ସମ୍ବଲପୁର ମଣ୍ଡଳିଆରେ ନୂଆ-ଓ କାର୍ଯ୍ୟକ୍ରମ; ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖସଚିବ ଓ ଜର୍ମାନୀରେ ଓଡ଼ିଆ ବୈଜ୍ଞାନିକଙ୍କ ଉଦାହରଣ ଦେଲେ ପାଣ୍ଡିଆନ – Ibnodisha

[ad_1]
-ସରକାରୀ କଲେଜରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖସଚିବ
-ଗାଁରୁ ଯାଇ ଜର୍ମାନୀରେ ବୈଜ୍ଞାନିକ
-କଠିନ ପରିଶ୍ରମ, ଆତ୍ମବିଶ୍ୱାସ ସଫଳତାର ସୂତ୍ର
– କଠିନ ପରିଶ୍ରମରବିକଳ୍ପ ନାହିଁ
-ପ୍ରତିଯୋଗିତାରେ ବିଜୟ ନୁହେଁ, ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ
-ଅଂଶଗ୍ରହଣରୁ ମକ୍ଟମକ୍ଟବ ଜୀବନର ମୂଳଶିକ୍ଷା
– ସୋସିଆଲ ମିଡ଼ିଆରୁ ଦୂରେଇ ରହିବାକୁ ଆହ୍ୱାନ
-ଦିନକୁ ୧୪ ଘଣ୍ଟା ପରିଶ୍ରମକରିବାକୁହେବ
ଭୁବନେଶ୍ୱର : ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ଯାଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହୋଇପାରିଛନ୍ତି ସମ୍ବଲପୁରର ଲୋକ। ସରକାରୀ କଲେଜରେ ପାଠ ପଢି ଏତେ ବଡ଼ ପଦବୀକୁ ଯାଇ ପାରିଛନ୍ତି ପ୍ରମୋଦ କୁମାର ମିଶ୍ର। ସେ ସମ୍ବଲପୁର ଜିଏମ କଲେଜର ଛାତ୍ର ଥିଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସରକାରୀ କଲେଜରୁ ପାଠ ପଢି ସେ ଆଜି ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ପାରିଛନ୍ତି। ଶୀର୍ଷରେ ପହଞ୍ଚି ମଧ୍ୟ ପରିଶ୍ରମ କେବେ ବନ୍ଦ କରିନାହାନ୍ତି ପ୍ରମୋଦ ମିଶ୍ର ବୋଲି କହିଛନ୍ତି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ମଣ୍ଡଳିଆ ଠାରେ ଅନୁଷ୍ଠିତ ନୂଆ-ଓ କାର୍ୟ୍ୟକ୍ରମରେ ଯୋଗଦେଇ କଠିନ ପରିଶ୍ରମର କିଛି ବିକଳ୍ପ ନାହିଁ ବୋଲି ପିଲାଙ୍କୁ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ଓ ଜର୍ମାନୀରେ ବୈଜ୍ଞାନିକ ଥିବା ପଶ୍ଚିମ ଓଡିଶାର ପୁଅ ଶେଷ କିଶାନଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ।
କିଛିଦିନ ତଳେ ଦିନେର ବିବାରରେ ପ୍ରମୋଦ ମିଶ୍ରଙ୍କୁ ପାଣ୍ଡିଆନ ଫୋନ କରିଥିଲେ। ସେ ଦିନର ବିବାର ହୋଇଥିବାରୁ ସୌଜନ୍ୟତା ଦୃଷ୍ଟିରୁ ରବିବାରରେ ଫୋନ କରିଥିବାରୁ କଥା ଆରମ୍ଭରୁ ପାଣ୍ଡିଆନ କ୍ଷମା ମାଗିଥିଲେ ପ୍ରମୋଦ ମିଶ୍ରଙ୍କୁ। ତେବେ ପ୍ରମୋଦ ମିଶ୍ର କହିଥିଲେ ସେ ଅଫିସରେ ଅଛନ୍ତି। ସଫଳତାର ଶୀର୍ଷରେ ପହଞ୍ଚିଥିବା ଜଣେ ବ୍ୟକ୍ତି ରବିବାରରେ ମଧ୍ୟ ଅଫିସରେ କାମ କରୁଛନ୍ତି। ଏହାହିଁ କଠିନ ପରିଶ୍ରମ ବୋଲି ପାଣ୍ଡିଆନ ଉଦାହରଣ ଦେଇଥିଲେ। କଠିନ ପରିଶ୍ରମ କରୁଥିବାରୁ ସେ ଯେକୌଣସି ବିଷୟରେ ଅନର୍ଗଳ ତଥ୍ୟ ଭିତ୍ତିକ ମନ୍ତବ୍ୟ ରଖି ପାରୁଛନ୍ତି ବୋଲି ମଧ୍ୟ କହିଥିଲେ ପାଣ୍ଡିଆନ। ନିଜେ ପାଣ୍ଡିଆନ ଆଇଏଏସ ଟ୍ରେନିଂ ନେବାବେଳେ ପ୍ରମୋଦ ମିଶ୍ର କେନ୍ଦ୍ର କୃଷି ସଚିବ ଥିଲେ ଆଉଟ୍ରେନିଂ କ୍ଲାସ ନେଉଥିଲେ। କୃଷି ସମ୍ପର୍କରେ ଯେଉଁ ଭଳି ବକ୍ତବ୍ୟ ରଖିଥିଲେ ସେଥିରେ ସନ୍ଦେହ ହୋଇଥିଲା ଯେ, ସେ କୃଷି ପାଠ ପଢି ଆସିଛନ୍ତି। ସେହିଭଳି ବିପର୍ୟ୍ୟୟ ପରିଚାଳନା ବୈଠକରେ ତାଙ୍କ ବକ୍ତବ୍ୟ ଶୁଣିଲାଗି ଥିଲା ଯେ, ସେ ବିପର୍ୟ୍ୟୟ ପରିଚାଳନା ପାଠ ପଢିଛନ୍ତି ବୋଲି। ଏ ସବୁ କଠିନ ପରିଶ୍ରମର ଫଳ ବୋଲି ପିଲାଙ୍କୁ ପାଣ୍ଡିଆନ କହିଥିଲେ।
ସେହିଭଳି ପଶ୍ଚିମ ଓଡିଶାର ଆଉ ଜଣେ ଉଜ୍ୱଳ ତାରକାଶେଷ କିଶାନଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ପିଲାବେଳୁ ବାପାମା ଛେଉଣ୍ଡ ହୋଇଥିଲେ ଶେଷ କିଶାନ। ଗାଁସ୍କୁଲରେ ପାଠ ପଢୁଥିଲେ। ପେଟ ପୋଷିବା ଲାଗି ନିଜେ କାମ ମଧ୍ୟ କରୁଥିଲେ। କଠିନ ପରିଶ୍ରମ, ପ୍ରବଳ ଇଚ୍ଛା ଶକ୍ତି ଓ ନିଷ୍ଠାପର ଅଧ୍ୟବ୍ୟସାୟ ବଳରେ ସେ ଭୁବନେଶ୍ୱର ନାଇଜରରେ ପଢିଲେ ଓ ଗୋଲ୍ଡ ମେଡାଲିଷ୍ଟ ମଧ୍ୟ ହେଲେ। ପରବର୍ତ୍ତି ସମୟରେ ସେ ଜର୍ମାନୀରେ ବୈଜ୍ଞାନିକ ହୋଇପାରିଲେ। ଏବେ ସେ ଓଡିଶାରେ ଫାର୍ମା କମ୍ପାନୀ ଖୋଲି ବହୁ ଲୋକଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି ବୋଲି ପାଣ୍ଡିଆନ ପିଲାଙ୍କୁ ଉଦାହରଣ ଦେଇ ନିଜ ଭବିଷ୍ୟତ ଗଢିବାର ଟିପ୍ସ ଦେଇଥିଲେ। ସେହିଭଳି ସୋସିଆଲ ମିଡିଆରେ ଅଧିକ ସମୟ ଦେଲେ ନିଜର ପାଠ ମନେରଖିବାର ଦକ୍ଷତା ହ୍ରାସ ପାଇବ ବୋଲି କହିଥିଲେ ପାଣ୍ଡିଆନ। ଆତ୍ମବିଶ୍ୱାସର ସହ ଦୈନିକ ୧୪ଘଣ୍ଟା ପରିଶ୍ରମ କଲେ ସଫଳତା ହାତ ମୁଠାକୁ ଆପଣାଛାଏଁ ଆସିବ। ନିଜେ ଏକଥାକୁ ସେ ଅଙ୍ଗେ ନିଭାଇ ଛନ୍ତି ବୋଲି ପାଣ୍ଡିଆନ ପିଲାଙ୍କୁ କହିଥିଲେ। ନିଜ ଅନୁଭୂତିରୁ ଏକ ୬ସୂତ୍ରୀ ସଫଳତାର ମାର୍ଗ ଦେଇଥିଲେ ପାଣ୍ଡିଆନ।
ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀ କାହିଁକି ଏ ନୂଆ-ଓ କାର୍ୟ୍ୟକ୍ରମ କରିଛନ୍ତି ଏନେଇ ଛାତ୍ରଛାତ୍ରୀଙ୍କୁ ସେ କହିଛନ୍ତି। ଛାତ୍ରଛାତ୍ରୀ ଏବେ ସେମାନଙ୍କ ଜୀବନର ଏକ ଗୁରୁତ୍ୱ ପୂର୍ଣ୍ଣ ପାହାଚରେ ଅଛନ୍ତି। ସେମାନଙ୍କ ଲାଗି ଏଇ ୫ବର୍ଷ ଅତି ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଏହା ଗୋଲଡେନ ପିରିୟଡ। ୫ବର୍ଷ ଖଟିଲେ ଆଗାମୀ ୫୦ବର୍ଷ ଖୁସିରେ କଟାଇବେ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜୀବନରେ ସଫଳତା ହାସଲ କରିବାକୁ ହେଲେ ସାମଗ୍ରିକ ବ୍ୟକିତ୍ୱର ବିକାଶ କରିବାକୁ ପଡିବ। ନିଜ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ଯାହାବି ଅନ୍ତର୍ନିହିତ ପ୍ରତିଭା ଅଛି ତାକୁ ବୃଦ୍ଧି କରିବାକୁ ସୁଯୋଗ ଦେବାକୁ ପଡିବ। ଜୀବନରେ ବହୁତ ବଡ଼ ସଫଳତା ପାଇବାକୁ ହେଲେ ବ୍ୟକ୍ତିତ୍ୱର ବିକାଶ ନିହାତି ଆବଶ୍ୟକ। ଏହାକୁ ଆଖିରେ ରଖି ଏହି ନୂଆ-ଓ କାର୍ୟ୍ୟକ୍ରମ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଫାଇଭଟି ଅଧ୍ୟକ୍ଷ। କୌଣସି ପ୍ରତିଯୋଗିତାରେ ଜିତିବା ତୁଳନାରେ ଅଂଶ ଗ୍ରହଣ କରିବା ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରତିଯୋଗିତାରେ ଜିତିଲେ ଖୁସି ମିଳିବ, ହେଲେ ଅଂଶ ଗ୍ରହଣ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବ। ସଫଳତା ହାସଲ ଲାଗି ଛାତ୍ରଛାତ୍ରୀ ଶାରିରୀକ ବ୍ୟାୟାମ ସହ ୧୫ମିନିଟ ଧ୍ୟାନ କରିବାକୁ କହିଛନ୍ତି ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ଏହା ସହ ବାପା, ମା ଓ ଗୁରୁଜନଙ୍କ କଥାମାନି ସେମାନଙ୍କୁ ସମ୍ମାନ ପ୍ରଦାନ କରିବାକୁ କହିଛନ୍ତି। ପ୍ରତି ଛାତ୍ରଛାତ୍ରୀ ଏହି ସମସ୍ତ କଥାକୁ ନେଇ ଆତ୍ମସମୀକ୍ଷା କରିବାର ଅଛି। ମଣ୍ଡଳିଆରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଜ୍ଝ ପାଣ୍ଡିଆନଙ୍କୁ ଦେଖିବାକୁ ଛାତ୍ରଛାତ୍ରୀମାନେ ଅତ୍ୟଧିକ ଉତ୍ସାହିତ ଥିବା ଆଜି ଦେଖିବାକୁ ମିଳିଥିଲା ଜ୍ଝ ତାଙ୍କ ସହ ହାତ ମିଳାଇବା ଓ ସେଲ୍ଫି ନେବାକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିବା ଦେଖିବାକୁ ମିଳିଥିଲା ଜ୍ଝ ପାଣ୍ଡିଆନ ସାରଙ୍କୁ ଦେଖୁବାକୁ ବହୁତ ଦିନରୁ ଇଛାଥିଲା ଓ ଆଜି ତାହା ପୂରଣ ହୋଇଛି ଓ ତାଙ୍କ ଟିପ୍ସ ଆମମାନଙ୍କ ଜୀବନରେ ମାର୍ଗଦର୍ଶନ କରିବ ଵୋଲି ବହୁଛାତ୍ରଛାତ୍ରୀ ଆତ୍ମ ବିଭୋର ହୋଇ ପ୍ରକାଶ କରିଥିଲେ।
[ad_2]