IBN ଓଡ଼ିଶା ବ୍ୟୁରୋ

ଝିଅମାନଙ୍କର ବିଭିନ୍ନ ଅଙ୍ଗରେ ଥିବା ତିଳ ଚିହ୍ନ ଖୋଲିଥାଏ ସେମାନଙ୍କର ଗୁପ୍ତ ରାଜ

ଆଜି ଆମେ ଆପଣଙ୍କୁ କହିବୁ କି ମହିଳାମାନଙ୍କର ଅଙ୍ଗରେ ଯେଉଁ ତିଳ ଚିହ୍ନ ଥାଏ ତାହା ସେମାନଙ୍କ ବିଷୟରେ କେଉଁ ଗୁପ୍ତ ରାଜ ଖୋଲିଥାଏ । ସେମିତି ତ ସମସ୍ତଙ୍କର କୌଣସି ନା କୌଣସି ଅଙ୍ଗରେ ତିଳ ଚିହ୍ନ ଅବଶ୍ୟ ଥାଏ ତାହା ଚେହେରାରେ ଥାଉ ବା ପିଠିରେ ଥାଉ ବା ପେଟରେ ଥାଉ । କଣ ଆପଣଙ୍କୁ ଜଣା ଅଛି ଆପଣଙ୍କର ଅଲଗା ଅଲଗା ଅଙ୍ଗରେ ଥିବା ତିଳ ଚିହ୍ନ ଆପଣଙ୍କ ଭାଗ୍ୟ, ଆପଣଙ୍କ ଭବିଷ୍ୟତ ବିଷୟରେ ବହୁତ କିଛି କହିଥାଏ । ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କର ଶରୀରରେ ବିଭିନ୍ନ ଅଙ୍ଗରେ ଥିବା ତିଳ ଚିହ୍ନର ଅର୍ଥ କଣ ହୋଇଥାଏ ।

ଯଦି କୌଣସି ଝିଅର ଗାଲରେ ତିଳ ଚିହ୍ନ ଅଛି ତେବେ ଏହା ତାହାକୁ ସବୁ ଖରାପ ଦୃଷ୍ଟିରୁ ବଞ୍ଚାଇଥାଏ । ଗାଲର ଡାହାଣ ଭାଗରେ ତିଳ ଚିହ୍ନ ରହିବା ବହୁତ ଶୁଭ ହୋଇଥାଏ । କିନ୍ତୁ ବାମ ଗାଲରେ ତିଳ ଚିହ୍ନ ଥିଲେ ଏହା ଶୁଭ ହୋଇନଥାଏ । ଏହା ଜୀବନରେ ବାରମ୍ବାର ସମସ୍ୟା ଆସିବାର ସଙ୍କେତ ହୋଇଥାଏ ।

ଯଦି ମଥାର ବାମ ପାଖରେ ତିଳ ଚିହ୍ନ ଅଛି ତେବେ ଏହା ସୁଖ ସମୃଦ୍ଧି ଓ ଖୁସିର ସଙ୍କେତ ହୋଇଥାଏ । କିନ୍ତୁ ମଥାର ବାମ ଭାଗରେ ତିଳ ଚିହ୍ନ ଥିଲେ ଜୀବନରେ କଷ୍ଟ ଓ ସମସ୍ଯା ଦେଇଥାଏ ।

ମହିଳାମାନଙ୍କର ଓଠରେ ତିଳ ଚିହ୍ନ ଲୋଭ, ବିଳାସ ର ସଙ୍କେତ ହୋଇଥାଏ । ଏମିତି ଝିଅମାନେ ବହୁତ ଚାଲାଖ ହୋଇଥାନ୍ତି ଓ ଏମାନଙ୍କର ବହୁତ ଦିବାନା ଥାଆନ୍ତି ।

ଯେଉଁ ମହିଳାମାନଙ୍କର ନାକରେ ତିଳ ଚିହ୍ନ ଥାଏ ସେମାନେ ବହୁତ ଲକି ଓ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ନିଜ ଜୀବନରେ ପଇସାର କୌଣସି ଅଭାବ ନଥାଏ ।

ମହିଳାମାନଙ୍କର ଥୋମଣି ରେ ତିଳ ଚିହ୍ନ ବି ବହୁତ ଶୁଭ ହୋଇଥାଏ । ଏମିତି ମହିଳାମାନେ ଧନୀ ହୋଇଥାନ୍ତି ଓ ଐଶ୍ଵର୍ଯ୍ୟପୂର୍ଣ୍ଣ ଜୀବନ ବ୍ୟତୀତ କରିଥାନ୍ତି ।

ଯେଉଁ ମହିଳାଙ୍କର ଜଙ୍ଘରେ ତିଳ ଚିହ୍ନ ଥାଏ ସେହିମାନଙ୍କ ପ୍ରତି ପୁରୁଷ ବହୁତ ଜଲ୍ଦି ଆକୃଷ୍ଟ ହୋଇଥାନ୍ତି । ଏମିତି ମହିଳାମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ।

ମହିଳାମାନଙ୍କର ନାଭିର ଆଖ ପାଖରେ ତିଳ ଚିହ୍ନ ରହିବା ବି ବହୁତ ଶୁଭ ହୋଇଥାଏ । ଏମିତି ମହିଳାମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ନାଭିର ଉପରେ ପେଟରେ ତିଳ ଚିହ୍ନ ରହିବା ଭଲ ହୋଇନଥାଏ । ଏହା ଦୁର୍ଭାଗ୍ଯର ସୂଚକ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button