ରାଜନୀତି

ବିଧାନସଭା ସମ୍ମୁଖରେ ଧାରଣାରତ “ଗାଁ ସାଥୀ”ମାନଙ୍କ ସହ ଆଲୋଚନା କଲେ ବିଜେପି ବିଧାୟକ – Ibnodisha

[ad_1]

ଗାଁ ସାଥୀଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରତି ବିଜେପିର ପୂର୍ଣ୍ଣ ସମର୍ଥନ ରହିଛି : ବିଜେପି

 ଗାଁ ସାଥୀଙ୍କ ଦାବିକୁ ବିଧାନସଭା ବାହାରେ ଓ ଭିତରେ ଉଠାଇବ ବିଜେପି

ଭୁବନେଶ୍ୱର, : ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସେପ୍ଟେମ୍ବର ୨୫ତାରିଖରୁ ରାସ୍ତାରେ ଝାଡୁ ମାରି, ଦଣ୍ଡବତ କରି ଦାବି ଉପସ୍ଥାପନା କରିଛନ୍ତି ଗାଁ ସାଥୀ, ହେଲେ ରାଜ୍ୟ ସରକାର ଆଦୌ କର୍ଣ୍ଣପାତ କରୁନାହାନ୍ତି । ପଂଚାୟତ ଓ ବ୍ଲକରେ ଗାଁସାଥୀଙ୍କ ପ୍ରତି ଅବିଚାର କରାଯାଉଛି । ଅତୀତରେ ସରକାର ସେମାନଙ୍କ ସମ୍ପର୍କରେ ନେଇଥିବା ନିଷ୍ପତି ବାରମ୍ବାର ବଦଳାଇଥିବା ଏବଂ ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ଫଳରେ ସରକାରଙ୍କ ଉପରେ ଭରସା ହରାଇଛି ଗାଁ ସାଥୀ ସଂଘ । ତେଣୁ ବାଧ୍ୟହୋଇ ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ସାରା ଓଡ଼ିଶାରୁ ଆସୁଥିବା ଗାଁ ସାଥୀମାନେ । ସେମାନଙ୍କୁ ନ୍ୟାୟ ଓ ପାରିଶ୍ରମକ ବୃଦ୍ଧି ପାଇଁ ୮ହଜାର ଟଙ୍କାରୁ ଅଧିକ ପ୍ରୋତ୍ସାହନ ରାଶି, ପଂଚାୟତରାଜ ବିଭାଗରେ ସ୍ଥାୟୀ ନିଯୁକ୍ତି ଇତ୍ୟାଦି ୫ଦଫା ଦାବି କରିଛି ଗାଁ ସାଥୀ । ଗାଁ ସାଥୀଙ୍କ ସହ ଆଜି ବିଜେପି ବିଧାୟକମାନେ ଭେଟି ଆଲୋଚନା କରିଥିଲେ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗାଁ ସାଥୀ ଓ ପ୍ରତ୍ୟେକ ମେଟ୍ ମାନଙ୍କୁ ୧୦୦ଦିନରୁ ୧୦ଦିନ ନିଶ୍ଚିତ କାମ ଯୋଗାଇବା ପାଇଁ ସରକାରୀ ନିଷ୍ପତି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଧାନସଭାର ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟ ପଂଚାୟତିରାଜ ବିଭାଗରେ କାର୍ଯ୍ୟରତ ଗାଁ ସାଥୀଙ୍କ ହକ୍ ପାଇଁ ବିଧାନସଭା ଭିତରେ ଓ ବାହାରେ ସ୍ୱର ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଜେପି ବିଧାୟକମାନେ ।
ରାଜ୍ୟ ସରକାର ତାଙ୍କର ସଚିବଙ୍କୁ ହେଲିକ୍ୟାପ୍ଟରରେ ପଠାଇ ଲୋକଙ୍କ ଅଭିଯୋଗ ସଂଗ୍ରହ କରୁଥିବାବେଳେ ବିଧାନସଭା ସାମ୍ନାରେ ଶୀତ, କାକରରେ ପଡି ରହିଥିବା ଗାଁ ସାଥୀ ମାନଙ୍କ ଯର୍ଥାର୍ଥ ଦାବିକୁ ଶୁଣିବା ପାଇଁ କୌଣସି ଅଧିକାରୀ ନଆସିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେପି ବିଧାୟକମାନେ ମତପ୍ରକାଶ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ବିଧାୟକ ପ୍ରକାଶ ସୋରେନ, କୁସୁମ ଟେଟେ, ବୁଧାନ ମୁର୍ମୁ, ସନାତନ ବିଜୁଳି, ନିତ୍ୟାନନ୍ଦ ଗଣ୍ଡ, ନବ ଚରଣ ମାଝୀ, ସୂର୍ଯ୍ୟବଂଶୀ ସୁରଜ, ଭାସ୍କର ମଢ଼େଇ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମୀରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button