ଦେଶ

ଶୂରବୀର ରାଜା ୧୬୦ ବର୍ଷ ପୂର୍ବେ କରିଥିଲେ ଆତଙ୍କର ଗଡ ବାଲାକୋଟରେ ସର୍ଜିକାଲ ଷ୍ଟ୍ରାଇକ, ହେଇଥିଲା କିଛି ଏମିତି, ଜାଣନ୍ତୁ ପୁରା ଘଟଣା

୨୬ ଫେବ୍ରୁୟାରୀ ଦିନ ଭାରତୀୟ ବାୟୁସେନା ବାଲାକୋଟ ଉପରେ ସର୍ଜିକାଳ ଷ୍ଟ୍ରାଇକ କରିଥିଲେ । ଏବଂ ଏଥିରେ ୨୦୦ରୁ ୩୦୦ ଆତଙ୍କିମାନଙ୍କର ମୁର୍ତ୍ୟୁର ହେବାର ଅନୁମାନ କରା ଯାଉଅଚ୍ଚି । କିନ୍ତୁ ଆପଣମାନେ କଣ ଜାଣିଛନ୍ତି ଆଜି ଠାରୁ ୧୬୦ ବର୍ଷ ପୂର୍ବେ ବାଲାକୋଟ ଠାରେ ଆହୁରି ଏକ ସର୍ଜିକାଳ ଷ୍ଟ୍ରାଇକ ହୋଇଥିଲା । ଯାହାକୁ ସେହି ସମୟରେ ଏତେ ବଡ ପଦକ୍ଷେପ ଥିଲା ଯାହାକୁ ଜଣେ ସୁରବୀର ହିନ୍ଦୁ ରାଜା ଉଠାଇ ଥିଲେ ।

ଏହି ବିଷୟରେ ଇତିହାସର କିଛି ବହିରେ ବି ଲେଖା ହୋଇଛି, ଯାହାକୁ ଅନେକ ଲୋକ ଜାଣି ନଥିବେ।

୧୬୦ ବର୍ଷ ପୂର୍ବେ କରିଥିଲେ ଆତଙ୍କର ଗଡ ବାଲାକୋଟରେ ସର୍ଜିକାଲ ଷ୍ଟ୍ରାଇକ

ବର୍ତ୍ତମାନ ପର୍ଯ୍ୟନ୍ତ ବାଲାକୋଟ ଆତଙ୍କି ସଂଗଠନ ଜୈଶ-ଏ-ମୋହମ୍ମଦର ବହୁତ ବଡ ଠିକଣା ଥିଲା । ଏହି ଅଞ୍ଚଳଟି ଆଜି ଠାରୁ ୧୬୦ ବର୍ଷ ପୂର୍ବେ ଜିହାଦିମାନଙ୍କର ବି ଗଡ ଥିଲା । ଏହି ଜିହାଦି ମାନଙ୍କ ଉପରେ ମହାରାଜ ରଣଜୀତ ସିଂହ ଆକ୍ରମଣ କରିଥିଲେ । ଏବଂ ସେହି ଜାଗାକୁ ପୂରାପୂରି ନଷ୍ଟ କରି ଦେଇଥିଲେ । ଯେଉଁଠି କୌଣସି ବି ରାଜା ତାଙ୍କ ସହିତ ଯୁଧ୍ୟ କରିବା ପାଇଁ ସାହାସ କରୁ ନଥିଲେ ସେଠି ମହାରାଜ ରଣଜୀତ ସିଂହ ନିଜର ସୈନିକ ମାନଙ୍କୁ ନେଇ ସେହି ସ୍ଥାନ ଉପରେ ଆକ୍ରମଣ କରିଥିଲେ ଏବଂ ବିଜୟ ହାସଲ କରିଥିଲେ ।

ଆପଣଙ୍କୁ କହିଦେଉଛୁ ଯେ ୧୮୩୧ ମସିହାରେ ସୈଯ୍ଯଦ ଅହମଦ ଶାହ ବରେଲବୀଙ୍କୁ ମାରି ମହାରାଜା ରଣଜୀତ ସିଂହ ପେଶାୱର ଉପରେ କବଜା କରିଥିଲେ । ଏହି ଅଞ୍ଚଳରେ ଏହି ଜିହାଦିମାନେ ବର୍ଷ ୧୮୨୪ ରୁ ୧୮୩୧ ପର୍ଯ୍ୟନ୍ତ ନିଜର ଡର ସମସ୍ତଙ୍କ ମଧ୍ୟରେ ରଖିଥିଲେ । ଏହା ବିଷୟରେ ପାକିସ୍ତାନର ଲେଖିକା ଆୟଶା ଜଲାଲଙ୍କର ବହି ପାର୍ଟିଜଂସ ଅଫ ଅଲ୍ଲାହରେ ଲେଖା ହୋଇଛି ।

ସୈଯ୍ଯଦ ଅହମଦ ଶାହ ବରେଲବୀ ଏକ ଇସ୍ଲାମିକ ରାଜ୍ୟ କରିବାକୁ ଚାହୁଁଥିଲେ । ଏବଂ ସେଥିପାଇଁ ସେ ନିଜର ସୈନିକମାନଙ୍କୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ଯେତେବେଳ ଏହାର ସୂଚନା ମହାରାଜା ରଣଜୀତ ସିଂହଙ୍କୁ ଲାଗିଲା ତେବେ ସେ ନିଜର ସୈନିକମାନଙ୍କୁ ଏକାଠି କରି ତାଙ୍କ ଉପରେ ଆକ୍ରମଣ କରିଦେଲେ ।

ଏହି ଆକ୍ରମଣରେ ବରେଲବୀ ମୁର୍ତ୍ୟୁ ବରଣ କରିଲେ ଏବଂ ମହାରାଜା ରଣଜୀତ ସିଂହ ବିଜୟ ହାସଲ କରିଲେ । ଏହା ପରେ ମହାରାଜା ପେଶାୱରକୁ ନିଜର ରାଜ୍ୟ ସହିତ ଯୋଡି ନେଲେ । ଆପଣଙ୍କୁ କହିଦେଉଛୁ ଯେ ସେହି ସମୟରେ ଇଂରେଜମାନେ ବରେଲବୀଙ୍କୁ ପୁରା ସମର୍ଥନ କରୁଥିଲେ ଏବଂ ଏହି କାରଣ ଥିଲା କି ସେ ଜିହାଦୀ ମାନଙ୍କର ଗତିବିଧିକୁ ଭଲ ଭାବରେ ଅଞ୍ଜାମ ଦେଇ ପାରୁଥିଲେ କିନ୍ତୁ ମହାରାଜା ରଣଜୀତ ସିଂହ ତାଙ୍କୁ ପୁରାପୁରୀ ସଫା କରିଦେଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button