ମନୋରଞ୍ଜନ

ପ୍ରଥମେ ଥିଲେ ଗରିବ ବ୍ୟକ୍ତିର ସ୍ତ୍ରୀ, ଆଜି ଅଟନ୍ତି ବଲୀଉଡର ସବୁଠୁ ବଡ ହିରୋଙ୍କର ପତ୍ନୀ, ଦେଖନ୍ତୁ କିଏ ଅଟନ୍ତି ଏହି ସୁନ୍ଦର ମହିଳା ?

ଫିଲ୍ମରେ କାମ କରୁଥିବା କଳାକାର ମାନେ ହିଁ ନୁହନ୍ତି ତାଙ୍କର ପରିବାର ଲୋକମାନେ ବି ବହୁତ ଗ୍ଲେମରସ ଏବଂ ବୋଲ୍ଡ ଅଟନ୍ତି । ପ୍ରାୟତଃ ବଲୀଉଡର ଷ୍ଟାରମାନଙ୍କର ସ୍ତ୍ରୀମାନେ ମିଡିୟାରେ ନଜର ଆସିଥାନ୍ତି । ଏହି କଥାର ଧ୍ୟାନ ରଖି ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପ୍ରଥମେ କୌଣସି ଗରିବ ବ୍ୟକ୍ତିଙ୍କର ପତ୍ନୀ ଥିଲେ କିନ୍ତୁ ବର୍ତ୍ତମାନ ସେ ବଲୀଉଡର ସବୁଠୁ ବଡ ଅଭିନେତାଙ୍କୁ ବିବାହ କରିଛନ୍ତି ।

ସେ ମହିଳା ଜଣକ ହେଉଛନ୍ତି ସଞ୍ଜୟ ଦତ୍ତଙ୍କର ତୃତୀୟ ପତ୍ନୀ ମାନ୍ୟତା ଦତ୍ତ । ସଞ୍ଜୟ ପ୍ରଥମେ ଋଚା ଶର୍ମାଙ୍କୁ ବିବାହ କରିଥିଲେ, କିନ୍ତୁ ତାଙ୍କର କ୍ୟାନ୍ସର କାରଣରୁ ମୁର୍ତ୍ୟୁ ହୋଇଗଲା । ଏହା ପରେ ସଞ୍ଜୟ ଦ୍ଵିତୀୟ ବିବାହ ରିୟା ପିଲ୍ଲୈଙ୍କ ସହ କରିଥିଲେ, କିନ୍ତୁ କିଛି ବର୍ଷ ପରେ ସେମାନେ ଅଲଗା ହୋଇଗଲେ ।

ଅନ୍ତରେ ୭ ଫେବ୍ରୁୟାରୀ ୨୦୦୮ରେ ସଞ୍ଜୟ ଦତ୍ତ ମାନ୍ୟତାଙ୍କ ସହ ଗୋଆରେ ବିବାହ କରିଥିଲେ । ସଞ୍ଜୟଙ୍କର ଜୀବନରେ ମାନ୍ୟତାଙ୍କର ବହୁତ ବଡ ଯୋଗଦାନ ରହିଛି । ସଞ୍ଜୟଙ୍କର ଅସୁବିଧା ସମୟରେ ମାନ୍ୟତା ତାଙ୍କ ସହିତ ସାଥ ଦେଇଥିଲେ । ଏହି କଥା ବିଷୟରେ ଫିଲ୍ମ ‘ସଞ୍ଜୁ’ ଫିଲ୍ମରେ ଦେଖାଯାଇଛି । ଏହି ଫିଲ୍ମ ପରେ ମାନ୍ୟତା ଏବଂ ସଞ୍ଜୟ ଆହୁରି ବି ପପୁଲାର ହୋଇ ଯାଇଥିଲେ ।

ସଞ୍ଜୟ ପ୍ରାୟତଃ ଫିଲ୍ମର ଶୁଟିଙ୍ଗରେ ବ୍ୟସ୍ଥ ରୁହନ୍ତି ଏମିତିରେ ମାନ୍ୟତା ହିଁ ଯିଏକି ତାଙ୍କର ଘର ଏବଂ ଦୁଇ ପିଲାମାନଙ୍କର ଧ୍ୟାନ ରଖନ୍ତି । ୨୨ ଜୁଲାଇ ୧୯୭୯ରେ ମୁମ୍ବାଇରେ ଜନ୍ମି ଥିବା ମାନ୍ୟତାଙ୍କର ଅସଲ ନାମ ଦିଲନବାଜ ଶେଖ ଥିଲା । ମାନ୍ୟତା ନିଜର ପିଲାବେଳ ଦୁବାଇରେ ବିତାଇ ଛନ୍ତି । କିନ୍ତୁ ଅଭିନୟ କରିବା ପାଇଁ ସେ ମୁମ୍ବାଇ ଆସିଥିଲେ ।

Image courtesy: Google

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସଞ୍ଜୟ ଦତ୍ତଙ୍କ ସହ ମାନ୍ୟତାଙ୍କର ଏହା ପ୍ରଥମ ବିବାହ ନୁହେଁ । ଏହା ପୂର୍ବରୁ ୨୦୦୩ରେ ମିରାଜ-ଉଲ ରହମାନ ନାମକ ଏକ ସାଧାରଣ ବ୍ୟକ୍ତି ସହ ମାନ୍ୟତା ବିବାହ କରି ସାରିଛନ୍ତି । କିନ୍ତୁ କିଛି ଦିନ ପରେ ସେମାନେ ଅଲଗା ହୋଇଗଲେ । ଏବଂ ମାନ୍ୟତା ସଞ୍ଜୟଙ୍କର ଜୀବନରେ ଆସିଗଲେ । ମାନ୍ୟତା ସଞ୍ଜୟଙ୍କ ଠାରୁ ୨୦ ବର୍ଷ ଛୋଟ ଅଟନ୍ତି ।

Image courtesy: Google

ଏହି ଦୁଇ ଜଣଙ୍କର ପ୍ରେମ କାହାଣୀ ବହୁତ ରୋମାଞ୍ଚକର ଅଟେ । ମାନ୍ୟତା ଯେତେବେଳେ ବଲୀଉଡରେ ଏଣ୍ଟ୍ରି କରିଲେ ସେତେବେଳେ ସେ ସାରା ଖାନ ନାମରେ ଜଣା ଯାଉଥିଲେ । ୨୦୦୩ରେ ସେ ଫିଲ୍ମ ‘ଗଙ୍ଗାଜଳ’ରେ ଆଇଟମ ନମ୍ବର କରିଥିଲେ । ଏହା ପରେ ତାଙ୍କର ନାମ ମାନ୍ୟତା ହୋଇ ଯାଇଥିଲା । ସଞ୍ଜୟ ଏବଂ ମାନ୍ୟତାଙ୍କର ଦେଖା ୨୦୦୬ରେ ଏକ ଅୱାର୍ଡ ଶୋରେ ହୋଇଥିଲା । ଏହା ପରେ ସେ ୨୦୦୮ରେ ମାନ୍ୟତାଙ୍କୁ ବିବାହ କରିନେଲେ । ବାହାଘର ପରେ ସଞ୍ଜୟ ଏବଂ ମାନ୍ୟତାଙ୍କୁ ଦୁଇଟି ପିଲା ହୋଇଛି । ତାଙ୍କ ପୁଅଙ୍କର ନାମ ଶହରାନ ଦତ୍ତ ଏବଂ ଝିଅଙ୍କର ନାମ ଇକରା ଦତ୍ତ ଅଟେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button