଥୀକୁ ମଧ୍ୟ କାନ୍ଧ ଦେଇଥିଲେ ।

ଯେଉଁଭଳି ଭାବରେ ଅଞ୍ଜଲି ନିଜ ମାର ମୁର୍ତ୍ୟୁ ଖବରକୁ ହୃଦୟରେ ଦବାଇ ନିଜ ଭଉଣୀର ବାହାଘର କରାଇଲା, କନ୍ୟାଦନ କରିଲା, ବିଦାୟ କରିଲେ ଏବଂ ପୁଣି ସନ୍ଧ୍ୟା ସମୟରେ ନିଜ ମାର ଅର୍ଥୀକୁ ବି କାନ୍ଧ ଦେଲେ ତାହା କରିବା ବହୁତ କମ ଲୋକଙ୍କ ପକ୍ଷେ ସମବହ ହୋଇଥାଏ । ଏକ ରିସର୍ଚରେ ଏହା ବି ମିଳିଛି କି ଜେତିକି ଦାୟିତ୍ଵ ଝିଅମାନେ ତୁଲାଇଥାନ୍ତି ଏବଂ କରିଥାନ୍ତି ସେତିକି ଏକ ପୁଅ ବୋଧେ କରି ପାରିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button