ରାଜ୍ୟ

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ – Ibnodisha

[ad_1]

କଟକ: ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଛି। ଏହି ମାମଲା ଚାଲୁ ରଖିବା ପାଇଁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ହତ୍ୟା ଷଡୟନ୍ତ୍ର, ଧମକ ଦେଇଥିବା ଦଫାରେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତାପ ଦେବ ବର୍ତ୍ତମାନ ବିଧାୟକ ହୋଇଥିବାରୁ ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି।

ବହୁ ପ୍ରତୀକ୍ଷା ପରେ ମାହାଙ୍ଗା ମର୍ଡର ମାମଲାରେ ଅଭିଯୁକ୍ତ ପ୍ରତାପ ଜେନାଙ୍କ ବିରୋଧରେ ପୁଲିସର କୌଣସି ସଂଖ୍ୟା ପ୍ରମାଣ ନ ଥିବାରୁ ଫାଇନାଲ ରିପୋର୍ଟ ଦାଖଲ କରିଥିଲେ। ଆଜି ମାନ୍ୟବର ଜେଏମ୍‌ଏଫ୍‌ସିଙ୍କର ୧୫/୦୯/୨୦୨୩ ଆଦେଶ ପରେ ତାହା ପରିସମାପ୍ତି ଘଟିଛି। କୋର୍ଟ ତାଙ୍କର ଆଦେଶରେ ଉଲ୍ଲେଖ କରିଛନ୍ତି ଯେ, ପ୍ରତାପ ଜେନାଙ୍କ ବିରୋଧରେ ୩୦୨, ୫୦୬,୧୨୦ (ବି) ଭାରତୀୟ ପିଙ୍ଗଲ କୋଡ଼ ଧାରାରେ ସଂଖ୍ୟା ପ୍ରମାଣ ରହିଅଛି।

ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୨ ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ଘଟିଥିଲା। ଏହି ଘଟଣାରେ ବିଜେପି ନେତା କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ଅଭିଯୋଗକାରୀ ରମାକାନ୍ତ ବରାଳ ୧୩ ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ। ଏଥିରୁ ୯ ଜଣ ଗିରଫ ହୋଇ ସାରିଛନ୍ତି। ଏତଲା ଅନୁଯାୟୀ ୧୩ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା। ୨୦୨୧ ଜାନୁଆରି ୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ୨୦୨୧ରେ ସିଡିଆର(କଲ ଡିଟେଲେସ ରିପୋର୍ଟ)କଲ ଫର ହେଲା। ୨୦୨୩ ଜାନୁଆରିରେ ରମାକାନ୍ତଙ୍କ ମୃତ୍ୟୁ ହୋଇଥିଲା। ରମାକାନ୍ତଙ୍କ ସାନ ଭାଇ ରଞ୍ଜିତ ବରାଳ କେଶ ଲଢୁଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button