ରାଜ୍ୟ ସରକାର ୫ଟି କାର୍ଯ୍ୟକ୍ରମ ରୂପାୟନ ସଚିବଙ୍କ ଗସ୍ତଖର୍ଚ୍ଚର ବିବରଣୀ କାହିଁକି ଦେଉନାହାନ୍ତି : କଂଗ୍ରେସ – Ibnodisha

[ad_1]
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମଳନୀରେ ପ୍ରଦେଶ କଂଗ୍ରେସ ମୁଖପାତୟ ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ଭୋଦିତ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ତଥା ୫ଟି କାର୍ଯ୍ୟକ୍ରମ ରୁପାୟନ ସଚୀବଙ୍କ ସର୍ବଭାରତୀୟ ପ୍ରଶାସନିକ ପ୍ରଶାସନିକ ସେବା ଆଇନ୍ ୧୯୬୮ ବିଭିନ୍ନ ଧାରାର ଉଲଘଂନକୁ ନେଇ କେନ୍ଦ୍ର ସରକାରଙ୍କ ଡିଓପିଟି ବିଭାଗରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ୨୦୨୩ ମସିହା ଜୁନ୍ ମାସ ୨୩ ତାରିଖରେ ଡିଓପିଟି ବିଭାଗ ଓଡ଼ିଶା ସରକାରଙ୍କ ମୁଖ୍ୟଶାସନ ସଚୀବଙ୍କୁ ଚିଠି ଲେଖି ଏହି ଅଭିଯୋଗ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଜକୁ ୯୮ ଦିନ ପରେ ମୁଖ୍ୟଶାସନ ସଚୀବ ଏହି ଘଟଣାର ତଦନ୍ତ ରିପୋର୍ଟ ଡିଓପିଟିଙ୍କୁ ପ୍ରଦାନ କରିଛନ୍ତି କି ? ଯଦି କରାଯାଇ ନାହିଁ ତାହାଲେ ଏହାକୁ କାହିଁକି ଚାପି ରଖାଯାଇଛି । ସର୍ବଭାରତୀୟ ପ୍ରଶାସନିକ ସେବା ଆଇନ୍ ୧୯୬୮ କହୁଛି ମୁଖ୍ୟ ଶାସନ ସଚୀବ ୪୫ ଦିନ ଭିତରେ ଏହି ତଦନ୍ତ ରିପୋର୍ଟ ଡିଓପିଟିଙ୍କୁ ପ୍ରଦାନ କରିବା କଥା । ୯୮ ଦିନ ପରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ବା ଏ ଘଟଣା ବାବଦରେ କୌଣସି ଖବର ପ୍ରଦାନ ନ କରିବା ଏ ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ କି ନୁହେଁ । ଏ ସଂପୂର୍ଣ୍ଣ ଘଟଣାର ଭାରତୀୟ ଜନତା ପାର୍ଟିର ସାଂସଦ ତଥା ରାଜ୍ୟ ବରିଷ୍ଠ ନେତୃବର୍ଗ ଏବଂ କେନ୍ଦ୍ର ମନ୍ତ୍ରୀମାନେ ସଂପୂର୍ଣ୍ଣ ନୀରବ କାହିଁକି? ଏଥିରୁ ସ୍ପଷ୍ଟ ଭାବରେ ବୁଝାପଡ଼ୁଛି ରାଜ୍ୟରେ ବିଜେଡ଼ି ଓ ବିଜେପି ଉଭୟ ଏକ, କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଗଣମାଧ୍ୟମ ଆଗରେ ତୁମ୍ଭି ତୋଫାନ କରୁଛନ୍ତି । ଜଣେ ଆଇ.ଏସ୍. ଅଫିସର ନିଜର ଚାକିରୀ ସର୍ତାବଳିର ସମସ୍ତ ନିୟମକୁ ଉଲଘଂନ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ କାହିଁକି? କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କ ସହିତ ଆଲୋଚନା ପରେ ଏ ସମସ୍ତ ଘଟଣା ସଂପୂର୍ଣ୍ଣ ଚାପି ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଠିକ୍ ସେହିଭଳି ଭାବରେ ରାଜ୍ୟ ସରକାର ୨୮ ଅଗଷ୍ଟ ୨୦୧୯ ମସିହା ଚିଠି ସଂଖ୍ୟା ୨୪୧୫୭ ରେ ଆଡିମିନ୍ଷ୍ଟ୍ରେଟିଭ୍ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କ ସହିତ ୫ଟି ରୁପାୟନ କାର୍ଯ୍ୟକ୍ରମର ସଚୀବ ରୂପେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କଲେ । ରାଜ୍ୟ ସରକାର ଏହି ୫ଟି କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ବିଭାଗରେ ଲାଗୁ କରିଛନ୍ତି ଯଥା ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଯୋଜନା ଓ ସମନ୍ୱୟ, ଶିଳ୍ପ ବିଭାଗ । ଏହି ସବୁ ବିଭାଗର ସଚୀବମାନେ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି କି ନାହିଁ? ଯଦି ଏହି ସବୁ ବଭାଗର ସଚୀବମାନେ ବିଭାଗୀୟ ମୁଖ୍ୟ ହିସାବରେ ଏହି କାର୍ଯ୍ୟକ୍ରମକୁ ରୁପାୟନ କରୁଛନ୍ତି ଏବଂ ଏହାର ମନିଟରିଙ୍ଗ କରୁଛନ୍ତି । ତାହାଲେ ପୁଣି ଆଉ ଜଣେ ସଚୀବ କ’ଣ କରୁଛନ୍ତି । ୫ଟି କାର୍ଯ୍ୟକ୍ରମରୁ ରୁପାୟନ ସଚୀବଙ୍କ ପାଖରେ କେବଳ ଅଥରଟି ଦିଆଯାଇଛି, କିନ୍ତୁ ଉତରଦାୟିତ୍ୱ କାହିଁକି ନାହିଁ? ମୁଖ୍ୟମନ୍ତ୍ରୀ ଯଦି ପ୍ରକୃତରେ ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ରୁପେ ଲାଗୁ କରିବା ପାଇଁ ଚାହୁଁଥିଲେ ତାହାଲେ ୪ ବର୍ଷ ପରେ ମଧ୍ୟ ଏଥିପାଇଁ କେବିନେଟ୍ ମିଟିଙ୍ଗ୍ ହେଲା ନାହିଁ, ଭି.କେ. ପାଣ୍ଡିଆନଙ୍କ ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ କଲା ନାହିଁ କାହିଁକି? ଯେଉଁଥି ପାଇଁ ଏହି ସଚୀବଙ୍କର ଉତରଦାୟିତ୍ୱ ନାହିଁ । ୫ଟି କାର୍ଯ୍ୟକ୍ରମ ରୁପାୟନ ସଚୀବ ଏହି ୪ ବର୍ଷ ଭିତରେ କେଉଁ କେଉଁ ଜିଲ୍ଲାକୁ ଗ୍ରସ୍ତ କରିଛନ୍ତି ଏବଂ ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ଏହାର ଉତର ସରକାର ଜନସାଧାରଣଙ୍କୁ ଦେଉନାହାନ୍ତି କାହିଁକି? ଜଣେ ସଚୀବ ଭୁବନେଶ୍ୱରରୁ ଖୋର୍ଦ୍ଦା ଯିବା ପାଇଁ ହେଲିକେପ୍ଟର ବ୍ୟବହାର କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଉଛନ୍ତି? ରାଜ୍ୟର ଗରୀବ ଜନସାଧାରଣଙ୍କ ଟ୍ୟାକ୍ସ ପଇସାକୁ ଏହିଭଳି ଭାବରେ ନିର୍ଦ୍ଦିଷ୍ଟ କତିପୟ ବ୍ୟକ୍ତିବିଶେଷଙ୍କ ପାଇଁ ଖର୍ଚ୍ଚ କରାଯିବା କଥା କେତେଦୂର ଠିକ୍ । ଏ ସମସ୍ତ କଥା ଜାଣିଶୁଣି ରାଜ୍ୟର କୌଣସି ମନ୍ତ୍ରୀ ପ୍ରତିବାଦ ନ କରିବା, ମୁଖ୍ୟ ଶାସନ ସଚୀବ ପ୍ରତିବାଦ ନ କରିବା ଅତ୍ୟନ୍ତ ଗର୍ହିତ ଅପରାଧ । ରାଜ୍ୟବାସୀ ଏହାକୁ କ୍ଷମା କରିବେ ନାହିଁ ।
ଏହି ସାମ୍ବାଦିକ ସମ୍ମଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ଓ ଅବସର ପ୍ରାପ୍ତ ପ୍ରଶାସକ(ଆଇ.ଏ.ଏସ୍) ତଥା କଂଗ୍ରେସ ନେତା ପଂଚାନନ ଦାସ ଉପସ୍ଥିତ ଥିଲେ ।
[ad_2]