ରାଜ୍ୟ

ସରକାରୀ କାର୍ଯ୍ୟକ୍ରମରେ ମୋତେ କାହିଁକି ନିମନ୍ତ୍ରଣ କରାଯାଉନାହିଁ: ନରସିଂହ ମିଶ୍ର – Ibnodisha

[ad_1]

ଭୁବନେଶ୍ୱର: ବିଧାନସଭାରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବଲାଙ୍ଗୀର ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ବିରୋଧରେ ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ନରସିଂହ ମିଶ୍ର । ନରସିଂହଙ୍କ ଅଭିଯୋଗ ଅନୁଯାୟୀ, ବଲାଙ୍ଗୀରରେ ହେଉଥିବା ସରକାରୀ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରାଯାଉନାହିଁ । କାହିଁକି ନିମନ୍ତ୍ରଣ ଦିଆଯାଉନାହିଁ ତାହା ମଧ୍ୟ ଜଣାନାହିଁ । ତେଣୁ ବାଚସ୍ପତି ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ।

ଏହାସହ ନରସିଂହ କହିଛନ୍ତି, କୌଣସି ସରକାରୀ କାର୍ଯ୍ୟକ୍ରମରେ ଡକାନଯିବା କେବଳ ମୋର ନୁହେଁ ବରଂ ସମସ୍ତ ବିଧାୟକଙ୍କର ଅପମାନ । ତେଣୁ ତୁରନ୍ତ ବାଚସ୍ପତି ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ୍ ବୋଲି କହିଛନ୍ତି । ଅନ୍ୟପଟେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ତଦନ୍ତ ପରେ ଏହା ପଛରେ କଣ କାରଣ ରହିଛି ତାହା ଜଣାଇବି । ଗତକାଲି ସର୍ବଦଳୀୟ ବୈଠକ ପରେ ଆଜି ବିଧାନସଭା ସ୍ୱାଭାବିକ ଭାବେ ଚାଲିଥିଲା । ପ୍ରଶ୍ନକାଳରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button