ଦେଶ

ୟୁଟ୍ୟୁବ୍ ଏକ ବଡ଼ ପ୍ଲାଟଫର୍ମ ଓ ଏହା ମାଧ୍ୟମରେ ଦେଶର ବିକାଶରେ ଯୋଗଦାନ କରାଯାଇପାରିବ: ମୋଦି – Ibnodisha

[ad_1]

ନୂଆଦିଲ୍ଲୀ: ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ । ଜନତାଙ୍କୁ ଏଭଳି ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁ ଟ୍ୟୁବ୍ ଫେନଫେଷ୍ଟ ଇଣ୍ଡିଆ ୨୦୨୩ରେ ନିଜର ଚ୍ୟାନେଲ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ନିଜକୁ ଏକ ୟୁଟ୍ୟୁବର ବୋଲି କହିବା ସହ ୧୫ ବର୍ଷ ହେବ ୟୁଟ୍ୟୁବ୍ ମାଧ୍ୟମରେ ଦେଶଦୁନିଆ ସହ ଜଡ଼ିତ ଥିବା କହିଛନ୍ତି ।

ମୋଦୀ ଆହୁରି କହିଛନ୍ତି ୟୁଟ୍ୟୁବ୍ ଏକ ବଡ଼ ପ୍ଲାଟଫର୍ମ ଓ ଏହା ମାଧ୍ୟମରେ ଦେଶର ବିକାଶରେ ଯୋଗଦାନ କରାଯାଇପାରିବ । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର @NarendraModi ନାମରେ ଏକ ୟୁଟ୍ୟୁବ୍ ଚାନେଲ୍ ରହିଛି । ଏହି ଚାନେଲରେ ୧୮ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button