ରାଜ୍ୟ
କାମାକ୍ଷାନଗରରେ ଚାଞ୍ଚଲ୍ୟ: ଗୁଳିମାଡ଼ରେ ଖଣି ବ୍ୟବସାୟୀ ନିରାକାର ସାହୁଙ୍କ ମୃତ୍ୟୁ – Ibnodisha

[ad_1]

କାମାକ୍ଷାନଗର: ପୁଣି କାମାକ୍ଷାନଗରରେ ଫୁଟିଲା ଗୁଳି। ଗୁଳିମାଡ଼ରେ ପଥର ଖଣି ବ୍ୟବସାୟୀ ନିରାକାର ସାହୁ ମୃତ। କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ୨୦୨୧ ମସିହା ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ସାହୁ ସଂପୃକ୍ତ ଥିବାର ସୂଚନା ରହିଛି।
ଆଜି ସକାଳେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।
[ad_2]