ରାଜ୍ୟ
୭୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ – Ibnodisha

[ad_1]

ରାୟଗଡ଼ା: ସହକାରୀ ଇଂଜିନିୟର ରମାକାନ୍ତ ମଲ୍ଲିକ ଜଣେ ଅଭିଯୋଗକାରୀଙ୍କ ଠାରୁ ୭୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଶୁକ୍ରବାର ଦିନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଶ୍ରୀ ମଲ୍ଲିକ ୨ଟି ନିର୍ମାଣ କାମ ନେଇ ଫାଇଲ ଆଗକୁ ବଢ଼ାଇବା ପାଇଁ ଲାଞ୍ଚ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଲାଞ୍ଚ ଟଙ୍କା ଦେବା ପାଇଁ ରାଜି ମଧ୍ୟ ହୋଇଥିଲେ। କିନ୍ତୁ ଶ୍ରୀ ମଲ୍ଲିକଙ୍କୁ ଟଙ୍କା ଦେବା ପୂର୍ବରୁ ସେ ଭିଜିଲାନ୍ସ ବିଭାଗରେ ଘଟଣା ସଂପର୍କରେ ଅବଗତ କରିଥିଲେ। ଏହା ପରେ ଲାଞ୍ଚୁଆ ଅଧିକାରୀଙ୍କୁ ପାନେ ଦେବା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଆଜି ଶୀ ମଲ୍ଲିକ ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ଡିଭିଜନର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଶ୍ରୀ ମଲ୍ଲିକଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଭିଜିଲାନ୍ସ ବିଭାଗ ଏନେଇ ଏକ ମାମଲା ରୁଜୁ କରିଛି। ଶ୍ରୀ ମଲ୍ଲୀକଙ୍କ ୩ଟି ଠିକଣାରେ ଅଧିକ ତଦନ୍ତ କରୁଛି।
[ad_2]