IBN ଓଡ଼ିଶା ବ୍ୟୁରୋ

କାଗଜରେ ଏହି ମନ୍ତ୍ର ଲେଖି ଜଳାଇ ଦିଅନ୍ତୁ, ଆଉ ତା’ ପରେ ଦେଖନ୍ତୁ ଚମତ୍କାର !

ପ୍ରତ୍ଯେକ ବ୍ୟକ୍ତିଙ୍କ ମନରେ କିଛି ନା କିଛି ଇଛା ରହିଥାଏ । ଯାହାକୁ ସଫଳ କରିବା ପାଇଁ ସେମାନେ ଅନେକ ଚେଷ୍ଟା କରିଥାନ୍ତି । କିନ୍ତୁ ଅଧିକାଂଶ ସମୟରେ ବାରମ୍ବାର ବିଫଳତା ଦେଖା ଦେଇଥାଏ, ଯାହାଫଳରେ ଦୁଃଖ କଷ୍ଟରେ ଜୀବନ ବିତାଇବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ସଠିକ ଉପାୟରେ କରି ଆପଣ ନିଜର ସମସ୍ତ ଇଚ୍ଛାକୁ ପୂରଣ କରିପାରିବେ । ତେବେ ଚାଲନ୍ତୁ ଜାଣିବା କେମିତି କରିବେ ଏହି ଉପାୟ, ଧ୍ୟାନର ସହ ଦେଖନ୍ତୁ ।

ଏହି ଉପାୟକୁ ଆପଣଙ୍କୁ ସନ୍ଧ୍ୟା ସମୟରେ କରିବାକୁ ହେବ । କିଛି ସମୟ ବାହାର କରି ଏହି ଉପାୟକୁ ଆପଣ ଶାନ୍ତିର ସହ କରନ୍ତୁ । ଏହି ଉପାୟଟି ଆପଣଙ୍କ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହେବ । ଆପଣଙ୍କ ମନରେ ଯାହା ବି ଇଚ୍ଛା ବା ମନୋସ୍କାମନା ରହିଛି ଯାହା ଆପଣ ଅନେକ ଦିନରୁ ପୂର୍ଣ୍ଣ ହେବ ବୋଲି ଚାହିଁ ବସିଛନ୍ତି ବା ସେଥିପାଇଁ ଚେଷ୍ଟା କରି ଚାଲିଛନ୍ତି, ସେସବୁକୁ ଏକ ସଫା ଧଳା କାଗଜରେ ପରିଷ୍କାର ଭାବେ ଲେଖି ଦିଅନ୍ତୁ ।

ଏହାପରେ ଘରେ ଥିବା କୌଣସି ଝୁଣାଦାନୀ ଉପରେ ଅଳ୍ପ କିଛି ଝୁଣା ନେଇ ତାକୁ ଜଳାନ୍ତୁ । ଏହା ଝୁଣା ଦୀପ ଭଳି ଜଳୁଥିବା ବେଳେ ଆପଣ ନିଜର ମନୋସ୍କାମନା ଲେଖିଥିବା କାଗଜକୁ ସେହି ଝୁଣାଦାନୀ ଭିତରେ ଜଳାଇ ଦିଅନ୍ତୁ । ଏହା ସହିତ ଏହି ପ୍ରୟୋଗକୁ ଆପଣ ନିଜ ଘର ଭିତରେ ହିଁ କରନ୍ତୁ । କିନ୍ତୁ ଏହି ଉପାୟ କରିବା ବେଳେ ଭଗବାନଙ୍କ ଫଟୋ ସାମ୍ନାରେ ରଖି କରନ୍ତୁ ।

ତେବେ ସେହି ଫଟୋ ଭଗବାନ ବିଷ୍ଣୁ କିମ୍ବା ମାତା ଲକ୍ଷ୍ମୀଙ୍କର ହୋଇଥିବା ଆବଶ୍ୟକ । ଏହି ଧୂଆଁ ଜଳାଇବା ପରେ ଆପଣଙ୍କୁ ନିଜର ଦୁଇ ଆଖି ବନ୍ଦ କରିବାକୁ ହେବ । ଧୂଆଁ ଜଳିବା ପରେ ମନୋସ୍କାମନା ଲେଖିଥିବା କାଗଜକୁ ଝୁଣାଦାନୀ ଭିତରେ ରଖି ଆଖି ବନ୍ଦ କରି ପୁଣି ଠାରେ ମନ ଭିତରେ କାଗଜରେ ଯାହା ଲେଖିଛନ୍ତି ତାହା ପଢି ଦିଅନ୍ତୁ । ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସେହି କଥାକୁ ନିଜ ମନ ଭିତରେ ଦୋହରାନ୍ତୁ । ସନ୍ଧ୍ୟା ପ୍ରାୟ ୭ଟା ସମୟକୁ ଏହି ଉପାୟକୁ କରନ୍ତୁ ।

ଦେଖିବେ ତୁରନ୍ତ ଆପଣଙ୍କ ଏହି ଉପାୟର ପରିଣାମ ଦେଖିବାକୁ ମିଳିବ । ଆପଣଙ୍କ ଜୀବନକୁ ତଥା ଆପଣଙ୍କ ଆଡକୁ ସୁଖ ସମୃଦ୍ଧି ଟାଣି ହୋଇ ଆସିବାର ଦେଖିବାକୁ ମିଳିବ । ଏହା କରିବା ଦ୍ଵାରା ଆପଣଙ୍କ ସମସ୍ତ ଚିନ୍ତା ଓ ଦୁଃଖ ଦୂର ହେବା ସହ ଅସୁବିଧା ଏବଂ ସମସ୍ଯା ମଧ୍ୟ ଦୂରେଇ ଯିବ ।

ଦେଖିବେ ଆପଣ ସୁଖଶାନ୍ତିରେ ଜୀବନ ଅତିବାହିତ କରିବା ସହ ପରିବାରରେ ସର୍ବଦା ହସଖୁସିର ମାହୋଲ ଦେଖିବାକୁ ମିଳିବ । ତେଣୁ କୌଣସି ସମସ୍ଯା ଦେଇ ଗତି କରୁଥିଲେ ଏହି ଉପାୟ ମାଧ୍ୟମରେ ଆପଣ ନିଜର ସମସ୍ତ ଇଚ୍ଛାକୁ ପୂରଣ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button