ମନୋରଞ୍ଜନ

ଏହି ବ୍ୟକ୍ତି ୨୦୦ ଡଲାରରେ ମଗାଇଲେ ଦେଶର ମାଟି, ଯାହା ଦ୍ଵାରା ଦେଶର ମାଟି ଉପରେ ପଡି ପାରିବ ପିଲାର ପ୍ରଥମ ପାଦ

ଆମେରିକା ପାରାଟୃପର ର ଯବାନ ଟୋନି ଟ୍ରେକୋନିଙ୍କ ଇଛା ଥିଲା କି ଯେବେ ତାଙ୍କର ପିଲା ଜନ୍ମ ହେବ ତେବେ ତାଙ୍କ ପିଲାର ପ୍ରଥମ ପାଦ ତାଙ୍କ ଦେଶର ମାଟିରେ ପଡିବ । ହେଲେ ଯେତେବେଳେ ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ସେତେବେଳେ ତାଙ୍କ ପୋଷ୍ଟିଙ୍ଗ ଇଟାଲୀର ପ୍ରାନ୍ତ ପଡୁଆରେ ହୋଇଥିଲା । ତାଙ୍କୁ ଆଶା ଥିଲା କି ତାଙ୍କ ପତ୍ନୀର ଡେଲିଭରି ହେବା ପୂର୍ବରୁ ସେ ତାଙ୍କ ଦେଶକୁ ଫେରିଯିବେ । ହେଲେ ବଡ ଦୁଃଖର କଥା ଏହା ହେଲା ନାହିଁ । ଯାହା ପରେ ଟିନୋ ଏମିତି କିଛି କାମ କରିଲେ ଯାହା ବିଷୟରେ କେହି ବି ଚିନ୍ତା କରି ନଥିବେ ।

ଟୋନି ତାଙ୍କ ପତ୍ନୀର ଡେଲିଭରି ହେବାର ଏକ ମାସ ପୂର୍ବରୁ ନିଜ ଦେଶ ଟେକ୍ସାସର ମାଟିକୁ ଇଟାଲୀକୁ ମଗାଇଥିଲେ । ଯାହାଫଳରେ ଯେବେ ତାଙ୍କ ପିଲା ଜନ୍ମ ହେବ, ତେବେ ତା’ର ପ୍ରଥମ ପାଦ ତାଙ୍କ ଦେଶର ମାଟି ଉପରେ ହିଁ ପଡିବ । ତାଙ୍କ ଦେଶର ମାଟିକୁ ମଗାଇବା ପାଇଁ ଟୋନି ତାଙ୍କ ମାତା ପିତାଙ୍କୁ ଯୋଗାଯୋଗ କରିଥିଲେ ।

ସେଠାକାର ମାଟିକୁ ଏକ କଣ୍ଟେନରରେ ଭରି ସିପ ଦ୍ଵାରା ଇଟାଲୀ ପଠାଇବା ପାଇଁ ଟୋନି ତାଙ୍କ ମାତା ପିତାଙ୍କୁ କହିଥିଲେ । ନିଜ ଦେଶର ମାଟିକୁ ଇଟାଲି ନେବା ପାଇଁ ଟୋନିଙ୍କୁ ୨୦୦ ଡଲାର(୧୪ ହଜାର ଟଙ୍କା) ଖର୍ଚ୍ଚ କରିବାକୁ ପଡିଥିଲା

 

ଯେବେ ତାଙ୍କ ପିଲାର ଜନ୍ମ ହେବାର ତାରିଖ ପାଖେଇ ଆସିଲା ସେତେବେଳେ ଟୋନି ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ବେଡ ତଳେ ତାଙ୍କ ଦେଶର ମାଟିକୁ ଲୁଚାଇ ରଖି ଦେଇଥିଲେ । ପିଲାଟି ଜନ୍ମ ହେବା ପରେ ଟୋନି ଯାହା ଚାହୁଁଥିଲେ ତାହା ହିଁ ହେଲା । ତାଙ୍କ ପିଲା ଜନ୍ମ ହେବା ପରେ ପିଲାର ପ୍ରଥମ ପାଦ ତାଙ୍କ ନିଜ ଦେଶର ମାଟି ଉପରେ ପଡିଥିଲା ।

ଏହି ବିଷୟରେ ଟୋନି କହିଛନ୍ତି କି “ପୂର୍ବ ବର୍ଷ ଜୁଲାଇ ମାସରେ ମୋ ପୁଅ ଚାର୍ଲ୍ସରେ ଜନ୍ମ ହୋଇଥିଲା । ତାର ଜନ୍ମ ହେବା ପରେ ମୁଁ ଏକ ଟ୍ଵିଟ ମଧ୍ୟ କରିଥିଲି । ମୋର ଏହି ଟ୍ଵିଟ କିଛି ଖାସ ବ୍ୟକ୍ତି ମାନଙ୍କ ପାଇଁ ଥିଲା” । ସେ କହିଛନ୍ତି କି ଚାର୍ଲ୍ସ ଜନ୍ମ ହେବା ପରେ ସେ ତାଙ୍କ ଦେଶର ମାଟି ମଗାଇଥିଲେ ଓ ତାଙ୍କ ପୁଅର ପାଦ ପ୍ରଥମେ ତାଙ୍କ ମାଟି ଉପରେ ପଡିଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button