ରାଜନୀତି
ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି : ନରସିଂହ ମିଶ୍ର – Ibnodisha

[ad_1]
ଭୁୁବନେଶ୍ୱର: ସଚିବଙ୍କ ଗସ୍ତ ମନ୍ତ୍ରୀ ବୁଝୁଛନ୍ତି! ରାଜ୍ୟରେ ଗୁମାସ୍ତ ଶାସନ ଚାଲିଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଟାର୍ଗେଟ କଲେ ବିରୋଧୀ । ଏନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି । ସେ କହିଛନ୍ତି ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ବିଧାନସଭାର ଆବଶ୍ୟକତା ନାହିଁ । ମୁଲତବୀକୁ ଗ୍ରହଣ କରାଯାଉନାହିଁ । ପ୍ରଶ୍ନର ଉତ୍ତର ମିଳୁନି । ନରସିଂହ ଆହୁରି ମଧ୍ୟ କହିଛନ୍ତି , ମାଇକକୁ ବନ୍ଦ କରିଦିଆଗଲା । ମତେ କହିବାର ସୁଯୋଗ ଦିଆଗଲାନି । କିନ୍ତୁ ୫ଟି ସଚିବ ଆଲୋଚନା କରୁଛନ୍ତି । ଉଭୟଦଳର କୌଣସି ନୈତିକତା ନାହିଁ । ସଚିବଙ୍କ ଗସ୍ତ ମନ୍ତ୍ରୀ ମାନେ ବୁଝୁଛନ୍ତି । ଗାଡିରେ ଲୋକଙ୍କୁ ବୁହାଯାଉଛି । ଜିଲ୍ଲା ଏସପି, କଲେକ୍ଟର ଦଳର ଜିଲ୍ଲା ସଭାପତି ଓ ସମ୍ପାଦକ ଭାବେ କାମ କରୁଛନ୍ତି । କିନ୍ତୁ ଆଜି ବି ରାଜରାସ୍ତାରେ କାହିଁକି ସରକାରୀ କର୍ମଚାରୀ ଧାରଣା ଦେଉଛନ୍ତି ଏଭଳି କିଛି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ନରସିଂହ ମିଶ୍ର ।
[ad_2]