IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭାରତୀୟ ନୌସେନାର ଶାନ ମାର୍କୋସ କମାଣ୍ଡୋ, ଏମିତି ଭାବରେ ଦେଇଥାନ୍ତି ସବୁ ଅପରେସନକୁ ଅଞ୍ଜାମ

କହିବାକୁ ଗଲେ ଆମ ଦେଶର ଯବାନ ଆମ ଦେଶର ଗର୍ବ ଅଟନ୍ତି । ଏମାନଙ୍କ ମଧ୍ୟରୁ ମାର୍କୋସ କିମ୍ବା ସମୁଦ୍ରି କମାଣ୍ଡୋ ଭାରତୀୟ ନୌସେନାର  ସ୍ପେଶାଲ ଫୋର୍ସ ଅଟନ୍ତି । ଯାହାର ଗଠନ ୧୯୮୭ରେ କରାଯାଇଥିଲା । ମାର୍କୋସ କମାଣ୍ଡୋମାନଙ୍କ ପ୍ରଶିକ୍ଷଣ ଏତେ କଡା ହୋଇଥାଏ କି ସେମାନେ ଆତଙ୍କବାଦୀ ଠାରୁ ନେଇ, ନେଭି ଅପରେସନ ଓ ଆନ୍ଟି ପାୟରେସୀ ଅପରେସନ ବି କରିଥାନ୍ତି ।

କିଛି ମାମଲାରେ ତ ଏମାନଙ୍କୁ ଆମେରିକାର ନେବି ସିଲ ଠାରୁ ବି ଉତ୍ତମ କୁହାଯାଏ । ସେନାର ୧୦୦୦ ଜଣ ସୈନିକଙ୍କ ମଧ୍ୟରେ କେହି ଜଣେ ହିଁ ମାର୍କୋସ କମାଣ୍ଡୋ ହୋଇଥାଏ । ଏହାର ଅର୍ଥ ଏଥିରେ ସିଲେକ୍ସନ ହେବା ବହୁତ ହିଁ କଷ୍ଟ ହୋଇଥାଏ । ଏହି କମାଣ୍ଡୋକୁ ଭାରତର ସବୁଠୁ ଭୟଙ୍କର କାମାଣ୍ଡୋ ବି କୁହାଯାଏ । ଏମାନେ କୌଣସି ବି ପ୍ରକାରର ଅପରେସନ କରି ପାରିବେ । ଏହା ଛଡା ମରିନ ଅର୍ଥାତ ପାଣି ସହ ଜଡିତ ଅପରେସନରେ ଏମାନଙ୍କୁ ମହାରଥ ହାସଲ ହୋଇଥାଏ ।

ଜଣେ ମାର୍କୋ କମାଣ୍ଡୋ ରୂପରେ ପ୍ରଶିକ୍ଷଣ ନେବା ପାଇଁ ସିଲେକ୍ସନ ହେବା ବହୁତ କଷ୍ଟ ହୋଇଥାଏ । ମାର୍କୋସ କମାଣ୍ଡୋ ପାଇଁ ପ୍ରଥମେ ୨୦ ବର୍ଷର ଯୁବକମାନଙ୍କ ଚୟନ କରାଯାଇଥାଏ । ମାର୍କୋସ କମାଣ୍ଡୋ ପାଇଁ ଚୟନ ହୋଇସାରିବା ପରେ ବାସ୍ତବିକ ଟ୍ରେନିଂଗ ପାଖାପାଖି ୩ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ । ଏହି ବାସ୍ତବିକ ଟ୍ରେନିଙ୍ଗରେ ଏମାନଙ୍କୁ ଜଙ୍ଘ ପର୍ଯ୍ୟନ୍ତ ମାଟିରେ ପଶି ୮୦୦ ମିଟର ଦୌଡିବାକୁ କୁହାଯାଏ ଓ ଏହି ସମୟରେ ଏମାନଙ୍କ କାନ୍ଧ ଉପରେ ୨୫ କିଲୋର ଓଜନ ବି ରଖାଯାଏ ।

ଏହା ପରେ ଏହି ଯବାନମାନଙ୍କୁ “ହାଲୋ” ଓ “ହାହୋ” ନାମକ ଏକ ଟ୍ରେନିଙ୍ଗକୁ ପୁରା କରିବାକୁ ପଡିଥାଏ । ଏହା ପରେ ଏମାନଙ୍କୁ ଅନ୍ୟ ବିଭିନ୍ନ ପ୍ରକାରର ଟ୍ରେନିଙ୍ଗ ବି ଦିଆଯାଏ । ଯାହା ନର୍କ ସଙ୍ଗେ ସମାନ ହୋଇଥାଏ ବୋଲି କୁହାଯାଏ ।

ମାର୍କୋସ କମାଣ୍ଡୋଙ୍କୁ ସବୁ ପ୍ରକାରର ହତିଆର ଓ ଉପକରଣ ଗୁଡିକ ଯେମିତି କି ଛୁରୀ ଓ ତୀର ମାରିବା, ସ୍ନାଇପର ରାଇଫଲ୍ସ ଚଳାଇବା, ହ୍ୟାଣ୍ଡ ଗ୍ରେନେଡ ଚଳାଇବା ଓ ଖାଲି ହାତରେ ଲଢିବା ଭଳି ପ୍ରଶିକ୍ଷଣ ଦିଆଯାଏ । ଆଉ ଗୋଟିଏ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଏହି କମାଣ୍ଡୋମାନଙ୍କର ଘର ଲୋକମାନଙ୍କୁ ବି ଏହା ଜଣା ନ ଥାଏ କି ଏମାନେ କମାଣ୍ଡୋ ଅଟନ୍ତି ।

ଏମାନଙ୍କୁ ନିଜର ପରିଚୟ ଲୁଚାଇ ରଖିବାକୁ ପଡିଥାଏ । ମାର୍କୋସ କାମାଣ୍ଡୋଙ୍କ ପ୍ରାୟତଃ ଟ୍ରେନିଙ୍ଗ ଆଈଏନଏସ ଅଭିମନ୍ୟୁ ମୁମ୍ବାଇରେ ହୋଇଥାଏ । ଏମାନଙ୍କ ପ୍ରଶିକ୍ଷଣ ପାଇଁ ଅନ୍ୟ ପ୍ରମୁଖ କେନ୍ଦ୍ର ଗୋଆ, କୋଚ୍ଚି, ବିଶାଖାପାଟନମ ଓ ପୋର୍ଟ ବ୍ଲେୟରରେ ଅବସ୍ଥିତ ।

ମାର୍କୋସ କମାଣ୍ଡୋ ମୁଖ୍ୟ ରୂପରେ ସମୁଦ୍ର ସହ ଜଡିତ ଅପରେସନ କରିଥାନ୍ତି । କିନ୍ତୁ ଦରକାର ପଡିଲେ, ଏମାନେ ଆତଙ୍କବାଦ ବିରୋଧୀ ଅପରେସନ, ଆନ୍ଟି ପାୟରେସୀ ଅପରେସନ, ସମୁଦ୍ରି ଚୋରୀ, ସମୁଦ୍ର ରାସ୍ତା ଦେଇ ପସୁଥିବା ଶତୃ ସହ ଲଢିବା, ବନ୍ଧକ ଲୋକମାନଙ୍କୁ ବଞ୍ଚାଇବା, ଉଡାଜାହାଜ ଅପହରଣ, ରାସାୟନିକ ଆକ୍ରମଣ ଇତ୍ୟାଦି ରୁ ବଞ୍ଚାଇବା ଭଳି ଅପରେସନ ବି କରନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button