ରାଜନୀତି

ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ – Ibnodisha

[ad_1]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଅଣାଯିବା ସହ ବିରୋଧୀ ଦଳ ନେତା ଅନ୍ୟ ଏକ ଅଭିଯୋଗ କରିବା ପରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିବାରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଏଥିସହ ଶୂନ୍ୟକାଳରେ ପୂର୍ତ୍ତ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ ଖାମଖିଆଲି ଉତ୍ତରକୁ ନେଇ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ସାଲୁଜା।

ଏପଟେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ନେଇ ସେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ସେ କହିଛନ୍ତି, ‘‘ବିରୋଧୀ ଦଳ ଭାବେ ବିବୃତି ମାଗିନଥିଲୁ। କିନ୍ତୁ ନିଜ ଆଡୁ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ। ୫-ଟି ସଚିବଙ୍କୁ ଘଣ୍ଟ ଘୋଡାଇବା ପାଇଁ ବିବୃତି ରଖିଥିଲେ ଏବଂ ବିରୋଧୀମାନଙ୍କୁ ଜନବିରୋଧୀ କହିଥିଲେ। କିଏ ଜନ ବିରୋଧୀ ? ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ଏହି ଶବ୍ଦକୁ ବାଦ ଦିଅନ୍ତୁ।’’

ସେହିପରି ବିରୋଧି ଦଳ ନେତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ସଂସଦୀୟ ମନ୍ତ୍ରୀ ନିରଂଜନ ପୂଜାରୀ। ସେ କହିଛନ୍ତି, ଆଇନ୍ ବହିର୍ଭୂତ କଥା ଆଧାରରେ କୌଣସି ସ୍ୱାଧିକାର ଭଙ୍ଗ ଆଣିବା ସମୀଚିନ ନୁହେଁ। ବିଧାନସଭାକୁ ରାଜନୈତିକ ମଇଦାନ ସଜାନ୍ତୁନି ବିରୋଧି। ବିରୋଧିଙ୍କ ସ୍ୱାଧିକାର ଭଙ୍ଗର ଆଧାରକୁ ନେଇ ପ୍ରଶ୍ନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ।

ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି ବି କହିଛନ୍ତି, ‘‘ଗୃହର ନେତାଙ୍କ ବିରୁଦ୍ଧରେ ଏକ କଦର୍ଥ କଥା କହିଛନ୍ତି ବିରୋଧୀ ଦଳ ନେତା। ଯିଏ ଏହି ଗୃହର ନୁହନ୍ତି ତାଙ୍କ କଥା କେମିତି ଉଠାଇଲେ?’’ ଏହାକୁ ବାଦ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button