IBN ଓଡ଼ିଶା ବ୍ୟୁରୋ

ବ୍ରହ୍ମା ଭବିଷ୍ୟ ପୁରାଣରେ ପୁରୁଷଙ୍କର ସ୍ଵଭାବକୁ ଜାଣିବା ପାଇଁ କହିଛନ୍ତି ଏହିସବୁ ଗୁପ୍ତ କଥା, ଜାଣନ୍ତୁ

ଭବିଷ୍ୟ ପୁରାଣର ନାମ ଶୁଣିବା ମାତ୍ରେ ଏହା ପ୍ରତୀତ ହୁଏ କି ଏହା ଭବିଷ୍ୟ ବିଷୟରେ ସୂଚନା ଦେଇଥାଏ । ଆପଣମାନଙ୍କୁ କହିଦେଉଛୁ କି ଭବିଷ୍ୟ ପୁରାଣରେ ସୃଷ୍ଟିର ରଚୟିତା ବ୍ରହ୍ମା ନିଜେ କିଛି ମହତ୍ଵପୂର୍ଣ କଥା ବିଷୟରେ କହିଛନ୍ତି ଯାହାକି ପୁରୁଷଙ୍କ ସହିତ ସମ୍ବନ୍ଧିତ ଅଟେ । ବ୍ରହ୍ମା ଏଠି ପୁରୁଷଙ୍କର ସ୍ଵଭାବ ସମ୍ବନ୍ଧିତ କିଛି କଥା କହିଛନ୍ତି । ବ୍ରହ୍ମା ଭବିଷ୍ୟ ପୁରାଣରେ ବିଶେଷ କରି ଏହି ବିଷୟରେ କହିଛନ୍ତି କି ପୁରୁଷଙ୍କର ସ୍ଵଭାବ ବିଷୟରେ ଜାଣିବା ପାଇଁ ତାଙ୍କର ସମସ୍ତ ଅଙ୍ଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ ।

ଭବିଷ୍ୟ ପୁରାଣରେ ଆପଣ ପୁରୁଷଙ୍କର ସମସ୍ତ ଅଙ୍ଗ ଦେଖି ତାଙ୍କର ଆଚାର – ବିଚାର, ସ୍ଵଭାବ ସହିତ ଜଡିତ ବିଭିନ୍ନ ବିଶେଷ ସୂଚନା ବିଷୟରେ ଜାଣି ପାରିବେ । ଚାଲନ୍ତୁ ଆମେ ଆପଣଙ୍କୁ ଏହି ବିଷୟରେ କହିଦେଉଛୁ ।

୧. ସର୍ବପ୍ରଥମେ, ଯେଉଁ ବ୍ୟକ୍ତିର ଗୋଡ କୋମଳ, ମାଂସାଳ ତଥା ପ୍ରାକୃତିକ ରୂପରେ ଲାଲ ରଙ୍ଗ ହୋଇଥାଏ ଏବଂ ଯଦି ତାଙ୍କ ଗୋଡରୁ ଝାଳ ବାହାରେ ନାହିଁ ତେବେ ଏହିଭଳି ପୁରୁଷଙ୍କ ବିଷୟରେ କୁହଯାଏ କି ଏମାନଙ୍କୁ ସମସ୍ତ ପ୍ରକାରର ସୁଖ – ସୁବିଧାର ଲାଭ ମିଳିଥାଏ ।୨. ଭବିଷ୍ୟ ପୁରାଣରେ କୁହଯାଇଛି କି ଯଦି କୌଣସି ପୁରୁଷଙ୍କର ଗୋଡର ଆଙ୍ଗୁଠି ବହୁତ ଅଧିକ ମୋଟା ହୋଇଥାଏ, ତେବେ ତାଙ୍କର ସବୁ କାମରେ ବାଧା ଆସିଥାଏ କାରଣ ଏହିଭଳି ଲୋକମାନଙ୍କ ଭାଗ୍ୟ ତାଙ୍କର ସାଥି ହୋଇ ନଥାଏ ।

୩. ଏହା ଛଡା ଯେଉଁ ବ୍ୟକ୍ତିଙ୍କର ଗୋଡ ଧଳା, ଶୁଖିଲା ଏବଂ ବଙ୍କା ନଖ ଥାଏ ଏବଂ ତାଙ୍କର ଆଙ୍ଗୁଠି ଏକ ସମାନ ହୋଇ ନଥାଏ ତେବେ ସେହିଭଳି ବ୍ୟକ୍ତିମାନଙ୍କୁ ନିଜ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ ଏବଂ ଜୀବନ ସାରା ତାଙ୍କର ଆର୍ଥିକ ସମସ୍ୟା ଲାଗି ରହିଥାଏ ।

୪. ଭବିଷ୍ୟ ପୁରାଣରେ ବ୍ରହ୍ମା କହିଛନ୍ତି କି ଯଦି କୌଣସି ବ୍ୟକ୍ତିଙ୍କର ପାପୁଲି ଗଭୀର ଅଟେ ତେବେ ଏମିତି କୁହଯାଏ କି ତାଙ୍କୁ ପିତା ଓ ଧନର ସୁଖ ମିଳେ ନାହିଁ । ଏହାର ବିପରୀତ ଯଦି ହାତର ମଧ୍ୟ ଭାଗ ଉଠି କରିଥାଏ ତେବେ ଏହିଭଳି ଲୋକମାନେ ଦାନି ଏବଂ ସୁଖୀ ହୋଇଥାନ୍ତି ।

୫. ଏହା ବ୍ୟତୀତ କୁହଯାଏ କି ଯଦି କୌଣସି ପୁରୁଷର ଗୋଡର ତର୍ଜନୀ ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠିରୁ ବଡ ହୋଇଥାଏ ତେବେ ଜାଣି ନିଅନ୍ତୁ କି ସେହି ବ୍ୟକ୍ତିଙ୍କ ଜୀବନରେ ସ୍ତ୍ରୀ ସୁଖ ଲେଖା ହୋଇଥାଏ ।

୬. ଯଦି କୌଣସି ପୁରୁଷଙ୍କର ପେଟ ମାଂସାଳ, ବଡ ଏବଂ ଗୋଲ ହୋଇଥାଏ ତେବେ ସେମାନେ ଧନବାନ ହୋଇଥାନ୍ତି ଏବଂ ଅନ୍ୟ ପଟେ ଯେଉଁ ଲୋକମାନଙ୍କର ପେଟ ଲମ୍ବା ଏବଂ ପତଳା ଦେଖାଯାଇଥାଏ ତେବେ ତାଙ୍କୁ ଜୀବନରେ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button