ରାଜନୀତି

ବରୁଣ ଗାନ୍ଧୀ କହିଲେ ମୋ ପରିବାରରୁ ବି ରହିଛନ୍ତି PM, କିନ୍ତୁ ଦେଶକୁ ଦେଇ ପାରିଲେ ନାହିଁ ମୋଦୀଙ୍କ ଭଳି ସମ୍ମାନ, ତାପରେ କହିଲେ କିଛି ଏମିତି କି ସମସ୍ତଙ୍କୁ ଜାଣିବା ଦରକାର

ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କର ନାତି  ଏବଂ ବିଜେପି ପାର୍ଟିର ସାଂସଦ ବରୁଣ ଗାନ୍ଧୀ ପୀଲୀଭୀତ ଲୋକସଭା କ୍ଷେତ୍ରରେ ଏକ ରୈଲୀ ସମ୍ଭୋଦିତ କରି ନରେନ୍ଦ୍ର ମୋଦୀଙ୍କର ବହୁତ ପ୍ରଶଂସା କରିଥିଲେ । ଏବଂ କହିଲେ କି ଆମ ଦେଶକୁ ବହୁତ ଦିନ ପରେ ଏମିତି ଜଣେ ପିଏମ ମିଳିଛନ୍ତି । ଆଗକୁ କହିଲେ କି ମୋ ପରିବାରରୁ ବି କିଛି ଲୋକମାନେ ପ୍ରଧାନମନ୍ତ୍ରୀ ରହି ସାରିଛନ୍ତି ।

କିନ୍ତୁ ଯେଉଁ ସମ୍ମାନ ନରେନ୍ଦ୍ର ମୋଦୀ ଦେଶକୁ ଦେଇଛନ୍ତି, ସେହି ସମ୍ମାନ ବହୁତ ସମୟ ହେବ କେହି ଦେଇ ନାହାନ୍ତି । ମୋଦୀଙ୍କର ପ୍ରଶଂସା କରି କହିଲେ କି ସେହି ମଣିଷ କେବଳ ଦେଶ ପାଇଁ ବଞ୍ଚିଛନ୍ତି ଓ ସେ ମରିବେ ତ କେବଳ ଦେଶ ପାଇଁ, ତାଙ୍କୁ କେବଳ ଦେଶ ପାଇଁ ହିଁ ଚିନ୍ତା ଅଛି ।

ପାଞ୍ଚ ବର୍ଷ ହେବ କରିଛନ୍ତି ବହୁତ କାମ

ଲୋକମାନଙ୍କୁ ସମ୍ବୋଧିତ କରି ବରୁଣ ଗାନ୍ଧୀ ପିଏମ ମୋଦୀଙ୍କ ଦ୍ଵାରା ପାଞ୍ଚ ବର୍ଷରେ କରାଯାଇଥିବା କାମର ବହୁତ ପ୍ରଶଂସା କରିଲେ ଏବଂ କହିଲେ କି ଯେଉଁ କାମ ସେ ଏହି ପାଞ୍ଚବର୍ଷରେ କରିଛନ୍ତି, ସେଥିରେ ଦେଶର ମାନ ସମ୍ମାନ ଆହୁରି ବଢି ଯାଇଛି । ଏବଂ ବିପକ୍ଷ ପାର୍ଟି ଉପରେ ଆକ୍ରମଣ କରିଥିଲେ ।

ରାହୁଲ ଗାନ୍ଧୀ ଉପରେ ସାଧିଲେ ନିସାନା

କଂଗ୍ରେସ ଅଧ୍ୟକ୍ଷ ଏବଂ ନିଜର ଦାଦା ଭାଇ ରାହୁଲ ଗାନ୍ଧୀ ଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୌକୀଦାର ଚୋର ଅଟନ୍ତି’ କହିଥିବା ଉପର ବରୁଣ ଗାନ୍ଧୀ ନିଜର ପ୍ରତିକ୍ରିୟା ଦେଲେ ଏବଂ କହିଲେ କି ଦେଶରେ ପିଏମଙ୍କ ପାଇଁ ଏହିଭଳି ଶବ୍ଦର ପ୍ରୟୋଗ କରିବା ଉଚିତ ନୁହେଁ । କଂଗ୍ରେସ ତରଫରୁ ଦିଆଯାଉଥିବା ଏହି ନାରା ଉପରେ ବରୁଣ ନିଜର ପ୍ରତିକ୍ରିଯା ଦେଇଛନ୍ତି ।

ଏଥର ପୀଲୀଭୀତରୁ ଲଢିବେ ନିର୍ବାଚନ

ବର୍ଷ ୨୦୧୪ରେ ପୀଲୀଭୀତ ସିଟରୁ ବରୁଣ ଗାନ୍ଧୀଙ୍କର ମା ମେନକା ଗାନ୍ଧୀ ନିର୍ବାଚନ ଲଢିଥିଲେ । କିନ୍ତୁ ଏଥର ବିଜେପି ପାର୍ଟି ମେନକା ଗାନ୍ଧୀଙ୍କୁ ସୁଲ୍ତାନପୁରର ସିଟ ଏବଂ ବରୁଣ ଗାନ୍ଧୀଙ୍କୁ ପୀଲୀଭୀତର ଲୋକସଭା ସିଟର ଟିକେଟ ଦେଇଛନ୍ତି । ଏବଂ ସେ ବର୍ତ୍ତମାନ ହିଁ ନିଜର ନାମାଙ୍କନ କରିଛନ୍ତି ।

ବରୁଣ ଗାନ୍ଧୀଙ୍କ ସମ୍ପର୍କ ଗାନ୍ଧୀ ପରିବାର ସହ ଅଛି ଏବଂ ସେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କର ପୁଅ ସଞ୍ଜୟ ଗାନ୍ଧୀଙ୍କର ପୁଅ ଅଟନ୍ତି । ବରୁଣ ଗାନ୍ଧୀ ଏବଂ ତାଙ୍କର ମା ଗାନ୍ଧି ପରିବାର ଠାରୁ ବହୁତ ସମୟ ହେବ ଅଲଗା ହୋଇ ଯାଇଥିଲେ । ଏହା ପରେ ସେମାନେ ବିଜେପି ପାର୍ଟିରେ ସାମିଲ ହୋଇ ଯାଇଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button