ରାଜ୍ୟ

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ମାମଲା: ଆଜି ହୋଇପାରେ ଡିଏନଏ ଟେଷ୍ଟ – Ibnodisha

[ad_1]

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ମାମଲାରେ ଶିଶୁ, ବାପା ଓ ମାଆଙ୍କ ଡିଏନଏ ଟେଷ୍ଟ ହୋଇପାରେ। ଏନେଇ କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କ୍ୟାପିଟାଲ ଥାନା ଅଧିକାରୀ କହିଛନ୍ତି, ଏଫ୍‌ଟିଏ କାର୍ଡ଼ (ଫ୍ଲିଣ୍ଡର୍ସ ଟେକ୍ନୋଲୋଜି ଆସୋସିଏଟସ୍) ମିଳିବା ପରେ ଅଦାଲତଙ୍କ ଆଦେଶ ପରେ ଡିଏନ୍‌ଏ ଟେଷ୍ଟ ହୋଇପାରିବ। ଆଜି ଏହି ଏଫ୍‌ଟିଏ କାର୍ଡ଼ ମିଳିଥିବା ବେଳେ ଆସନ୍ତା କାଲି ଅଦାଲତଙ୍କ ଆଦେଶ ମିଳିଲେ ପିଲା, ବା‌ପା ଓ ମାଆଙ୍କର ଡିଏନ୍‌ଏ ଟେଷ୍ଟ ହେବ। ଏହାର ୨-୩ ଦିନ ମଧ୍ୟରେ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପତ୍ନୀ ମଙ୍ଗଳବାର ସକାଳ ୧୦ଟା ୧୫ ସମୟରେ କ୍ୟାପିଟାଲ ହସ୍ପିଟାଲର ପ୍ରସୂତି ବିଭାଗ ଓଟିରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଏହାର ୬ ମିନିଟ୍‌ ପରେ ଅନ୍ୟ ଏକ ଓଟିରେ ଆଉ ଜଣେ ମହିଳା ମଧ୍ୟ ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରାଣକୃଷ୍ଣଙ୍କ ଅଭିଯୋଗ ଯେ ଓଟି ମଧ୍ୟରୁ ଜଣେ ଆଟେଣ୍ଡାଣ୍ଟ ଆସି ତାଙ୍କର ପୁଅ ହୋଇଥିବା କହି ଏକ ରେଜିଷ୍ଟରରେ ଦସ୍ତଖତ କରାଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ଫ‌ଟୋ ଉଠାଇବା ପାଇଁ ଡାକିବା ସମୟରେ ପ୍ରାଣକୃଷ୍ଣଙ୍କୁ ଏକ ନବଜାତ ଝିଅକୁ ଦେଇଥିଲେ। ଏହାକୁ ନେଇ ସେ ଆପତ୍ତି ଉଠାଇବା ସହ କ୍ୟାପିଟାଲ ଥାନାରେ ଅଭି‌ଯୋଗ କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button