ରାଜ୍ୟ

ସରକାରୀ କର୍ମଚାରୀଙ୍କ ବେଆଇନ କାର୍ଯ୍ୟ: ନୀଳଗିରିରେ ପୁଣି ଜାଲ ନୋଟ କାରବାର, ଦୁଇ ଅଟକ  – Ibnodisha

[ad_1]

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରିରେ ସକ୍ରିୟ ହୋଇଛି ଜାଲ ନୋଟ କାରବାର। ଗୋଟିଏ ମାସ ପୂର୍ବରୁ ନୀଳଗିରି ଥାନା ଅଧିନ ସନ୍ତରାଗଡିଆ ମାର୍କେଟରୁ ୩୨ ହଜାର ୭ ଶହ ଟଙ୍କା ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା ନୀଳଗିରି ପୁଲିସ। ଘଟଣାକୁ ମାସେ ନ ବିତୁଣୁ ଜାଲ ନୋଟ ବେପାରୀ ମାନେ ପୁଣି ମାତିଛନ୍ତି।

 

ସୂଚନା ମୁତାବକ ରାତି ୮ଟାରେ ବରହମପୁର ଥାନା ଅଂଚଳର ୨ ଜଣ ଯୁବକ ନୀଳଗିରି ବ୍ଲକ ଅଧିନ ଧୋବଶିଳା ଗ୍ରାମର ଏକ ତେଜରାତି ଦୋକାନରୁ କିଛି ସାମଗ୍ରୀ କିଣି ୫ ଶହ ଟଙ୍କିଆ ଏକ ଜାଲ ନୋଟ କାରବାର କରିବାକୁ ପ୍ରଚେଷ୍ଟା କରୁଥିଲେ। ହେଲେ ଦୋକାନୀ ଜଣକ ଜାଲ ନୋଟ ଟିକୁ ଜାଣିବା ପରେ ଦୁଇ ଜଣଙ୍କୁ ଭଲ ଭାବରେ ଉତ୍ତମ ମଧ୍ୟମ ଦେଇ ନୀଳଗିରି ପୁଲିସର ଜିମା ଦେଇଥିଲେ।

ପୁଲିସ ଘଟଣାସ୍ଥଳକୁ ଯାଇ ଦୁଇଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ୫ଟି ୫ଶହ ଟଙ୍କିଆ ଜାଲ ନୋଟ ଜବତ କରିଥିଲା। ସେମାନଙ୍କୁ ପଚରାଉଚୁରା କରିବା ସହ ଏ ଘଟଣାର ମାଷ୍ଟର ମାଇଣ୍ଡ କିଏ ଓ ଆହୁରି କେତେ ଟଙ୍କା ରହିଛି ତାହା ତଦନ୍ତ ଜାରି ରଖିଛି। ଅଟକ ଥିବା ୨ ଜଣଙ୍କା ମଧ୍ୟରୁ ଜଣେ ସରକାରୀ କର୍ମଚାରୀ ଭାବରେ ବ୍ଲକ ଅଧୀନରେ ପାନୀୟ ବିଭାଗର ଏସିଏମ ଭାବରେ କାର୍ଯ୍ୟରତ ଥିବା ବେଳେ କାଠ କାମ ମଧ୍ୟ କରନ୍ତି। ଅନ୍ୟ ଜଣେ ତାଙ୍କ ସହଯୋଗୀ ବୋଲି ଜଣାପଡିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button