ଦେଶ

ନୂଆ ତତ୍ତ୍ବ: ମାଧ୍ୟାକର୍ଷଣ ଶକ୍ତି ଦ୍ବାରା ଆକର୍ଷିତ ହୋଇ ତଳକୁ ଖସୁଛି ‘ଆଣ୍ଟିମ୍ୟାଟର’ – Ibnodisha

[ad_1]

ବ୍ରହ୍ମାଣ୍ଡ ସୃଷ୍ଟି ବେଳେ ପ୍ରଭୂତ ପରିମାଣରେ ଉପଲବ୍‌ଧ ଥିବା ରହସ୍ୟମୟ ପ୍ରତିବସ୍ତୁ ବା ଆଣ୍ଟିମ୍ୟାଟର ସମ୍ପର୍କରେ ବୈଜ୍ଞାନିକମାନେ ନୂତନ ଉପଲବ୍‌ଧି ହାସଲ କରିଛନ୍ତି। ତେଣୁ ଖୁବ୍‌ ଶୀଘ୍ର ଏହି କଣିକା ବାବଦରେ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଆଶା କରାଯାଉଛି। ପ୍ରତିବସ୍ତୁ ହେଉଛି ବସ୍ତୁର ଠିକ୍‌ ବିପରୀତ। ବ୍ରହ୍ମାଣ୍ଡ ସୃଷ୍ଟିର ମୂଳ ଭାବେ ବିବେଚିତ ବିଗ୍‌ବ୍ୟାଙ୍ଗ୍‌ ବେଳେ ସମାନ ପରିମାଣର ଉଭୟ ବସ୍ତୁ ଓ ପ୍ରତିବସ୍ତୁ ସୃଷ୍ଟି ହୋଇଥିଲା। ମାତ୍ର ବର୍ତ୍ତମାନ ସର୍ବତ୍ର ବସ୍ତୁ ବିଦ୍ୟମାନ ଥିବା ବେଳେ ପ୍ରତିବସ୍ତୁର ସଂପୂର୍ଣ୍ଣ ଅନୁପସ୍ଥିତି ବୈଜ୍ଞାନିକମାନଙ୍କୁ ଗୋଲକଧନ୍ଦାରେ ପକାଇ ଆସିଛି। ତେଣୁ ବିଶ୍ବବ୍ରହ୍ମାଣ୍ଡର ଉତ୍ପତ୍ତି ବୁଝାଇବା ଲାଗି ପଦାର୍ଥବିଜ୍ଞାନୀମାନେ ବର୍ଷ ବର୍ଷ ଧରି ବସ୍ତୁ ଓ ପ୍ରତିବସ୍ତୁ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟ ଖୋଜି ଆସିଛନ୍ତି।

ଏ ପରିପ୍ରେକ୍ଷୀରେ ସ୍ବିଜରଲାଣ୍ଡସ୍ଥିତ ବିଶ୍ବର ବୃହତ୍ତମ କଣିକା ପରୀକ୍ଷାଗାର ‘ସର୍ଣ୍ଣ’ର ଗବେଷକ ଡାନିଏଲ ହୋଜକିନସନ୍‌ଙ୍କ କହିବାନୁଯାୟୀ, ଉଭୟ କଣିକା କିପରି ମାଧ୍ୟାକର୍ଷଣ ଉପସ୍ଥିତିରେ ପ୍ରତିକ୍ରିୟା ପ୍ରଦର୍ଶନ କରୁଛନ୍ତି, ତାହା ବୁଝିପାରିଲେ ବ୍ରହ୍ମାଣ୍ଡ ସୃଷ୍ଟି ପ୍ରକ୍ରିୟାକୁ ବୁଝିବା ଆହୁରି ସହଜ ହୋଇପାରିବ। ଉଭୟ କଣିକା ବିପରୀତଧର୍ମୀ ହୋଇଥିବାରୁ ମାଧ୍ୟାକର୍ଷଣ ବଳ ଦ୍ବାରା ବସ୍ତୁ ତଳକୁ ଖସୁଥିବାରୁ ପ୍ରତିବସ୍ତୁ ଉପରକୁ ଉଠୁଥିବ ବୋଲି ଏକ ଧାରଣା ପୂର୍ବରୁ ରହିଥିଲା। ମାତ୍ର ସଦ୍ୟ ଗବେଷଣାର ନିର୍ଯାସରୁ ଜଣାପଡ଼ିଛି ଆଣ୍ଟିମ୍ୟାଟର୍‌ ବା ପ୍ରତିବସ୍ତୁ କଣିକା ମଧ୍ୟ ବସ୍ତୁ ପରି ମାଧ୍ୟାକର୍ଷଣ ବଳ ଦ୍ବାରା ଆକର୍ଷିତ ହୋଇ ତଳକୁ ଖସୁଛି। ଏହି ନୂତନ ନିର୍ଯାସକୁ ଭିତ୍ତି କରି ବୈଜ୍ଞାନିକମାନେ ଏବେ ପ୍ରତିବସ୍ତୁ ବାବଦରେ ବିକଳ୍ପ ତତ୍ତ୍ବମାନ ଖୋଜିବାରେ ଲାଗିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button